୬ରୁ ଭୁବନେଶ୍ୱରରେ ଅଟୋ ସେବା ବନ୍ଦ ଡାକରା

ଭୁବନେଶ୍ୱର,,୪ା୮(ଅନୁରାଧା ମହାରଣା): ବିଭିନ୍ନ ସମସ୍ୟା ଓ ଦାବି ନେଇ ଓଡ଼ିଶା ପରିବହନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ଦାବି ପୂରଣ ହେଉ ନ ଥିବାରୁ ଶେଷରେ ସ୍ମାର୍ଟସିଟି ଅନଲାଇନ୍‌ ଅଟୋ ଗ୍ରୁପ୍‌ ବଡ଼ ଆନ୍ଦୋଳନ ଡାକରା ଦେଇଛି। ୬ ତାରିଖଠାରୁ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଗ୍ରୁପ୍‌ ଅଧ୍ୟକ୍ଷ ଦୀନବନ୍ଧୁ ନାୟକଙ୍କ ସୂଚନାନୁସାରେ, ଘରୋଇ ନମ୍ବର ପ୍ଲେଟ୍‌ ସହ ଓଲା, ରାପିଡୋ ଓ ଉବରର ଦୁଇଚକିଆ ଯାନ ଯାତାୟାତ କରୁଛି। ତେବେ ମାତ୍ରାଧିକ ସଂଖ୍ୟାରେ ଏହି ଯାନ ଚଳାଚଳ ଦ୍ୱାରା ସାଧାରଣ ଅଟୋ ଚାଳକଙ୍କ ରୋଜଗାର ଗୁରୁତର ଭାବେ ପ୍ରଭାବିତ ହେଉଛି। ତେଣୁ ସେମାନେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ବିଭାଗକୁ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ କୌଣସି ପ୍ରଭାବ ନ ପଡ଼ିବାରୁ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ରାସନ କାର୍ଡରୁ କଟାଗଲାଣି ୧୬ଲକ୍ଷରୁ ଅଧିକ ନାଁ, କରୁଛନ୍ତି କି ଏହି ଭୁଲ…

ଭୁବନେଶ୍ୱର,୧୧।୯: ରାସନ କାର୍ଡକୁ ନେଇ ବଡ଼ ସୂଚନା। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। ବିଧାନସଭାରେ ବିଧାୟିକା...

ବିଧାନସଭାରେ ଉଠିଲା ପ୍ରଶ୍ନ, ମାଗଣା ବିଜୁଳିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର,୧୧।୯: ବିଧାନସଭାରେ ଉଠିଲା ମାଗଣା ବିଜୁଳି ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ। ମାଗଣା ବିଜୁଳିକୁ ନେଇ କଂଗ୍ରେସ ବିଧାୟକ ଅଶୋକ...

ମାଡ଼ି ଆସିଲେ ମହିଳା, ଭୁବନେଶ୍ବରରେ ଚହଳ ! କଲେ ବଡ଼ ଦାବି

ଭୁବନେଶ୍ୱର,୧୧।୯: ଗାନ୍ଧୀମାର୍ଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟାମାନଙ୍କର ବଡ଼ ଆନ୍ଦୋଳନ। ବିଧାନସଭା ସମ୍ମୁଖରେ ଏକାଠି ହୋଇ କରିଛନ୍ତି ଗର୍ଜନ। ହଜାର...

ଭାଜପାରେ ବଡ଼ ହଲଚଲ, ଦିଲ୍ଲୀ ଗଲେ ମନମୋହନ ସାମଲ

ଭୁବନେଶ୍ୱର,୧୧।୯: ସୁଜିତ କୁମାର ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ୍‌ ହୋଇଛନ୍ତି। ଏବେ ସବୁଠି ଗୋଟିଏ ଚର୍ଚ୍ଚା ଭାଜପା ସୁଜିତଙ୍କୁ ପୁଣିଥରେ ରାଜ୍ୟ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶ୍ରମିକଙ୍କୁ ମିଳିବ ୬ଲକ୍ଷ ଟଙ୍କା

ଭୁବନେଶ୍ୱର,୧୧।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଶ୍ରମିକଙ୍କ ପାଇଁ ବଡ଼ ସହାୟତା ରାଶି ଘୋଷଣା କଲେ ସରକାର। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ସହାୟତା...

ତିନି ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ମୋବାଇଲ

ବାଲିଗୁଡ଼ା:୧୧।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ, ଡକାୟତି, ଚୋରି ବଢ଼ିବାରେ ଲାଗିଛି ।...

ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମାଳ ମାଳ କୋଠା ଦେଖି ତାଜୁବ ହୋଇଗଲା ଭିଜିଲାନ୍ସ

ଭୁବନେଶ୍ୱର,୧୧।୯: ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଚଢାଉ ବେଳେ ଯନ୍ତ୍ରୀଙ୍କ ୬ଟି ବହୁତଳ କୋଠା...

ଠକୁଛନ୍ତି ସୁନା ଦୋକାନୀ! ଏସବୁ ଜିଲାରେ ବେଶୀ ଠକେଇ, କିଣୁଛନ୍ତି କି… 

ଭୁବନେଶ୍ୱର,୧୧।୯: ବିଧାନସଭା ଚାଲିଥିବା ବେଳେ  ଗୃହରେ ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ ବୋଲି ରଣେନ୍ଦ୍ର ସ୍ବାଇଁ ପ୍ରଶ୍ନ କରିଥିଲେ। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri