Posted inଜାତୀୟ

ଶୁଣାଣି ବେଳେ କ୍ୟାମେରା ବନ୍ଦ

ନୂଆଦିଲ୍ଲୀ,୫ା୮: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଉକ୍ତ ମାମଲାର ଶୁଣାଣି ବେଳେ କୋର୍ଟରୁମ୍‌ର ସମସ୍ତ କ୍ୟାମେରା ବନ୍ଦ ହୋଇଯାଇଥିଲା।
୨୦୦୯ରେ ପ୍ରଶାନ୍ତ ଭୂଷଣ ତେହେଲକା ମାଗାଜିନକୁ ଏକ ସାକ୍ଷାତ୍‌କାର ଦେଇଥିଲେ। ସେତେବେଳେ ସେ ନ୍ୟାୟପାଳିକା ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ମଙ୍ଗଳବାର ଏହାର ଶୁଣାଣି କରୁଥିବାବେଳେ ପ୍ରଶାନ୍ତ ଭୂଷଣଙ୍କ ଓକିଲ ରାଜୀବ ଧାଓ୍ବନଙ୍କୁ ଏହି ଦୀର୍ଘ ଆଇନଗତ ପ୍ରକ୍ରିୟାର ସମାଧାନ ନେଇ ମତାମତ ଲୋଡ଼ିଥିଲେ। ଏହି ସମୟରେ ଅଦାଲତରେ କ୍ୟାମେରା ଅଫ୍‌ଲାଇନ୍‌ ହୋଇଯାଇଥିଲା।
ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେଙ୍କ ଆବେଦନ ଅନୁସାରେ ଏହି ଅବମାନନା ମାମଲା ରୁଜୁ ହୋଇଥିଲା। ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସମାଧାନ ପାଇଁ ଖଣ୍ଡପୀଠ ରାଜୀବ ଧାଓ୍ବନଙ୍କ ପରାମର୍ଶ ନେଇଥିଲେ। ଜଷ୍ଟିସ୍‌ ମିଶ୍ର ପଚାରିଥିଲେ, ଅଭିବ୍ୟକ୍ତିର ସ୍ବାଧୀନତା ଓ ଅବମାନନା ମଧ୍ୟରେ ଏକ ସୂକ୍ଷ୍ମ ରେଖା ରହିଛି। ଏହି ବ୍ୟବସ୍ଥା ଆପଣଙ୍କର। ବିବାଦ ଏଡ଼ାଇବା ଲାଗି ଆପଣ କିଛି ଉପାୟ ବତାଇପାରିବେ କି? ଆପଣ ଏହାର ସମାଧାନ କରିପାରିବେ ବୋଲି ଜଷ୍ଟିସ୍‌ ମିଶ୍ର କହିଥିଲେ। ଏହାର ଉତ୍ତରରେ ରାଜୀବ ଧାଓ୍ବନ କହିଥିଲେ, ପ୍ରଶାନ୍ତ ଭୂଷଣ ଏନେଇ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ତାଙ୍କ ସ୍ପଷ୍ଟୀକରଣ ଏହାକୁ ବିରାମ ଦେଇପାରେ। ଏହା ପରେ ଭିଡିଓ କନ୍‌ଫରେନ୍ସ ଜରିଆରେ ବିଚାର ବନ୍ଦ କରି ଇନ୍‌-କ୍ୟାମେରା ଶୁଣାଣି କରାଯାଇଥିଲା, ଯାହାକି ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା। ଶେଷରେ ସୁପ୍ରିମକୋର୍ଟ ସ୍ପଷ୍ଟୀକରଣକୁ ଗ୍ରହଣ କରିବେ ନା ବିଚାର ପ୍ରକ୍ରିୟାକୁ ବନ୍ଦ କରିବେ ସେନେଇ ରାୟ ସଂରକ୍ଷିତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?