ରାତି ଅଧାରେ କ୍ୟାବିନେଟ୍‌ ଇସ୍ତଫା…

ନୂଆଦିଲ୍ଲୀ, ୪।୪ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମସ୍ତ କ୍ୟାବିନେଟ ସଦସ୍ୟ ରାତି ଅଧାରେ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି। ଶ୍ରୀଲଙ୍କାରେ ଜାରି ରହିଥିବା ୩୬ ଘଣ୍ଟିଆ ଦେଶବ୍ୟାପୀ କର୍ଫ୍ୟୁ ସେମାବାର ସକାଳ ୬ଟାରେ ଶେଷ ହୋଇଛି। ଏହାକୁ ଲୋକେ ଉଲ୍ଲଂଘନ କରି ପ୍ରଦର୍ଶନ କରିଥିଲେ। ଅର୍ଥନୈତିକ ସଙ୍କଟ ପରେ ସରକାର ବିରୋଧୀ ରାଲି ହୋଇଥିବାରୁ ପୋଲିସ ଲୁହବୁହା ଗ୍ୟାସ ଏବଂ ଓ୍ବାଟର କ୍ୟାନନ ପ୍ରୟୋଗ କରିଛନ୍ତି।

ଏଥି ସହିତ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଏହି ସମସ୍ୟାର ସମାଧାନ ପାଇଁ ଏକ ସର୍ବଦଳୀୟ କାର୍ଯ୍ୟବାହକ ସରକାର ଗଠନ ପାଇଁ ଦାବି ବୃଦ୍ଧି ପାଇବାରେ ଲାଗିଛି।

ଶ୍ରୀଲଙ୍କା ଇତିହାସରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଗତ କିଛି ସପ୍ତାହ ଧରି ଦେଶର ଲୋକମାନେ ଇନ୍ଧନ ଏବଂ ରନ୍ଧନ ଗ୍ୟାସ ପାଇଁ ଲମ୍ବା ଧାଡିରେ ଛିଡା ହେବା ସହିତ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବର ସମ୍ମୁଖୀନ ହେବାରେ ଲାଗିଛନ୍ତି। ରାଷ୍ଟ୍ରପତି ଗୋଟାବାୟୋ ରାଜପେକ୍ଷ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସ୍ବତନ୍ତ୍ର ଗେଜେଟ ବିଜ୍ଞପ୍ତି ଜାରି କରି ଏପ୍ରିଲ ୧ ତାରିଖରୁ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସରକାର ଶନିବାର ସନ୍ଧ୍ୟା ୬ ଟାରୁ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କର୍ଫ୍ୟୁ ଘୋଷଣା କରିଥିଲେ।

ସୋସିଆଲ ମିଡିଆରେ ଜନସାଧାରଣଙ୍କ ପ୍ରବେଶକୁ ବନ୍ଦ କରିବା ପାଇଁ ସରକାର ରବିବାର ଦିନ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାକୁ ବାରଣ କରିଛନ୍ତି। ଅପରପକ୍ଷରେ ହ୍ବାଟସ ଆପ, ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାଯାଇଥିବା ପ୍ରତିବନ୍ଧକକୁ ରବିବାର ଶ୍ରୀଲଙ୍କା ସରକାର ହଟାଇ ଦେଇଛନ୍ତି। ଦେଶବ୍ୟାପୀ ଜନସାଧାରଣଙ୍କ ଜରୁରୀକାଳୀନ ପରିସ୍ଥିତି ଏବଂ ଦେଶରେ ଆର୍ଥିକ ସଙ୍କଟ ବଢ଼ି଼ିବାରେ ଲାଗିଥିବାବେଳେ ସରକାର ବିରୋଧୀ ପ୍ରତିବାଦ ଯୋଗୁ ପୂର୍ବରୁ ସୋସିଆଲ ମିଡିଆକୁ ବାରଣ କରାଯାଇଥିଲା।

ଏହି ପ୍ରତିବନ୍ଧକକୁ ହଟାଇବା ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ ଫେସବୁକ, ଟୁଇଟର, ୟୁଟ୍ୟୁବ, ଇନଷ୍ଟାଗ୍ରାମ, ଟିକଟକ, ସ୍ନାପଚାଟ, ହ୍ବାଟସ ଆପ, ୍‌ଓ୍ବାଇବର, ଟେଲିଗ୍ରାମ ଏବଂ ଫେସବୁକ ମେସେଞ୍ଜରର ସେବା ୧୫ ଘଣ୍ଟା ପରେ ପୁନଃସ୍ଥାପିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri