ଐତିହ୍ୟ କ୍ୟାବିନେଟ ବୈଠକରେ ୭ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୨।୯(ବ୍ୟୁରୋ)-ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ କଳା, ସଂସ୍କୃତି ଓ ଐତିହ୍ୟର ପୁନରୁଦ୍ଧାର ନିମନ୍ତେ ୭ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡିଛି। ଏ ନେଇ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରମାନଙ୍କୁ ଏକାଡେମୀ ପୁରସ୍କାର ରାଶିର ପରିମାଣ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଅତିବଡି ଜଗନ୍ନାଥ ଦାସ ସମ୍ମାନ, କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ, ବ୍ୟାସକବି ଫକୀରମୋହନ ଓ ଭାଷା ସମ୍ମାନର ଅର୍ଥରାଶି ପରିମାଣକୁ ୧ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କା, ଏକାଡେମୀଗୁଡିକର ପୁରସ୍କାର ରାଶି ୫୦ହଜାରୁ ୨ଲକ୍ଷ ଟଙ୍କା ଓ ଏକାଡେମୀ ସମ୍ବର୍ଦ୍ଧନା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥସହିତ ପ୍ରାଚୀନ ଐତିହ୍ୟ ଓ କୀର୍ତ୍ତିରାଜି, ସ୍ତୁପ ଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଓ ଜଣେ ସ୍ବତନ୍ତ୍ର ନିର୍ଦ୍ଦେଶକ ପଦବୀ ସଂସ୍କୃତି ବିଭାଗ ଅଧୀନରେ ସୃଷ୍ଟି ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ଡାକିଥିଲେ ବୈଠକ: ସମସ୍ତେ ଆସିଲେନି…

ଭୁବନେଶ୍ୱର, ୨୮।୨(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନର ପ୍ରାର୍ଥୀ ଚୟନ ଏବଂ ୪ର୍ଥ ଆସନ ପାଇଁ ବିଜେଡି ଓ ଭାଜପାର ଆଭିମୁଖ୍ୟ କ’ଣ ହେବ ସେଥିପ୍ରତି ସମସ୍ତଙ୍କ…

୬ ଗ୍ରହର ବିରଳ ମହାଜାଗତିକ ଦୃଶ୍ୟ: ଆଜିଠାରୁ ଆକାଶରେ ଦେଖାଯିବ ପ୍ଲାନେଟ୍‌ ପରେଡ୍‌

ଭୁବନେଶ୍ୱର,୨୮ା୨(ସୁଚିସ୍ମିତା ସାହୁ):ସନ୍ଧ୍ୟା ଆକାଶରେ ଶନିବାରଠାରୁ ୬ଟି ଗ୍ରହ ନିକଟତର ହେବେ। ଏହି ବିରଳ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ ୭ ଯାଏ ଦୃଶ୍ୟମାନ ହେବ। ପ୍ରତିଦିନ ସୂର୍ଯ୍ୟାସ୍ତ ପରେ…

ଗୋଠ ଏକାଠି ନାହିଁ: ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜେଡିରେ ହଲଚଲ

ଭୁବନେଶ୍ୱର, ୨୮।୨(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନର ପ୍ରାର୍ଥୀ ଚୟନ ଏବଂ ୪ର୍ଥ ଆସନ ପାଇଁ ବିଜେଡି ଓ ଭାଜପାର ଆଭିମୁଖ୍ୟ କ’ଣ ହେବ ସେଥିପ୍ରତି ସମସ୍ତଙ୍କ ନଜର…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

ତୁଟୁନି ଚାଷୀଙ୍କ ଦୁଃଖ, ବଢୁଛି ଅସନ୍ତୋଷ

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଚାଷୀଙ୍କ ସମସ୍ୟା ସମାଧାନ ହେବା ନାଁ ଧରୁନି। ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଚାଷୀଙ୍କ ଦୁଃଖ ବଢ଼ି ଚାଲିଛି। ଏହାକୁ ନେଇ…

କ୍ରାଶ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ: ୧୫ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ

ଲା ପାଜ,୨୮।୨: ଦକ୍ଷିଣ ଆମେରିକୀୟ ଦେଶ ବୋଲିଭିଆରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ଲା ପାଜ ନିକଟସ୍ଥ ଏଲ ଅଲ୍ଟୋ ସହରରେ ଏକ ବୋଲିଭିଆନ…

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

ବାବୁଲ ସୁପ୍ରିୟୋ, ପୂର୍ବ DGP ରାଜୀବ କୁମାର…ରାଜ୍ୟ ସଭା ପାଇଁ ଏହି ୪ ପ୍ରାର୍ଥୀଙ୍କ ଉପରେ ଭରସା କଲେ ମମତା

କୋଲକାତା,୨୭।୨: ପଶ୍ଚିମବଙ୍ଗର ୫ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ତୃଣମୂଳ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଏଥର ପ୍ରଶାସନିକ ଅଭିଜ୍ଞତା, ଆଇନଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri