ଆଶାଠାରୁ ଅଧିକ ବ୍ୟବସାୟ

ଭୁବନେଶ୍ୱର,୨୪।୪: ଗତବର୍ଷର ଅକ୍ଷୟ ତୃତୀୟା ପରିସ୍ଥିତି ଅପେକ୍ଷା ଚଳିତ ବର୍ଷର ଅକ୍ଷୟ ତୃତୀୟାର ପରିସ୍ଥିତି ବେଶ୍‌ ଭଲ ରହିଥିଲା। କାରଣ ଗତବର୍ଷ ଅକ୍ଷୟ ତୃତୀୟା ସମୟରେ କୋଭିଡ୍‌ ଭୟ ଗ୍ରାହକଙ୍କ ମନରେ ରହିଥିଲାବେଳେ ଚଳିତ ବର୍ଷ ତାହା ଆଉ ଦେଖିବାକୁ ମିଳି ନ ଥିଲା। ବିଶେଷକରି ଅକ୍ଷୟ ତୃତୀୟାର କାରବାରରେ ପାଗ ଏକପ୍ରକାର ଉତ୍ତମ ପରିବେଶ ସୃଷ୍ଟି କରିଥିଲା। ଫଳରେ ପୂର୍ବାହ୍ନ ୯ଟାରୁ ଧୀରେ ଧୀରେ ଗହଣା ଦୋକାନରେ ଭିଡ଼ ଲାଗିବା ସହ କାରବାର ଆରମ୍ଭ ହୋଇଥିଲା। ଏପରି କି ଚଳିତ ବର୍ଷର ସୁନାଦର ଗତବର୍ଷ ଅପେକ୍ଷା ୫୦୦୦ ଟଙ୍କାରୁ ଅଧିକ ରହିଥିଲେ ସୁଦ୍ଧା ଗ୍ରାହକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହାର ପ୍ରଭାବ କାରବାରରେ ପରିଲକ୍ଷିତ ହୋଇଥିଲା ବୋଲି ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ଲିମିଟେଡ୍‌ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟା ଅବସରରେ ମୂଲ୍ୟବାନ୍‌ ଅଳଙ୍କାର କିଣିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ପ୍ରତିଟି ଭାରତୀୟଙ୍କର ମୂଳବିଶ୍ୱାସ ରହିଛି।

ଫଳରେ ଦର ଉଚ୍ଚା ରହିଥିଲେ ସୁଦ୍ଧା ଅକ୍ଷୟ ତୃତୀୟାରେ ଭାରତୀୟ ଗ୍ରାହକ ସୁନା, ରୁପା, ହୀରା ଓ ମୂଲ୍ୟବାନ୍‌ ଅଳଙ୍କାର ସମେତ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ଓ ଗହଣା ଆଦି କିଣିବାକୁ ଆଗ୍ରହ ପ୍ରକାଶ କରିଥିବାବେଳେ ଗତ ସପ୍ତାହ ପୂର୍ବରୁ ବଜାରର ଭିଡ଼ ଓ କାରବାର ତାହା ଠିକ୍‌ ଭାବେ ଦର୍ଶାଉଛି ବୋଲି ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଜୁଏଲର୍ସ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ ଅଳଙ୍କାର ସମ୍ଭାର ଓ ନୂତନ କଲେକ୍ସନ ସହ ଆକର୍ଷଣୀୟ ଅଫର ଓ ଅନ୍ୟାନ୍ୟ ସୁବିଧା ଅକ୍ଷୟ ତୃତୀୟାର କାରବାରକୁ ଦ୍ୱିଗୁଣିତ କରିଦେଇଥିଲା। ଏପରି କି ଅକ୍ଷୟ ତୃତୀୟା ସାଙ୍ଗକୁ ଆଗାମୀ ବିବାହ ଋତୁ ପାଇଁ ମଧ୍ୟ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ଭଲ ବ୍ୟବସାୟ ଆଶାରେ ନୂତନ କଲେକ୍ସନ ଓ ବ୍ୟାପକ ଗହଣା ସମ୍ଭାର ଗ୍ରାହକଙ୍କ ଲାଗି ଉପଲବ୍ଧ କରାଇଛନ୍ତି।

ବିଶେଷକରି ବ୍ୟବସାୟୀମାନେ ଉଭୟ ଅକ୍ଷୟ ତୃତୀୟା ଓ ବିବାହ ଋତୁ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀ ବଜାରରେ ରବିବାର ୨୨ ଓ ୨୪ କ୍ୟାରେଟ୍‌ ସୁନା ଯଥାକ୍ରମେ ୫୫,୦୦୦ ଓ ୬୦,୦୦୦ ଟଙ୍କା ମଧ୍ୟରେ କାରବାର ହୋଇଥିଲା। ଅନ୍ୟପକ୍ଷେ ରବିବାର ଛୁଟିଦିନ ଥିବାରୁ ନୂଆଦିଲ୍ଲୀ ବଜାରରେ ପ୍ରାୟ ସବୁବର୍ଗର ସୁନା ବ୍ୟବସାୟୀ ଆଶାନୁଯାୟୀ ବ୍ୟବସାୟ କରିଥିବା ଏବଂ ଗତବର୍ଷଠାରୁ ଭଲ ବ୍ୟବସାୟ ହୋଇଥିବା ଆସୋସିଏଶନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ବିଶେଷକରି ନୂଆଦିଲ୍ଲୀ, ମୁମ୍ବାଇ, କୋଲ୍‌କାତା, ଚେନ୍ନାଇ, ବେଙ୍ଗାଲୁରୁ, ଅହମଦାବାଦ, ହାଇଦ୍ରାବାଦ, କେରଳ, ଚଣ୍ଡିଗଡ଼ ଏବଂ ରାୟପୁର ଭଳି ପ୍ରମୁଖ ସହରରେ ପ୍ରାୟ ୧୦ରୁ ୧୨ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। ଅପରପକ୍ଷେ ଓଡ଼ିଶା ବଜାରରେ ମଧ୍ୟ ଅକ୍ଷୟ ତୃତୀୟା କାରବାର ବେଶ୍‌ ଭଲ ଓ ପୂର୍ବ ବର୍ଷ ଅପକ୍ଷୋ ବହୁତ ଉତ୍ସାହ ରହିଛି ବୋଲି ରାଜ୍ୟର ପ୍ରମୁଖ ସୁନା ବ୍ୟବସାୟୀ ଓ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି।

ବିଶେଷକରି ଅକ୍ଷୟ ତୃତୀୟା ଓ ରବିବାର ପାଇଁ ବଜାରରେ ଭିଡ଼ ସକାଳଠାରୁ ସନ୍ଧ୍ୟାରେ ଅଧିକ ରହିଥିଲା। ଏପରି କି ଗତ କିଛିଦିନର ପାଣିପାଗ ଏବଂ ରବିବାର ପାଣିପାଗ ଯୋଗୁ ଓଡ଼ିଶା ବଜାରରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିଭଳି ଭୁବନେଶ୍ୱରରେ ୧୨୦ରୁ ୧୫୦ କୋଟି ଟଙ୍କାର କାରବାର ହୋଇଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସହର କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ପୁରୀ ଏବଂ ଅନୁଗୋଳ ସହରରେ ମଧ୍ୟ ପ୍ରାୟ ୧୦୦ କୋଟି ଟଙ୍କାର କାରବାର ହୋଇଥିବା ବ୍ୟବସାୟୀମାନେ ଆଶା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଅକ୍ଷୟ ତୃତୀୟା ଉପଲକ୍ଷେ ଓଡ଼ିଶା ସୁନା ବଜାର ବିଶେଷକରି ଭୁବନେଶ୍ୱର ଭଳି ପ୍ରମୁଖ ସହରରେ ଜଣାଶୁଣା ତଥା ପ୍ରତିଷ୍ଠିତ ସୁନା ଅଳଙ୍କାରଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ଅଫର ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ଗ୍ରାହକଙ୍କୁ ଦିଆଯାଉଥିଲା।

ଏପରି କି ଓଡ଼ିଶାର ସବୁବର୍ଗର ଜୁଏଲର୍ସ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସାଙ୍ଗକୁ ନୂତନ କଲେକ୍ସନ ଓ ଗହଣା ସମ୍ଭାର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଥିଲା। ରବିବାର ଭୁବନେଶ୍ୱର ବଜାରରେ ୧୦ ଗ୍ରାମ୍‌ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୫୬,୦୦୦ ଥିବା ବେଳେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୬୧, ୦୦୦ ଟଙ୍କା ରହିଥିଲା ବୋଲି ସହରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri