ରାତି ଅଧାରେ କ୍ୟାବିନେଟ୍‌ ଇସ୍ତଫା…

ନୂଆଦିଲ୍ଲୀ, ୪।୪ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମସ୍ତ କ୍ୟାବିନେଟ ସଦସ୍ୟ ରାତି ଅଧାରେ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି। ଶ୍ରୀଲଙ୍କାରେ ଜାରି ରହିଥିବା ୩୬ ଘଣ୍ଟିଆ ଦେଶବ୍ୟାପୀ କର୍ଫ୍ୟୁ ସେମାବାର ସକାଳ ୬ଟାରେ ଶେଷ ହୋଇଛି। ଏହାକୁ ଲୋକେ ଉଲ୍ଲଂଘନ କରି ପ୍ରଦର୍ଶନ କରିଥିଲେ। ଅର୍ଥନୈତିକ ସଙ୍କଟ ପରେ ସରକାର ବିରୋଧୀ ରାଲି ହୋଇଥିବାରୁ ପୋଲିସ ଲୁହବୁହା ଗ୍ୟାସ ଏବଂ ଓ୍ବାଟର କ୍ୟାନନ ପ୍ରୟୋଗ କରିଛନ୍ତି।

ଏଥି ସହିତ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଏହି ସମସ୍ୟାର ସମାଧାନ ପାଇଁ ଏକ ସର୍ବଦଳୀୟ କାର୍ଯ୍ୟବାହକ ସରକାର ଗଠନ ପାଇଁ ଦାବି ବୃଦ୍ଧି ପାଇବାରେ ଲାଗିଛି।

ଶ୍ରୀଲଙ୍କା ଇତିହାସରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଗତ କିଛି ସପ୍ତାହ ଧରି ଦେଶର ଲୋକମାନେ ଇନ୍ଧନ ଏବଂ ରନ୍ଧନ ଗ୍ୟାସ ପାଇଁ ଲମ୍ବା ଧାଡିରେ ଛିଡା ହେବା ସହିତ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବର ସମ୍ମୁଖୀନ ହେବାରେ ଲାଗିଛନ୍ତି। ରାଷ୍ଟ୍ରପତି ଗୋଟାବାୟୋ ରାଜପେକ୍ଷ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସ୍ବତନ୍ତ୍ର ଗେଜେଟ ବିଜ୍ଞପ୍ତି ଜାରି କରି ଏପ୍ରିଲ ୧ ତାରିଖରୁ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସରକାର ଶନିବାର ସନ୍ଧ୍ୟା ୬ ଟାରୁ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କର୍ଫ୍ୟୁ ଘୋଷଣା କରିଥିଲେ।

ସୋସିଆଲ ମିଡିଆରେ ଜନସାଧାରଣଙ୍କ ପ୍ରବେଶକୁ ବନ୍ଦ କରିବା ପାଇଁ ସରକାର ରବିବାର ଦିନ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାକୁ ବାରଣ କରିଛନ୍ତି। ଅପରପକ୍ଷରେ ହ୍ବାଟସ ଆପ, ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାଯାଇଥିବା ପ୍ରତିବନ୍ଧକକୁ ରବିବାର ଶ୍ରୀଲଙ୍କା ସରକାର ହଟାଇ ଦେଇଛନ୍ତି। ଦେଶବ୍ୟାପୀ ଜନସାଧାରଣଙ୍କ ଜରୁରୀକାଳୀନ ପରିସ୍ଥିତି ଏବଂ ଦେଶରେ ଆର୍ଥିକ ସଙ୍କଟ ବଢ଼ି଼ିବାରେ ଲାଗିଥିବାବେଳେ ସରକାର ବିରୋଧୀ ପ୍ରତିବାଦ ଯୋଗୁ ପୂର୍ବରୁ ସୋସିଆଲ ମିଡିଆକୁ ବାରଣ କରାଯାଇଥିଲା।

ଏହି ପ୍ରତିବନ୍ଧକକୁ ହଟାଇବା ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ ଫେସବୁକ, ଟୁଇଟର, ୟୁଟ୍ୟୁବ, ଇନଷ୍ଟାଗ୍ରାମ, ଟିକଟକ, ସ୍ନାପଚାଟ, ହ୍ବାଟସ ଆପ, ୍‌ଓ୍ବାଇବର, ଟେଲିଗ୍ରାମ ଏବଂ ଫେସବୁକ ମେସେଞ୍ଜରର ସେବା ୧୫ ଘଣ୍ଟା ପରେ ପୁନଃସ୍ଥାପିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?