Posted inଜାତୀୟ

ମେଘାଳୟ-ନାଗାଲାଣ୍ଡରେ ପ୍ରଚାର ଶେଷ: ସୋମବାର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…

ଶିଲଂ/କୋହିମା,୨୫।୨ : ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ପାଇଁ ନିର୍ବାଚନର ପ୍ରଚାର ଶନିବାର ଅପରାହ୍ନ ୪ ଟାରେ ଶେଷ ହୋଇଛି। ସୋମବାର ଉଭୟ ରାଜ୍ୟର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଭୋଟର କରିବେ। ଉଭୟ ରାଜ୍ୟରେ ଭାଜପାର ମିଳିତ ସରକାର ରହିଛି। ଏଥର ଭାଜପା ଏବଂ ଏନପିପି ମେଘାଳୟରେ ପୃଥକ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ନାଗାଲାଣ୍ଡରେ ଭାଜପା ଏବଂ ପୁରୁଣା ସହଯୋଗୀ ଏନଡିପିପି ସହ ବିବାଦ ଲାଗି ରହିଛି। ଉଭୟ ରାଜ୍ୟରେ ଆଞ୍ଚଳିକ ଦଳ ସମେତ ଜାତୀୟ ଦଳମାନେ ଜୋରଦାର ପ୍ରଚାର କରିଥିଲେ ଏବଂ ପରସ୍ପର ବିରୁଦ୍ଧରେ ଅଭିଯୋଗ ତଥା ପ୍ରତିବାଦ ଅଭିଯୋଗ ଆଣିଥିଲେ।

ଶନିବାର ଉଭୟ ରାଜ୍ୟକୁ ପୋଲିଂ ପାର୍ଟି ପଠାଯାଇଥିବାବେଳେ ଦୂର ଦୂରାନ୍ତ ଅଞ୍ଚଳକୁ ପୂର୍ବରୁ ପୋଲିଂ ପାର୍ଟି ପଠାଯାଇଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ମେଘାଳୟରେ ଭାରତ-ବାଂଲାଦେଶ ସୀମାକୁ ସିଲ କରାଯାଇଛି। ଏହା ସହିତ ଆସାମ ସହିତ ସୀମା ମଧ୍ୟ ସିଲ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି ବୋଲି ମେଘାଳୟର ପୋଲିସ ମହାନିର୍ଦେଶକ ଏଲ.ଆର ବିଷ୍ଣୁ କହିଛନ୍ତି। ଏଥର ରାଜ୍ୟରେ ୩୬ ଜଣ ମହିଳାଙ୍କ ସମେତ ୩୭୫ ଜଣ ପ୍ରାର୍ଥୀ ଅଛନ୍ତି। ଏଠାରେ ବିଧାନସଭାରେ ୬୦ ଟି ସିଟ ଅଛି। କିନ୍ତୁ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଏଥର ୫୯ ଟି ଆସନରେ ମତଦାନ ହେବ। ରାଜ୍ୟରେ ମୋଟ ୨୧,୬୧,୭୨୯ ଭୋଟର ଅଛନ୍ତି।

ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧୦,୬୮,୮୦୧ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧୦, ୯୨,୩୨୬ ରହିଛି। ସେହିପରି ଦିବ୍ୟାଙ୍ଗ ବର୍ଗରେ ୭୪୭୮ ଭୋଟର, ୮୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସରେ ୨୨୬୫୮ ଭୋଟର ଅଛନ୍ତି। ରାଜ୍ୟରେ ପ୍ରଥମ ଥର ଭୋଟ ଦେଉଥିବା ଭୋଟରଙ୍କ ସଂଖ୍ୟା ହେଉଛି ୮୧,୪୪୩।

ଅନ୍ୟପକ୍ଷରେ ନାଗାଲାଣ୍ଡରେ ସମୁଦାୟ ୬୦ ଟି ଆସନ ଅଛି, କିନ୍ତୁ ଏଥର ୫୯ ଟି ଆସନରେ ଭୋଟିଂ ଅନୁଷ୍ଠିତ ହେଉଛି। କାରଣ ଜଣେ ଭାଜପା ପ୍ରାର୍ଥୀ ବିନା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି। ଏଥର ନାଗାଲାଣ୍ଡରେ ଚାରିଜଣ ମହିଳା ସଦସ୍ୟଙ୍କ ସମେତ ମୋଟ ୧୮୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ନାଗାଲାଣ୍ଡର ପୋଲିସ ମହାନିର୍ଦ୍ଦେଶକ ରୁପିନ ଶର୍ମା କହିଛନ୍ତି ଯେ ନାଗାଲାଣ୍ଡର ସୀମା ସିଲ କରାଯାଇଛି। ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?