ନବୀନ ଡାକିଥିଲେ ବୈଠକ: ସମସ୍ତେ ଆସିଲେନି…

ଭୁବନେଶ୍ୱର, ୨୮।୨(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନର ପ୍ରାର୍ଥୀ ଚୟନ ଏବଂ ୪ର୍ଥ ଆସନ ପାଇଁ ବିଜେଡି ଓ ଭାଜପାର ଆଭିମୁଖ୍ୟ କ’ଣ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ଯେହେତୁ ୪ର୍ଥ ରାଜ୍ୟ ସଭା ଆସନ ପାଇଁ କୌଣସି ଦଳର ଆବଶ୍ୟକ ସଂଖ୍ୟା ନାହିଁ, ସେଥିପାଇଁ ଏ ବିଷୟ ବର୍ତ୍ତମାନ ରାଜନୈତିକ ପାଣିପାଗକୁ ଉଷ୍ମକରି ରଖିଛି। ଶୁକ୍ରବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବିଧାୟକମାନଙ୍କ ପାଇଁ ନବୀନ ନିବାସରେ ଏକ ବୈଠକ ଡାକିଥିଲେ। ରାଜ୍ୟ ସଭା ନିର୍ବାଚନ ପାଇଁ କୁଆଡ଼େ ସବୁ ବିଧାୟକଙ୍କ ଦସ୍ତଖତ ନେବା ଲାଗି ଏହି ବୈଠକ ଡକାଯାଇଥିବା ଅନେକ ବରିଷ୍ଠ ଏବଂ ଯୁବ ନେତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ହେଲେ ବୈଠକରେ ବିଧାୟକଙ୍କ ସଂଖ୍ୟା ଦେଖିବାପରେ ଦସ୍ତଖତ ଅଭିଯାନକୁ କେବଳ ଚା ଏବଂ ଜଳଖିଆରେ ସୀମିତ ରଖାଯାଇଛି।
ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ସବୁ ବିଧାୟକଙ୍କୁ ନେଇ ନବୀନ ବୈଠକ ଡାକିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଧରାଯିବ। କାରଣ ୪ ରାଜ୍ୟ ସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ବିଧାୟକମାନେ ହିଁ ଭୋଟ ଦେବେ। ତେଣୁ ବୈଠକରେ ସବୁ ବିଧାୟକଙ୍କୁ ଏକାଠି କରି ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ନବୀନ ନିଜର ବଳ ଦେଖାଇବାକୁ ଚେଷ୍ଟା କରୁଥାଇପାରନ୍ତି। ହେଲେ ଦଳର ସଭାପତିଙ୍କ ଡକରା ସତ୍ତ୍ୱେ ବୈଠକରେ ପାଖାପାଖି ୩୦ରୁ ୩୫ ଜଣ ବିଧାୟକ ଉପସ୍ଥିତ ରହିଲେ ବୋଲି ନବୀନ ନିବାସ ଯାଇଥିବା କେତେଜଣ ସଦସ୍ୟ କହିଛନ୍ତି। ଅର୍ଥାତ୍‌ ଆହୁରି ୧୩ କିମ୍ବା ତା’ଠାରୁ ଅଧିକ ବିଧାୟକ ବୈଠକକୁ ଆସିଲେ ନାହିଁ। ଏତେଜଣ ବିଧାୟକଙ୍କ ଅନୁପସ୍ଥିତି ସମ୍ପର୍କରେ ନବୀନ ବୋଧହୁଏ ଅନୁଭବ କରିପାରି ସେଠାରେ ଉପସ୍ଥିତ କେତେଜଣଙ୍କ ସହ କିଛି ସମୟ କଥା ହୋଇ ସେଠାରୁ ଚାଲିଯାଇଥିଲେ। ସେ ରାଜ୍ୟ ସଭା ନିର୍ବାଚନ ବାବଦରେ କୌଣସି ପ୍ରକାର ଚର୍ଚ୍ଚା କରି ନ ଥିଲେ। ତା’ପରେ ନବୀନ ନିବାସ ଯାଇଥିବା ବିଧାୟକମାନଙ୍କ ପାଇଁ ସାଣ୍ଡଓ୍ବିଚ୍‌ ଏବଂ ଚା’ର ବ୍ୟବସ୍ଥା ହୋଇଥିଲା। ବିଧାୟକମାନେ ମଧ୍ୟ ଚା, ଜଳଖିଆ ଖାଇ ସେଠାରୁ ଫେରିଛନ୍ତି।
ଶେଷରେ ବୈଠକକୁ ଏକ ପ୍ରକାର ବାତିଲ କରାଯାଇ ବିଧାୟକମାନଙ୍କୁ ପୁଣିଥରେ ଶନିବାର ପୂର୍ବାହ୍ନ ୧୧.୩୦ ମିନିଟ୍‌ ସମୟରେ ଡକାଯାଇଛି। ଆଉଥରେ ସବୁ ବିଧାୟକଙ୍କୁ ନବୀନ ନିବାସ ପକ୍ଷରୁ ଶନିବାର ବୈଠକ ପାଇଁ ଟେଲିଫୋନ୍‌ ଯୋଗେ ଜଣାଇ ଦିଆଯାଇଛି। ଏଥର ସବୁ ବିଧାୟକ ଆସିବେ ନା ନାହିଁ ତାହା ଦେଖିବା ପରେ ବହୁ କିଛି କଥା ସ୍ପଷ୍ଟ ହେବ ବୋଲି ସେମାନେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri