ଶଶୀଧର ଜଗଦ୍ଦୀଶନ ହେବେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସିଇଓ

ନୂଆଦିଲ୍ଲୀ,୫।୮: ଆଦିତ୍ୟ ପୁରୀଙ୍କ ପରେ ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ପଦବୀରେ କିଏ ନିଯୁକ୍ତ ହେବେ ସେ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଥିଲା। ମଙ୍ଗଳବାର ସମସ୍ତ କଳ୍ପନାଜଳ୍ପନାରୁ ପରଦା ହଟିଛି। ଏହି ପଦବୀରେ ନିଯୁକ୍ତି ଲାଗି ଶଶୀଧର ଜଗଦ୍ଦୀଶନଙ୍କ ନାମ ସାମ୍ନାକୁ ଆସିଥିବା ଜଣାପଡିଛି। ବର୍ତ୍ତମାନ ସିଇଓ ଥିବା ଆଦିତ୍ୟ ପୁରୀଙ୍କ ପରେ ଜଗଦ୍ଦୀଶନ ବ୍ୟାଙ୍କର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି। ପୁରୀ ଅକ୍ଟୋବରରେ ଅବସର ନେବେ। ୫୫ ବର୍ଷୀୟ ଜଗଦ୍ଦୀଶନ ବର୍ତ୍ତମାନ ବ୍ୟାଙ୍କର ଗ୍ରୁପ୍‌ ହେଡ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ଆଦିତ୍ୟ ପୁରୀଙ୍କ ପରେ ବ୍ୟାଙ୍କର ଉତ୍ତରାଧିକାରୀ ହେବେ ବୋଲି ଜଣାପଡିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନୂଆ ସିଇଓ ପଦବୀ ଦୌଡ଼ରେ ୩ ବ୍ୟକ୍ତି ରହିଥିଲେ। ଜଗଦ୍ଦୀଶନଙ୍କ ନାମକୁ ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ତାଙ୍କ ନାମକୁ ସୋମବାର ମଧ୍ୟରାତ୍ରିରେ ମଞ୍ଜୁରୀ ମିଳିଥିବା ବେଳେ ଶୀଘ୍ର ବ୍ୟାଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଔପଚାରିକ ଘୋଷଣା କରାଯିବ।
୧୯୯୬ରେ ସେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଯୋଗଦେବା ପରେ ଫାଇନାନ୍ସ, ମାନବ ସମ୍ବଳ ଭଳି ବିଭିନ୍ନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ସେ ଚାର୍ଟାର୍ଡ ଆକାଉଣ୍ଟ ଏବଂ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସିଇଓ ପଦବୀ ଲାଗି ଏଚ୍‌ଡିଏଫ୍‌ସିର ହୋଲ୍‌ସେଲ ବ୍ୟାଙ୍କିଙ୍ଗ୍‌ ଡିଭିଜନ ମୁଖ୍ୟ ଜୈଜାଦ ଭରୁଚା, ସିଟି ବ୍ୟାଙ୍କର ସୁନୀଲ ଗର୍ଗଙ୍କ ସମେତ ଅନ୍ୟମାନେ ଦାବିଦାର ରହିଥିଲେ। ବର୍ତ୍ତମାନ ଏଚ୍‌ଡିଏଫ୍‌ସିରେ ସିଇଓ ଥିବା ପୁରୀ ୧୯୯୪ ସେପ୍ଟେମ୍ବରରୁ ବ୍ୟାଙ୍କରେ କାମ କରି ଆସୁଛନ୍ତି। କୌଣସି ବ୍ୟାଙ୍କରେ ଦୀର୍ଘ ସମୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତି ଭାବେ ସେ ବିବେଚିତ ହୋଇଛନ୍ତି। ତାଙ୍କ ପରେ ବ୍ୟାଙ୍କର ମଙ୍ଗ କିଏ ଧରିବ ସେ ନେଇ ନିବେଶକମାନେ ଆଶଙ୍କା ପ୍ରକଟ କରିଥିଲେ। ତାଙ୍କ ଉତ୍ତରାଧିକାରୀ ଚୟନ ବେଳେ ବିଭିନ୍ନ ଗୁରୁତ୍ୱପର୍ଣ୍ଣ ଦିଗ ଉପରେ ଧ୍ୟାନ ରଖାଯିବ ବୋଲି ସେ ନିବେଶକଙ୍କୁ ବ୍ୟାଙ୍କର ବାର୍ଷିକ ସାଧାରଣ ବୈଠକରେ ଭରସା ଦେଇଥିଲେ। ଯିଏବି ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହେବେ ତାଙ୍କ ନିକଟରେ ଭଲ ଅଭିଜ୍ଞତା ରହିଛି ବୋଲି ପୁରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri