‘କର୍କଟ ରୋଗୀଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ’

ଭୁବନେଶ୍ୱର, ୪।୧୦(ଅସମାପିକା ସାହୁ)ଜଟଣୀ ନାଇଜର କ୍ୟାମ୍ପସରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉକ୍ତ ହସ୍ପିଟାଲରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ସହ ଗବେଷଣା କରାଯିବ। ୨ଶହ ଶଯ୍ୟା ବିଶିଷ୍ଟ ଏହି କ୍ୟାନ୍‌ସର ହସ୍ପିଟାଲ ୨୦୨୫ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏହା ରାଜ୍ୟରେ କ୍ୟାନ୍‌ସର ଚିକିତ୍ସା ସେବାକୁ ଅଧିକ ତ୍ୱରାନ୍ବିତ କରିବ। ଫଳରେ ରୋଗୀଙ୍କୁ ମୁମ୍ବାଇ ଭଳି ବଡ଼ ସହରକୁ ଚିକିତ୍ସା ପାଇଁ ଆଉ ଯିବାକୁ ପଡ଼ିବନାହିଁ। ଏହାଦ୍ୱାରା ଲୋକଙ୍କ ଅର୍ଥ ସଞ୍ଚୟ ହେବା ସହ ମାନସିକ କଷ୍ଟରୁ ମୁକ୍ତି ମିଳିବ। ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ରୋଗୀ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ଏହି ହସ୍ପିଟାଲକୁ ମୋ ବସ୍‌ ଦ୍ୱାରା ଯାତାୟାତ ସୁବିଧା ସହ ଭଲ ରାସ୍ତା, ବସ୍‌ଷ୍ଟାଣ୍ଡ, ଅଗ୍ନିଶମ କେନ୍ଦ୍ରର ବ୍ୟବସ୍ଥା କରାଯିବ। ହସ୍ପିଟାଲରେ ରୋଗୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ପାଇପାରିବେ। କ୍ୟାନ୍‌ସର ହସ୍ପିଟାଲ ପରିସରରେ ଏକ ଆହାର କେନ୍ଦ୍ର ଖୋଲାଯିବ। ମେଡିକାଲ ସାଇକ୍ଲୋଟ୍ରୋନ ସୁବିଧା ପାଇଁ ରାଜ୍ୟ ସରକାର ୬୫ ଏକର ଜମି ଯୋଗାଇଦେବା ସହ ଦେଢ଼ଶହ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି। ଏହା ଏସିଆର ସର୍ବାଧିକ ଉନ୍ନତ ସାଇକ୍ଲୋଟ୍ରୋନ ଗବେଷଣା କେନ୍ଦ୍ର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରଣ ପ୍ରକ୍ରିୟା ଚାଲିଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରାଯିବା ସହ ସ୍ବାସ୍ଥ୍ୟ ଶିକ୍ଷା ଓ ନିୟମିତ ଡାକ୍ତର ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହ ତାଲିମପ୍ରାପ୍ତ ଡାକ୍ତର ବାହାରୁଛନ୍ତି। ୨୦୨୨ ସେପ୍ଟେମ୍ବରରେ ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟର ସହ ରାଜ୍ୟ ସରକାର ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ଏଥିରେ ଜଟଣୀ ନାଇଜର ପରିସରରେ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ ପ୍ରତିଷ୍ଠା ନେଇ ଚୁକ୍ତିନାମା ହୋଇଥିଲା। ୨୫୦ କୋଟି ଟଙ୍କା ବ୍ୟୟରେ ଟାଟା ଷ୍ଟିଲ ଫାଉଣ୍ଡେଶନ ହସ୍ପିଟାଲ ନିର୍ମାଣ କରି ଟାଟା ମେମୋରିଆଲ ସେଣ୍ଟର ଓ ଆଟମିକ ଏନର୍ଜି ବିଭାଗକୁ ହସ୍ତାନ୍ତର କରିବ। ଆଟମିକ ଏନର୍ଜି ବିଭାଗ ୪ଶହ କୋଟିର ଯନ୍ତ୍ରପାତି ଯୋଗାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…

ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…

ନିଦ ବଟିକା ଖୁଆଇବା ପରେ କରେଣ୍ଟ ଦେଇ ସ୍ବାମୀଙ୍କୁ ହତ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨ା୮: ଦିଲ୍ଲୀର ସଙ୍ଗମ ବିହାରରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସର କହିବାନୁଯାୟୀ, ଏହି…

ମସ୍ତିଷ୍କ ରୋଗରେ ପୀଡ଼ିତ ଶ୍ୟାମଘନ, ଅର୍ଥାଭାବ ନେଇ ଚିନ୍ତାରେ ପରିବାର

କର୍ଲାମୁଣ୍ଡା,୧୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଡୁକେରମାଲ ଗ୍ରାମର ଶ୍ୟାମଘନ ସାହୁ(୩୩) ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri