ବ୍ୟବସାୟରେ ବିଶ୍ୱାସ-ନୈତିକତା ରହିବା ଆବଶ୍ୟକ

ଭୁବନେଶ୍ୱର,୮।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂଘ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି) ପକ୍ଷରୁ ଏକ ଦିନିକିଆ ତଥା ୫ମ କର୍ପୋରେଟ୍‌ ସୋସିଆଲ୍‌ ରେସ୍‌ସ୍ପନ୍‌ସିବିଲିଟି (ସିଏସ୍‌ଆର୍‌) ସମ୍ମିଳନୀ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ମେନ୍‌ଷ୍ଟ୍ରିମିଂ ସିଏସ୍‌ଆର୍‌ ଫର୍‌ ଇନ୍‌କ୍ଲୁସିଭ୍‌ନେସ୍‌’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ସରକାରଙ୍କ କୌଶଳ ଓ ଶିକ୍ଷା, ବାଣିଜ୍ୟ ଏବଂ ପରିବହନ ପ୍ରମୁଖ ସଚିବ ଉଷା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ବ୍ୟବସାୟରେ ବିଶ୍ୱାସ ଏବଂ ନୈତିକତା ରହିବା ଆବଶ୍ୟକ। ଏପରିକି ସେ ଟାଟା କମ୍ପାନୀର ଉଦାହରଣ ଦେଇ କହିଥିଲେ, ଲୋକେ ଏହି କମ୍ପାନୀକୁ ଭରସା କରନ୍ତି। ଫଳରେ ବ୍ୟବସାୟିକ ନୈତିକତା ପାଇଁ ଟାଟା କମ୍ପାନୀ ପାର୍ଲାମେଣ୍ଟ ଭବନ ନିର୍ମାଣଠାରୁ ଆରମ୍ଭକରି ଏୟାର ଇଣ୍ଡିଆ ପର୍ଯ୍ୟନ୍ତ କମ୍ପାନୀ ଚଳାଉଛି। ସେହିପରି ସେ ବିକାଶରେ ମେନ୍‌ଷ୍ଟ୍ରିମିଂ ଏବଂ ଇକ୍ଲୁସିଭିଟିକୁ ବିଶେଷ ଭାବେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷଣା କହୁଛି ଯେଉଁ କମ୍ପାନୀର ବ୍ୟବସାୟ ବ୍ୟତୀତ ସାମାଜିକ ଦାୟିତ୍ୱବୋଧ ରହିଛି ଏବଂ ଉକ୍ତ କମ୍ପାନୀ ସାମାଜିକ ବିକାଶରେ ପୁଞ୍ଜିନିବେଶ କରୁଛି ସେହି କମ୍ପାନୀ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଅପେକ୍ଷା ଅଧିକ ଲାଭବାନ୍‌ ହେଉଛି। ସେହିଭଳି ଆଇସିସି ଓଡ଼ିଶା କାଉନ୍‌ସିଲ୍‌ ସିଏସ୍‌ଆର୍‌ ଏବଂ ସ୍ଥିରତା କମିଟିର ଆବାହକ ଜଗଦାନନ୍ଦ ସମ୍ମିଳନୀର ଆଭିମୂଖ୍ୟ ସମ୍ପର୍କରେ ବିସ୍ତୁତ ମତ ପ୍ରକାଶ କରିଥିଲେ। ସେହିପରି ଆର୍ସେଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆର ନିର୍ଦ୍ଦେଶକ ସୁରେଶ ଜି. କହିଛନ୍ତି, ସିଏସ୍‌ଆର୍‌ ଠିକ୍‌ ଦିଗରେ ପରିଚାଳନା ପାଇଁ ନୂତନ ଚିନ୍ତାଧାରା ଏବଂ ଉନ୍ନତ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ଆଇସିସିର ଓଡ଼ିଶା ଷ୍ଟେଟ୍‌ କାଉନ୍‌ସିଲ୍‌ର ଚେୟାରମ୍ୟାନ ଜେ.ବି. ପାଣି ସ୍ବାଗତ ଅଭିଭାଷଣ ପ୍ରଦାନ କରି ସିଏସ୍‌ଆର୍‌ ଏକ ସକାରାମତ୍କ ପରିବର୍ତ୍ତନର ମୁଖ୍ୟ ବାହକ ହେବ ବୋଲି କହିଥିଲେ। ଆଇସିସି ଷ୍ଟେଟ୍‌ କାଉନ୍‌ସିଲ୍‌ ସିଏସ୍‌ଆର୍‌ ଏବଂ ସ୍ଥିରତା କମିଟିର ସହ ଆବାହକ ଅମ୍ବିକା ପ୍ରସାଦ ନନ୍ଦ ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ପରିଷଦ ସିଏସ୍‌ଆର୍‌ ଏବଂ ସ୍ଥିରତା କମିଟିର ପ୍ରମୁଖ ଉପଦେଷ୍ଟା ପ୍ରଶାନ୍ତ ହୋତା ଓ ଆଞ୍ଚଳିକ ମୁଖ୍ୟ ଜେ.ପି.ପାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri