ଯାଜପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁର ଟାଉନ,୨୪ା୪(ଡି.ଏନ.ଏ.): ଯାଜପୁର ସହରର ଟ୍ରାଫିକ୍‌ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ଏହା ଜନଜୀବନକୁ ପ୍ରଭାବିତ କରୁଛି। ସହରରେ ଏକମୁଖି ମାର୍ଗ ବହୁ ସ୍ଥାନରେ ନିର୍ମାଣ ହୋଇଥିଲେ ବି ବିପରୀତ ଦିଗରୁ ଯାନବାହନଗୁଡ଼ିକ ଯାତାୟାତ କରିବା ଯୋଗୁ ବହୁ ସମୟରେ ଦୁର୍ଘଟଣା ଘଟୁଛି। ରାସ୍ତା ଚଉଡ଼ା ହୋଇଛି। କିନ୍ତୁ ପାର୍କିଂ ବ୍ୟବସ୍ଥା ସର୍ବତ୍ର ନ ଥିବାରୁ ୨/୪ ଚକିଆ ପର୍ଯ୍ୟନ୍ତ ଅଧିକାଂଶ ଗାଡ଼ି ଦୋକାନଗୁଡ଼ିକ ସମ୍ମୁଖରେ ପାର୍କିଂ କରିବାରୁ ସୁଗମ ଯାତାୟାତ ସମ୍ଭବ ହେଉନାହିଁ। ରାସ୍ତାରେ ୨୪ ଘଣ୍ଟା ଗୋରୁ ଶୋଇବା ଓ ବୁଲିବା ଅତି ସାଧାରଣ କଥା ହୋଇଛି। ପୌରପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ପାରିଷଦମାନଙ୍କଠାରୁ ପଦାଧିକାରୀ ଏବଂ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ଦୃଶ୍ୟକୁ ଦେଖୁଥିଲେ ବି କାହାର ତୁଣ୍ଡ ଖୋଲିବାର ନାହିଁ କି ମୁଣ୍ଡ ଖେଳାଇବାରେ ନାହିଁ। ଏକ ଜିଲା ସଦର ମହକୁମା ସହର ଏବଂ ଦେଶର ପ୍ରମୁଖ ଶକ୍ତିପୀଠ ଭାବେ ବିରଜାକ୍ଷେତ୍ର ଯାଜପୁର ପରିଗଣିତ। ଏଠାକୁ ଦେଶ ବିଦେଶରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଛନ୍ତି। ଜିଲା ସଦର ମହକୁମା ହୋଇଥିବାରୁ ପ୍ରଶାସନିକ ସେବାଠାରୁ ଆରମ୍ଭ କରି ଚିକିତ୍ସା ସେବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ଜନଗଣ ଆସୁଛନ୍ତି। ସହରର ରାସ୍ତା ଗୃହପାଳିତ ପ୍ରାଣୀଙ୍କ ଆବାସସ୍ଥଳୀରେ ପରିଣତ ହୋଇଥିବା ଦେଖି ସମସ୍ତେ ଜିଲା ପ୍ରଶାସନ ଓ ପୌର ପ୍ରଶାସନର ଦକ୍ଷତା ପ୍ରତି ପ୍ରଶ୍ନ ଉଠାଉଛନ୍ତି।
ସେହିଭଳି ପାର୍କିଂ ପାଇଁ ନର୍ଦ୍ଦିଷ୍ଟ ନିୟମ ନାହିଁ। ସେ ସମ୍ପର୍କରେ କେହି ପ୍ରତିବାଦ କଲେ ସମ୍ପୃକ୍ତ ଆଗନ୍ତୁକଙ୍କୁ ଅପମାନିତ ଏବଂ ବେଳେବେଳେ ଆକ୍ରମଣର ମଧ୍ୟ ଶିକାର ହେବାକୁ ପଡୁଛି। ଜିଲାପାଳଙ୍କ ଅଫିସଠାରୁ ଆରମ୍ଭ କରି ଗଳି ରାସ୍ତା ଯାଏ ସବୁଠି ଟ୍ରାଫିକ୍‌ର ସମସ୍ୟା। ୧୬ନଂ. ଜାତୀୟ ରାଜପଥରୁ ଜିଲା ସଦର ମହକୁମାକୁ କୁଆଖିଆ, ପାଣିକୋଇଲି ଏବଂ ଷଠିପୁରଠାରୁ ସଂଯୋଗ ପଥ ରହିଛି। ମାତ୍ର କୌଣସି ଗୋଟିଏ ସଂଯୋଗ ପଥରେ ପ୍ରସିଦ୍ଧ ବିରଜାକ୍ଷେତ୍ର ଓ ଜିଲା ପ୍ରଶାସନର ମୁଖ୍ୟାଳୟ ସମ୍ପର୍କରେ ସୁଦୃଶ୍ୟ ସୂଚନା ଫଳକ ନାହିଁ। ପାଣିକୋଇଲି ଛକରୁ ଅବା ଭଦ୍ରକ ଦିଗରୁ ଯେଉଁମାନେ ଷଠିପୁର ଦେଇ ଯାଜପୁର ସହରକୁ ଆସିବାକୁ ଚାହୁଛନ୍ତି ସେମାନେ ବାଟବଣା ହେଉଛନ୍ତି। ଭଦ୍ରକ ଦିଗରୁ ଆସୁଥିବା ଯାତ୍ରୀ କେତେବେଳେ ଯାଇ ପାଣିକୋଇଲିରେ ପହଞ୍ଚତ୍ ଯାଉଛନ୍ତି ତ ଆଉ କେତେବେଳେ କଟକ ପଳାଉଛନ୍ତି। ସେହିପରି କେନ୍ଦୁଝର ଅଞ୍ଚଳରୁ ଆସୁଥିବା ଯାତ୍ରୀ ଭଦ୍ରକରେ ପହଞ୍ଚତ୍ ଯାଜପୁରକୁ ଖୋଜିବାକୁ ପଡୁଛି। ଏ ପ୍ରକାର ଟ୍ରାଫିକ୍‌ ସମସ୍ୟା ଜନିତ ବ୍ୟତିକ୍ରମକୁ ଜିଲାପାଳ, ଜନପ୍ରତିନିଧି, ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ତଥାକଥିତ ବୁଦ୍ଧିଜୀବୀ ଦେଖୁଥିଲେ ବି ଏଥିପ୍ରତି କାହାର ଦୃଷ୍ଟିନାହିଁ।
ଅନ୍ୟପକ୍ଷରେ ଜାତୀୟ ରାଜପଥ ହେଉ କି ରାଜ୍ୟ ରାଜପଥ ଅବା ପୂର୍ତ୍ତ, ପୌର, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ରାସ୍ତାଗୁଡ଼ିକ ଉପରେ ଯେଉଁଠି ନାହିଁ ସେଠି ଟ୍ରକ ଏବଂ ଅନ୍ୟାନ୍ୟ ଗାଡ଼ି ପାର୍କିଂ କରାଯାଉଛି। ବେଆଇନ ପାର୍କିଂକୁ ପୋଲିସ ଓ ପରିବହନ ବିଭାଗ ପ୍ରତିହତ କରିବା ପରିବର୍ତ୍ତେ କେତେଜଣ ଅସାଧୁ କର୍ମଚାରୀ ସେମାନଙ୍କ ପକେଟ ଗରମ କରିବାକୁ ଆଗେଇ ଆସି ଜନସାଧାରଣଙ୍କୁ ବିପଦମୁହଁକୁ ଠେଲି ଦେଉଛନ୍ତି। ଫଳରେ ରାସ୍ତା ଦୂର୍ଘଟଣାରୁ ଅନେକଙ୍କର ଅକାଳରେ ଜୀବନ ଯାଉଛି।
ଚଣ୍ଡିଖୋଲ, ଡୁବୁରୀ, ନୂଆଗଡ ଓ ପାଣିକୋଇଲି ଭଳି ପ୍ରମୁଖ ଛକଗୁଡ଼ିକର ଟ୍ରାଫିକ ବିପର୍ଯ୍ୟସ୍ତ ବ୍ୟବସ୍ଥା ଅବର୍ଣ୍ଣନୀୟ। ମାସମାସ ଧରି ଅନେକ ଟ୍ରକ୍‌ ରାଜପଥ ଉପରେ ଛିଡ଼ା ହେଉଛନ୍ତି। ମାଲିକମାନଙ୍କ ଘର ରାସ୍ତା କଡ଼ରେ ହୋଇଥିବାରୁ ରାସ୍ତାକୁ ସେଇ ସବୁ ଟ୍ରକଗୁଡ଼ିକ ପାର୍କିଂ ଏରିଆରେ ପରିଗଣିତ କରୁଛନ୍ତି। ଚଣ୍ଡିଖୋଲ ଛକରେ କିଛିବର୍ଷ ମଧ୍ୟରେ ଶତାଧିକ ଲୋକଙ୍କ ଜୀବନଗଲାଣି। ସ୍ଥାନୀୟ ରାଜନେତା, ପ୍ରଶାସନିକ ପଦାଧିକାରୀ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ତଥା ହୀନ ରାଜନୀତି ପାଇଁ ଏହା ଏକ ମରଣଯନ୍ତାରେ ପାଲଟି ଯାଇଛି। ଏହି ଛକର ସ୍ଥାୟୀ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ନିକଟ ମଫସଲରୁ ଜିଲାର ପ୍ରମୁଖ ସହର ଯାଏ ଟ୍ରାଫିକ ସମସ୍ୟାର ତାଲିକା କାହିଁ କେତେ ଲମ୍ବା। ସଡ଼କଗୁଡ଼ିକ ସବୁଆଡ଼େ ଅସୁରକ୍ଷିତ। ଏଥିପାଇଁ ଲୋକଙ୍କ ଜୀବନ ମଧ୍ୟ ଅସୁରକ୍ଷିତ ହୋଇଛି। ତେଣୁ ଏହାର ନିରାକରଣ ପାଇଁ ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri