ଦାଉ ସାଧିଛି ଲଗାଣ ବର୍ଷା: ଉଜୁଡ଼ିଲା କୋବିଚାଷ, ଚାଷୀ ନିରାଶ

ଦାରିଙ୍ଗବାଡ଼ି,୩ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ଲାଗିରହିଥିବା ବେଳେ ୩ ଦିନ ହେଲା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଫଳରେ ଅଞ୍ଚଳର ପନିପରିବା ଚାଷୀ ବହୁ କ୍ଷତି ସହୁଛନ୍ତି। ଚାଷଜମିରୁ ଏବେ ପାଣି ଝର ପଡ଼ିଥିବାରୁ ବର୍ଷା କମିଥିଲେ ମଧ୍ୟ ଜଳ କମିନାହିଁ। ଫଳରେ ବନ୍ଧା, ଫୁଲକୋବି ସମେତ ବିନ୍‌, ବାଇଗଣ, ଟମାଟୋ, ଆଳୁଚାଷରେ ପ୍ରବଳ ନଷ୍ଟ ହୋଇଛି। ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତରେ ପ୍ରାୟ ୨୦ ଜଣ ଚାଷୀଙ୍କ ବନ୍ଧା ଓ ଫୁଲ କୋବିଚାଷରେ ଜମିରେ ପାଣି ଜମିବା ସହ ମୂଳ ସଢ଼ା ହେବା ସହ ରୋଗପୋକ ଯୋଗୁ ଶହଶହ ହେକ୍ଟର ଜମିର ଫସଲ ନଷ୍ଟ ହେବାରେ ଲାଗିଛି। ଯଦି ଶନିବାର ରବିବାର ସୁଦ୍ଧା ଖରା ନ ହୁଏ ତେବେ ଆହୁରି ବଡ଼ କ୍ଷତି ହେବା ଆଶଙ୍କା କରାଯାଇଛି।

ଏମିତି ଜଣେ ମହିଳା ଚାଷୀ ପୁଷ୍ପଲତା ବେହେରା ଯିଏ କି ସ୍ବାମୀ ସନ୍ତୋଷ ବେହେରାଙ୍କ ସହ ମିଶି ୨୦ ହଜାର ବନ୍ଧା ଓ ଫୁଲକୋବି ଚାଷ କରିଥିଲେ। ଏବେ ଜମିରେ ଝର ପଡ଼ି ସମସ୍ତ ଫୁଲକୋବି ଗଛରେ ମୂଳ ପଚି ଯିବା ସହ ରୋଗ ପୋକ ଲାଗିଯାଇଛି। ସେହିପରି ଆଉ କିଛିଦିନ ପରେ ଚାଷୀ ପୁଷ୍ପଲତା ବନ୍ଧା କୋବି ଅମଳ କରି ବିକ୍ରି କରିବାକୁ ରହିଥିବା ବେଳେ ଅମଳ ପୂର୍ବରୁ ହିଁ ଲଗାଣ ବର୍ଷା ଉଜାଡ଼ିଦେଇଛି ଚାଷ।

ସେ କୁହନ୍ତି, ସେ ଋଣ କରି ଏହି ଚାଷ ଆରମ୍ଭ କରିଥିଲେ ହେଲେ ଚଳିତବର୍ଷ ତାଙ୍କ ଫସଲ ବହୁତ ଭଲ ହୋଇଥିଲା। ଆଉ କିଛି ଦିନ ପରେ ବନ୍ଧାକୋବି ଅମଳ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସେ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଏବେ ସମସ୍ତ ବନ୍ଧାକୋବି ମୂଳ ପଚିସଢ଼ି ହୋଇ ନଷ୍ଟ ହୋଇଥିବା କହିଛନ୍ତି ମହିଳା ଚାଷୀ ପୁଷ୍ପଲତା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫଳାଫଳ: ବାବା ରାମଦେବଙ୍କ ବିସ୍ଫୋରକ ବୟାନ, କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୪।୫: ଯୋଗଗୁରୁ ବାବା ରାମଦେବ ପଶ୍ଚିମବଙ୍ଗର ଫଳାଫଳ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ପାଞ୍ଚଟି ରାଜ୍ୟର ଦିଗ ଏବେ ସ୍ପଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପଛରେ ପଡିଲେ ଏମ୍‌. କେ. ଷ୍ଟାଲିନ୍‌

ଚେନ୍ନାଇ,୪।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ କୋଲାଥୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା…

ଜିତୁ ମୁଣ୍ଡାଙ୍କ ପାଇଁ ବଦଳିଲା ଗାଁର ଭାଗ୍ୟ, ମରାମତି ହେଲା….

କେନ୍ଦୁଝର,୪।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ନିଜ ବଡ଼ ଭଉଣୀଙ୍କ କଙ୍କାଳ କାନ୍ଧରେ ବୋହି ବ୍ୟାଙ୍କକୁ ନେବା ଘଟଣା ସାରା ଦେଶରେ…

ପାଦେପାଦେ ବିପଦ, ଓହଳିଛି ପୌର ପରିଷଦର ସ୍ବାଗତ ହୋର୍ଡିଂ

ଗୁଣପୁର,୪ା୫(ସଂକେତ ପାତ୍ର): ଗୁଣପୁର ସହରକୁ ସ୍ୱାଗତ ଜଣାଇବା ପାଇଁ ପୌରପରିଷଦ ଦ୍ୱାରା ବିକ୍ରମପୁର ପଥପ୍ରାନ୍ତ ନିକଟରେ ସ୍ଥାପିତ ସ୍ୱାଗତ ବୋର୍ଡ୍ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି…

ମାଟ୍ରିକ ପରୀକ୍ଷା ଫଳ: ପଦ୍ମାବତୀ ମହାଳିଙ୍ଗ, ମନୀଷା ଧରୁଆ ସ୍କୁଲ ପାଇଁ ଗୌରବ

ଭବାନୀପାଟଣା,୪।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବାଦଲି ସ୍ଥିତ କିସ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ବର୍ଷ ଦଶମ ପରୀକ୍ଷା ରେ ଶତ ପ୍ରତିଶତ…

ଜିଲା ମଙ୍ଗଳ ବିଭାଗର ୨୨ ବିଦ୍ୟାଳୟର ଶତପ୍ରତିଶତ ପାସ

କୋରାପୁଟ,୪ା୫(ଅମିତାଭ ବେହେରା): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ମଙ୍ଗଳ ବିଭାଗ ଶତପ୍ରତିଶତ ସଫଳତା ହାସଲ କରିଛି। ମୋଟ ପାସ ହାର ୯୯ ପ୍ରତିଶତ ରହିଛି। ୩୭ରୁ…

ମାତ୍ର ୨ବର୍ଷରେ ଘଟିଲା ଏମିତି, ଯାହା ଦିଦିଙ୍କ ପରାଜୟର କାରଣ ସାଜିଲା!

କୋଲକାତା,୪।୫: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏବେ ରାଜ୍ୟର ନେତୃତ୍ୱ ଛାଡିବା ଅନିବାର୍ଯ୍ୟ ମନେ ହେଉଛି। ୪…

Bangal New CM: ମମତାଙ୍କ ପରାଜୟର ସଠିକ ଭବିଷ୍ୟବାଣୀ କରିଥିବା ବ୍ୟକ୍ତିଙ୍କଠାରୁ ଜାଣନ୍ତୁ କିଏ ହେବେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଭାଜପାର ଉତ୍ଥାନ ଏବଂ ଟିଏମସିର ପତନର ସ୍ପଷ୍ଟ ସୂଚନା ଦେଉଛି। ବର୍ତ୍ତମାନର ଧାରା ଅନୁସାରେ, ଭାଜପା ୧୯୪ଟି ଆସନରେ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri