ଶଶୀଧର ଜଗଦ୍ଦୀଶନ ହେବେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସିଇଓ

ନୂଆଦିଲ୍ଲୀ,୫।୮: ଆଦିତ୍ୟ ପୁରୀଙ୍କ ପରେ ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ପଦବୀରେ କିଏ ନିଯୁକ୍ତ ହେବେ ସେ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଥିଲା। ମଙ୍ଗଳବାର ସମସ୍ତ କଳ୍ପନାଜଳ୍ପନାରୁ ପରଦା ହଟିଛି। ଏହି ପଦବୀରେ ନିଯୁକ୍ତି ଲାଗି ଶଶୀଧର ଜଗଦ୍ଦୀଶନଙ୍କ ନାମ ସାମ୍ନାକୁ ଆସିଥିବା ଜଣାପଡିଛି। ବର୍ତ୍ତମାନ ସିଇଓ ଥିବା ଆଦିତ୍ୟ ପୁରୀଙ୍କ ପରେ ଜଗଦ୍ଦୀଶନ ବ୍ୟାଙ୍କର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି। ପୁରୀ ଅକ୍ଟୋବରରେ ଅବସର ନେବେ। ୫୫ ବର୍ଷୀୟ ଜଗଦ୍ଦୀଶନ ବର୍ତ୍ତମାନ ବ୍ୟାଙ୍କର ଗ୍ରୁପ୍‌ ହେଡ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ଆଦିତ୍ୟ ପୁରୀଙ୍କ ପରେ ବ୍ୟାଙ୍କର ଉତ୍ତରାଧିକାରୀ ହେବେ ବୋଲି ଜଣାପଡିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନୂଆ ସିଇଓ ପଦବୀ ଦୌଡ଼ରେ ୩ ବ୍ୟକ୍ତି ରହିଥିଲେ। ଜଗଦ୍ଦୀଶନଙ୍କ ନାମକୁ ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ତାଙ୍କ ନାମକୁ ସୋମବାର ମଧ୍ୟରାତ୍ରିରେ ମଞ୍ଜୁରୀ ମିଳିଥିବା ବେଳେ ଶୀଘ୍ର ବ୍ୟାଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଔପଚାରିକ ଘୋଷଣା କରାଯିବ।
୧୯୯୬ରେ ସେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଯୋଗଦେବା ପରେ ଫାଇନାନ୍ସ, ମାନବ ସମ୍ବଳ ଭଳି ବିଭିନ୍ନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ସେ ଚାର୍ଟାର୍ଡ ଆକାଉଣ୍ଟ ଏବଂ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସିଇଓ ପଦବୀ ଲାଗି ଏଚ୍‌ଡିଏଫ୍‌ସିର ହୋଲ୍‌ସେଲ ବ୍ୟାଙ୍କିଙ୍ଗ୍‌ ଡିଭିଜନ ମୁଖ୍ୟ ଜୈଜାଦ ଭରୁଚା, ସିଟି ବ୍ୟାଙ୍କର ସୁନୀଲ ଗର୍ଗଙ୍କ ସମେତ ଅନ୍ୟମାନେ ଦାବିଦାର ରହିଥିଲେ। ବର୍ତ୍ତମାନ ଏଚ୍‌ଡିଏଫ୍‌ସିରେ ସିଇଓ ଥିବା ପୁରୀ ୧୯୯୪ ସେପ୍ଟେମ୍ବରରୁ ବ୍ୟାଙ୍କରେ କାମ କରି ଆସୁଛନ୍ତି। କୌଣସି ବ୍ୟାଙ୍କରେ ଦୀର୍ଘ ସମୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତି ଭାବେ ସେ ବିବେଚିତ ହୋଇଛନ୍ତି। ତାଙ୍କ ପରେ ବ୍ୟାଙ୍କର ମଙ୍ଗ କିଏ ଧରିବ ସେ ନେଇ ନିବେଶକମାନେ ଆଶଙ୍କା ପ୍ରକଟ କରିଥିଲେ। ତାଙ୍କ ଉତ୍ତରାଧିକାରୀ ଚୟନ ବେଳେ ବିଭିନ୍ନ ଗୁରୁତ୍ୱପର୍ଣ୍ଣ ଦିଗ ଉପରେ ଧ୍ୟାନ ରଖାଯିବ ବୋଲି ସେ ନିବେଶକଙ୍କୁ ବ୍ୟାଙ୍କର ବାର୍ଷିକ ସାଧାରଣ ବୈଠକରେ ଭରସା ଦେଇଥିଲେ। ଯିଏବି ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହେବେ ତାଙ୍କ ନିକଟରେ ଭଲ ଅଭିଜ୍ଞତା ରହିଛି ବୋଲି ପୁରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?