ଭାରତ ସହ ବିବାଦ ବଢ଼ାଇ କାଙ୍ଗାଳ ହେଲା କାନାଡ଼ା, NATOରେ ବି କମ୍‌ ହେଲା…

ନୂଆଦିଲ୍ଲୀ,୯।୭: ୟୁଏସ୍‌ଏସ୍‌ଆର୍‌ର ଦବ୍‌ଦବା ସହ ଲଢ଼ିବା ଲାଗି ନାଟୋ ଗଠନ କରାଯାଇଥିଲା। ପରେ ଯେତେବେଳେ ୟୁଏସ୍‌ଏସ୍‌ଆର୍‌ ଭାଙ୍ଗିଥିଲା, ସେତେବେଳେ ଏହି ସଂଗଠନ ରୁଷିଆ ବିପକ୍ଷରେ ଛିଡ଼ା ହୋଇଥିଲା, ଆଜି ବି ସେହିଭଳି ରହିଛି। ଆମେରିକା ନେତୃତ୍ୱାଧୀନ ଏହି ସଂଗଠନରେ ଏହାର ପଡୋଶୀ ଦେଶ କାନାଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। କିନ୍ତୁ ନିକଟ ଅତିତରେ କାନାଡ଼ା ଏବଂ ଏହାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଧ୍ୟାନ ଭାରତ ସହ ବାଦବିବାଦ ଉପରେ ରହିଥିଲା। କାନାଡ଼ା ଲଗାତାର ଭାରତ ଛାଡ଼ି ପଳାୟନ କରିଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି। ଏହାକୁ ନେଇ ଭାରତ ସରକାର ଚିନ୍ତା ପ୍ରକାଶ କରିଥିଲେ। ଏବେ ଏହାର ପ୍ରଭାବ କାନାଡ଼ା ଉପରେ ପଡ଼ୁଥିବା ଦେଖାଯାଉଛି। କାରଣ ଦେଶର ଅର୍ଥ ବ୍ୟବସ୍ଥା ଲଗାତାର ଭାବେ ନିମ୍ନଗାମୀ ହେଉଛି। ଏସବୁ ମଧ୍ୟରେ ୩୨ ସଦସ୍ୟ ବିଶିଷ୍ଟ ନାଟୋରେ କାନାଡ଼ା ସବୁଠାରୁ କମ୍‌ ଯୋଗଦାନ ଦେଉଥିବା ଦେଶରେ ସାମିଲ ହୋଇଛି। ଏକ ପ୍ରମୁଖ ଆମେରିକା ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

‘ପୋଲିଟିକୋ’ କହିଛି, ଗତ କିଛି ବର୍ଷରେ ଓଟାଓ୍ବା ୩୨ ସଦସ୍ୟ ବିଶିଷ୍ଠ ମେଣ୍ଟରେ ସବୁଠାରୁ କମ୍‌ ଯୋଗଦାନ ଦେଇଥିବା ଦେଶରୁ ଗୋଟିଏ ପାଲଟିଛି। ସେ ଘରୋଇ ସୈନ୍ୟ ଖର୍ଚ୍ଚ ଲକ୍ଷ୍ୟକୁ ପୂରା କରିବାରେ ବିଫଳ ହୋଇଛି, ନୂଆ ଉପକରଣ କ୍ରୟ ଲାଗି ଆର୍ଥିକ ପୋଷଣ ଦେଇପାରୁନାହାନ୍ତି। ଏପରିକି ଦେଶ ନିକଟରେ ଏ ସଙ୍କ୍ରାନ୍ତରେ କୌଣସି ଯୋଜନା ନାହିଁ।

କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଚଳିତ ବର୍ଷ ନାଟୋ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଓ୍ବାଶିଂଟନ ପହଞ୍ଚିଛନ୍ତି। ଔପଚାରିକ ଭାବେ ମଙ୍ଗଳବାର ଏହା ଆରମ୍ଭ ହେବ। ଟ୍ରୁଡୋଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ବୈଠକ ସମୟରେ ସେ ସମ୍ପୂର୍ଣ୍ଣ ୟୁରୋପରେ ନାଟୋର ସାମୁହିକ ରକ୍ଷା ପ୍ରଚେଷ୍ଠାରେ କାନାଡ଼ାର ଯୋଗଦାନ ଉପରେ ଆଲୋକପାତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri