ଜଳୁଛି କାଲିଫର୍ନିଆ ଜଙ୍ଗଲ

ସାନ୍‌ ଫ୍ରାନ୍ସିସ୍‌କୋ, ୨୫।୭: କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା ଅଧିକାରୀମାନେ ଏହାକୁ ବିଶେଷ ଗୁରୁତ୍ୱ ନ ଦେଇ ଜଳିବାକୁ ଛାଡ଼ିଦେବାରୁ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବଜ୍ରପାତରୁ ଟାମାରାକ ଫାୟାର ସୃଷ୍ଟି ହୋଇଥିଲା। ଜୁଲାଇ ୪ରେ ପ୍ରଥମେ କାଲିଫର୍ନିଆର ଆଲ୍‌ପାଇନ କାଉଣ୍ଟି ଅନ୍ତର୍ଗତ ହମ୍‌ବୋଲ୍ଡ-ଟୋୟାବେ ଜାତୀୟ ଜଙ୍ଗଲରେ ଏହି ନିଆଁ ଦେଖିବାକୁ ମିଳିଥିଲା। ଏବେ ଏହି ନିଆଁ ୫୮,୪୧୭ ଏକର ଅଞ୍ଚଳକୁ ବ୍ୟାପିଗଲାଣି। ଜାତୀୟ ରାଜପଥ ୩୯୫ର ଉଭୟ ପାର୍ଶ୍ୱକୁ ନିଆଁ ବ୍ୟାପିଥିବାବେଳେ ସେଠାରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ଲାଗି ଶୁକ୍ରବାର ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ୧୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ନିଆଁରେ ୧୦ ବିଲ୍ଡିଂ ଧ୍ୱଂସ ହୋଇଛି। ବାର୍ଷିକ ସାଇକେଲ୍‌ ରେସ୍‌ ‘ଡେଥ୍‌ ରାଇଡ୍‌’କୁ ବାତିଲ କରାଯାଇଛି। ନିଆଁଲିଭା କାର୍ଯ୍ୟରେ ୧୩୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗ୍ରୀଷ୍ମ ଲହର ଲାଗି ରହିବା ସହ ବ୍ୟାପକ ଜଙ୍ଗଲ ଅଞ୍ଚଳ ଶୁଖିଲା ହୋଇଥିବାରୁ ନିଆଁ ଏତେ ଶୀଘ୍ର ଲିଭିବା ସମ୍ଭାବନା ନାହିଁ। ଅଗଷ୍ଟ ୩୧ ବେଳକୁ ଏହା ଆୟତ୍ତ ହୋଇପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ବାସୀଙ୍କୁ ନୂଆ ଶିଖାଳି ବୋଲି ଭାବନ୍ତୁ ନାହିଁ: ଜେଲେନ୍‌ସ୍କି

କ୍ୱିଭ,୩୧ ।୩: ରୁଷିଆ- ୟୁକ୍ରେନ୍ ଯୁଦ୍ଧ ୩୫ ଦିନରେ ବି ଜାରି ରହିଛି । କେହି ପଛକୁ ହଟିବାକୁ ରାଜି ନୁହେଁ । ଏପଟେ ଯୁଦ୍ଧର...

ମୃତ୍ୟୁ ଉପତ୍ୟକାରେ ଅଗ୍ନିବର୍ଷା

ନ୍ୟୁୟର୍କ, ୧୫ା୭: ବିଶ୍ୱର ବିଭିନ୍ନ ଦେଶରେ ମୌସୁମୀ ବର୍ଷା ଜାରି ଥିବାବେଳେ ଉତ୍ତର ଆମେରିକାର ମୃତ୍ୟୁ ଉପତ୍ୟକା ବା ଡେଥ୍‌ ଭ୍ୟାଲିରେ ଅଗ୍ନି ବର୍ଷୁଛି। କାଲିଫର୍ନିଆର...

ଆଇଏସଆଇର ପୂର୍ବତନ ମୁଖ୍ୟ ନେଲେ ସ୍ବେଚ୍ଛାକୃତ ଅବସର, ସେନାମୁଖ୍ୟ ନିଯୁକ୍ତି ନେଇ ଅସନ୍ତୁଷ୍ଟ…

ଇସଲାମାବାଦ,୨୯।୧୧ : ଆଇଏସଆଇର ପୂର୍ବତନ ମୁଖ୍ୟ ତଥା ପାକିସ୍ତାନର ଜଣେ ବରିଷ୍ଠ ଲ୍ୟୁଟନାଟ ଜେନେରାଲ ଫୈଜ ହମିଦ ମଙ୍ଗଳବାର ତାଙ୍କ ଅବସର ନେଇ ଏକ ବଡ଼...

ଉତ୍ତାପ ପାଇଁ ପୋଷାକ ଜାଳୁଛନ୍ତି

ମସ୍କୋ, ୩ା୩: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣର ଯନ୍ତ୍ରଣା କେବଳ ୟୁକ୍ରେନବାସୀ ନୁହଁନ୍ତି, ସେଠାରୁ ଜୀବନ ରକ୍ଷା ପାଇଁ ପଳାୟନ କରୁଥିବା ଅନ୍ୟ ଦେଶର ଲୋକେ...

ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଲେ ନେପାଳ ରାଷ୍ଟ୍ରପତି

କାଠମାଣ୍ଡୁ,୧।୫: ପଡୋଶୀ ଦେଶ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଦିଲ୍ଲୀ ଏମ୍ସରେ ଚିକିତ୍ସା ହୋଇ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି। ତାଙ୍କର ଛାତି ସମ୍ବନ୍ଧୀୟ...

ଆମେରିକା ହିଂସା: ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ବନ୍ଦ କଲେ ଟ୍ରମ୍ପଙ୍କ ଆକାଉଣ୍ଟ

ୱାଶିଂଟନ,୭ ।୧: ଗତ ନଭେମ୍ବରରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି ଜୋ ବାଇଡେନ୍ । ହେଲେ ନିଜର ପରାଜୟକୁ ଏପର୍ଯ୍ୟନ୍ତ ସ୍ୱୀକାର...

ଥରିଲା ଟୋକିଓ

ଟୋକିଓ,୧୧ା୫: ଗୁରୁବାର ଜାପାନର ରାଜଧାନୀ ଟୋକିଓ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ସମୟରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ...

ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରୁ ଉଦ୍ଧାର ପାଇଁ ମୋଦିଙ୍କ ସହାୟତା ଲୋଡିଲେ ଯୁବତୀ: ୧୩୮ ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ କଲେ ଅନୁରୋଧ

ଟୋକିଓ,୧୯।୨: ଜାପାନର ଟୋକିଓରେ ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରେ ୧୩୮ ଭାରତୀୟଙ୍କୁ କରୋନା ସଂକ୍ରମଣ ଯାଞ୍ଚ୍‌ ପାଇଁ ଅଟକ ରଖାଯାଇଛି। ଇତିମଧ୍ୟରେ ୧୪ ଦିନ ବିତି ଯାଇଛି।...

Advertisement
Archives

Model This Week