ସରିଲା ପ୍ରଚାର: ଦ୍ୱନ୍ଦ୍ୱରେ ପ୍ରାର୍ଥୀ

ଧାମନଗର,୨ା୧୧(ଡି.ଏନ.ଏ.): ଧାମନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି। ମଇଦାନରେ ୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ ହେଁ ମୁଖ୍ୟତଃ ଧାମନଗର ମଙ୍ଗ ଧରିବା ପାଇଁ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଚାଲିଛି। କିନ୍ତୁ ବିଜେଡି ଟିକେଟରୁ ବଞ୍ଚିତ ହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ଓ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀଙ୍କ ଭୋଟ ହାର ନିର୍ଣ୍ଣାୟକ ଭୂମିକା ନେବ। ତେବେ ସମସ୍ତ ପ୍ରାର୍ଥୀ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି। ଉପନିର୍ବାଚନରେ ୨ଲକ୍ଷ ୩୮ ହଜାର ୪୧୭ ଭୋଟର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଏବଂ ୧ ଲକ୍ଷ ୧୫ ହଜାର ୩୧୪ ଜଣ ମହିଳା ଭୋଟର ଅଛନ୍ତି। ଏଥର ଉପନିର୍ବାଚନରେ ଭାଜପା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ବହୁ ନେତୃବୃନ୍ଦ, ବିଧାୟକ, ବିଭିନ୍ନ ମୋର୍ଚ୍ଚାର ରାଜ୍ୟ ସଭାପତି ସାମିଲ ହୋଇ ବିଭିନ୍ନ ପଞ୍ଚାୟତରେ ଡେରା ପକାଇଥିଲେ। ପ୍ରଚାର ମଇଦାନରେ ଧାମନଗରର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ମନମୋହନ ସାମଲ ମୁଖ୍ୟ ଭୂମିକା ନେଇଥିବା ବେଳେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଚାର ଶୈଳୀ ଭୋଟରଙ୍କୁ ଆକୃଷ୍ଟ କରିଥିବା ଦେଖିବାକୁ ମିଳିଛି। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗର ଅନୁକମ୍ପା ଭୋଟ୍‌ ହାତେଇବା ପାଇଁ ସୂର୍ଯ୍ୟବଂଶୀ ଉଦ୍ୟମ ଜାରି ରଖିଛନ୍ତି। ଏପରିକି ଭାଜପା ପକ୍ଷରୁ ନବୀନ ସରକାରଙ୍କ ବିଭିନ୍ନ ଦୁର୍ନୀତି, ନାରୀ ନିର୍ଯାତନା ସହ ଧାମନଗରର ବିକାଶ ପାଇଁ ପ୍ରତିଶ୍ରୁତି ଦିଆଯାଇଛି।
ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ରହିଥିବାରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରୀତି ରଞ୍ଜନ ଘଡ଼େଇ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ପ୍ରମୁଖ ପ୍ରଚାର, ରାଜ୍ୟ ସଭା ଏମ୍‌ପି ମୁନା ଖଁ। ମଇଦାନରେ ଥିଲେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ପ୍ରଚାର କରିଛନ୍ତି। ତେବେ ବିଜେଡି ପାଇଁ ଘାତକ ସାଜିପାରନ୍ତି ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର। ରାଜେନ୍ଦ୍ରଙ୍କ ଲାଗି ଦଳୀୟ କର୍ମୀଙ୍କ ଭିତରେ ରହିଥିବା ସମର୍ଥନ ବିଜେଡି ପାଇଁ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିପାରେ। ମିଶନ ଶକ୍ତି ଜରିଆରେ ମହିଳା ଭୋଟ୍‌ ହାତେଇବାକୁ ବିଜେଡି ଲକ୍ଷ୍ୟ ରଖିଥିବା ବେଳେ ଏକାଧିକ ସ୍ଥାନରେ ଟଙ୍କା ବଣ୍ଟା ନେଇ ଭିଡିଓ ଭାଇରାଲ ଯୋଗୁ ଏହାକୁ ନେଇ ଲୋକଙ୍କ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏଠାରେ ରାଜୁଙ୍କ ସାଙ୍ଗଠନିକ ଦବ୍‌ଦବା ରହିଥିବାରୁ ଅନେକ କର୍ମୀ ଖୋଲାଖୋଲି ପ୍ରଚାରରେ ସାମିଲ ହେଉ ନ ଥିଲେ ମଧ୍ୟ ଅନ୍ତଃସ୍ରୋତର ଫାଇଦା ନେଇ ସମ୍ମାନଜନକ ସ୍ଥିତିରେ ରହିପାରନ୍ତି। ଏହା ଭାଜପା ପାଇଁ ସହାୟକ ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ତା’ର ପୂର୍ବ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ପ୍ରଚାର କରିଛନ୍ତି। ଏଥର ନିଜର ସମ୍ମାନ ବୃଦ୍ଧି ପାଇଁ କଂଗ୍ରେସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ତେବେ ଏସବୁ ଭିତରେ ବନ୍ୟା ନିୟନ୍ତ୍ରଣରେ ବିଫଳତା ଏବଂ ଯାଜପୁର ନେତୃତ୍ୱଙ୍କ ପ୍ରତି ସ୍ଥାନୀୟ ଭୋଟର ଅସୂୟା ଭାବ ସୃଷ୍ଟି ହେବା ପରିଲକ୍ଷିତ ହେଉଛି। ଏହା ଯଦି ଭୋଟ୍‌କୁ ରୂପାନ୍ତରିତ ହୁଏ ତାହା ବିଜେଡି ଭୋଟ୍‌ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri