ଯାଜପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁର ଟାଉନ,୨୪ା୪(ଡି.ଏନ.ଏ.): ଯାଜପୁର ସହରର ଟ୍ରାଫିକ୍‌ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ଏହା ଜନଜୀବନକୁ ପ୍ରଭାବିତ କରୁଛି। ସହରରେ ଏକମୁଖି ମାର୍ଗ ବହୁ ସ୍ଥାନରେ ନିର୍ମାଣ ହୋଇଥିଲେ ବି ବିପରୀତ ଦିଗରୁ ଯାନବାହନଗୁଡ଼ିକ ଯାତାୟାତ କରିବା ଯୋଗୁ ବହୁ ସମୟରେ ଦୁର୍ଘଟଣା ଘଟୁଛି। ରାସ୍ତା ଚଉଡ଼ା ହୋଇଛି। କିନ୍ତୁ ପାର୍କିଂ ବ୍ୟବସ୍ଥା ସର୍ବତ୍ର ନ ଥିବାରୁ ୨/୪ ଚକିଆ ପର୍ଯ୍ୟନ୍ତ ଅଧିକାଂଶ ଗାଡ଼ି ଦୋକାନଗୁଡ଼ିକ ସମ୍ମୁଖରେ ପାର୍କିଂ କରିବାରୁ ସୁଗମ ଯାତାୟାତ ସମ୍ଭବ ହେଉନାହିଁ। ରାସ୍ତାରେ ୨୪ ଘଣ୍ଟା ଗୋରୁ ଶୋଇବା ଓ ବୁଲିବା ଅତି ସାଧାରଣ କଥା ହୋଇଛି। ପୌରପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ପାରିଷଦମାନଙ୍କଠାରୁ ପଦାଧିକାରୀ ଏବଂ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ଦୃଶ୍ୟକୁ ଦେଖୁଥିଲେ ବି କାହାର ତୁଣ୍ଡ ଖୋଲିବାର ନାହିଁ କି ମୁଣ୍ଡ ଖେଳାଇବାରେ ନାହିଁ। ଏକ ଜିଲା ସଦର ମହକୁମା ସହର ଏବଂ ଦେଶର ପ୍ରମୁଖ ଶକ୍ତିପୀଠ ଭାବେ ବିରଜାକ୍ଷେତ୍ର ଯାଜପୁର ପରିଗଣିତ। ଏଠାକୁ ଦେଶ ବିଦେଶରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଛନ୍ତି। ଜିଲା ସଦର ମହକୁମା ହୋଇଥିବାରୁ ପ୍ରଶାସନିକ ସେବାଠାରୁ ଆରମ୍ଭ କରି ଚିକିତ୍ସା ସେବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ଜନଗଣ ଆସୁଛନ୍ତି। ସହରର ରାସ୍ତା ଗୃହପାଳିତ ପ୍ରାଣୀଙ୍କ ଆବାସସ୍ଥଳୀରେ ପରିଣତ ହୋଇଥିବା ଦେଖି ସମସ୍ତେ ଜିଲା ପ୍ରଶାସନ ଓ ପୌର ପ୍ରଶାସନର ଦକ୍ଷତା ପ୍ରତି ପ୍ରଶ୍ନ ଉଠାଉଛନ୍ତି।
ସେହିଭଳି ପାର୍କିଂ ପାଇଁ ନର୍ଦ୍ଦିଷ୍ଟ ନିୟମ ନାହିଁ। ସେ ସମ୍ପର୍କରେ କେହି ପ୍ରତିବାଦ କଲେ ସମ୍ପୃକ୍ତ ଆଗନ୍ତୁକଙ୍କୁ ଅପମାନିତ ଏବଂ ବେଳେବେଳେ ଆକ୍ରମଣର ମଧ୍ୟ ଶିକାର ହେବାକୁ ପଡୁଛି। ଜିଲାପାଳଙ୍କ ଅଫିସଠାରୁ ଆରମ୍ଭ କରି ଗଳି ରାସ୍ତା ଯାଏ ସବୁଠି ଟ୍ରାଫିକ୍‌ର ସମସ୍ୟା। ୧୬ନଂ. ଜାତୀୟ ରାଜପଥରୁ ଜିଲା ସଦର ମହକୁମାକୁ କୁଆଖିଆ, ପାଣିକୋଇଲି ଏବଂ ଷଠିପୁରଠାରୁ ସଂଯୋଗ ପଥ ରହିଛି। ମାତ୍ର କୌଣସି ଗୋଟିଏ ସଂଯୋଗ ପଥରେ ପ୍ରସିଦ୍ଧ ବିରଜାକ୍ଷେତ୍ର ଓ ଜିଲା ପ୍ରଶାସନର ମୁଖ୍ୟାଳୟ ସମ୍ପର୍କରେ ସୁଦୃଶ୍ୟ ସୂଚନା ଫଳକ ନାହିଁ। ପାଣିକୋଇଲି ଛକରୁ ଅବା ଭଦ୍ରକ ଦିଗରୁ ଯେଉଁମାନେ ଷଠିପୁର ଦେଇ ଯାଜପୁର ସହରକୁ ଆସିବାକୁ ଚାହୁଛନ୍ତି ସେମାନେ ବାଟବଣା ହେଉଛନ୍ତି। ଭଦ୍ରକ ଦିଗରୁ ଆସୁଥିବା ଯାତ୍ରୀ କେତେବେଳେ ଯାଇ ପାଣିକୋଇଲିରେ ପହଞ୍ଚତ୍ ଯାଉଛନ୍ତି ତ ଆଉ କେତେବେଳେ କଟକ ପଳାଉଛନ୍ତି। ସେହିପରି କେନ୍ଦୁଝର ଅଞ୍ଚଳରୁ ଆସୁଥିବା ଯାତ୍ରୀ ଭଦ୍ରକରେ ପହଞ୍ଚତ୍ ଯାଜପୁରକୁ ଖୋଜିବାକୁ ପଡୁଛି। ଏ ପ୍ରକାର ଟ୍ରାଫିକ୍‌ ସମସ୍ୟା ଜନିତ ବ୍ୟତିକ୍ରମକୁ ଜିଲାପାଳ, ଜନପ୍ରତିନିଧି, ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ତଥାକଥିତ ବୁଦ୍ଧିଜୀବୀ ଦେଖୁଥିଲେ ବି ଏଥିପ୍ରତି କାହାର ଦୃଷ୍ଟିନାହିଁ।
ଅନ୍ୟପକ୍ଷରେ ଜାତୀୟ ରାଜପଥ ହେଉ କି ରାଜ୍ୟ ରାଜପଥ ଅବା ପୂର୍ତ୍ତ, ପୌର, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ରାସ୍ତାଗୁଡ଼ିକ ଉପରେ ଯେଉଁଠି ନାହିଁ ସେଠି ଟ୍ରକ ଏବଂ ଅନ୍ୟାନ୍ୟ ଗାଡ଼ି ପାର୍କିଂ କରାଯାଉଛି। ବେଆଇନ ପାର୍କିଂକୁ ପୋଲିସ ଓ ପରିବହନ ବିଭାଗ ପ୍ରତିହତ କରିବା ପରିବର୍ତ୍ତେ କେତେଜଣ ଅସାଧୁ କର୍ମଚାରୀ ସେମାନଙ୍କ ପକେଟ ଗରମ କରିବାକୁ ଆଗେଇ ଆସି ଜନସାଧାରଣଙ୍କୁ ବିପଦମୁହଁକୁ ଠେଲି ଦେଉଛନ୍ତି। ଫଳରେ ରାସ୍ତା ଦୂର୍ଘଟଣାରୁ ଅନେକଙ୍କର ଅକାଳରେ ଜୀବନ ଯାଉଛି।
ଚଣ୍ଡିଖୋଲ, ଡୁବୁରୀ, ନୂଆଗଡ ଓ ପାଣିକୋଇଲି ଭଳି ପ୍ରମୁଖ ଛକଗୁଡ଼ିକର ଟ୍ରାଫିକ ବିପର୍ଯ୍ୟସ୍ତ ବ୍ୟବସ୍ଥା ଅବର୍ଣ୍ଣନୀୟ। ମାସମାସ ଧରି ଅନେକ ଟ୍ରକ୍‌ ରାଜପଥ ଉପରେ ଛିଡ଼ା ହେଉଛନ୍ତି। ମାଲିକମାନଙ୍କ ଘର ରାସ୍ତା କଡ଼ରେ ହୋଇଥିବାରୁ ରାସ୍ତାକୁ ସେଇ ସବୁ ଟ୍ରକଗୁଡ଼ିକ ପାର୍କିଂ ଏରିଆରେ ପରିଗଣିତ କରୁଛନ୍ତି। ଚଣ୍ଡିଖୋଲ ଛକରେ କିଛିବର୍ଷ ମଧ୍ୟରେ ଶତାଧିକ ଲୋକଙ୍କ ଜୀବନଗଲାଣି। ସ୍ଥାନୀୟ ରାଜନେତା, ପ୍ରଶାସନିକ ପଦାଧିକାରୀ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ତଥା ହୀନ ରାଜନୀତି ପାଇଁ ଏହା ଏକ ମରଣଯନ୍ତାରେ ପାଲଟି ଯାଇଛି। ଏହି ଛକର ସ୍ଥାୟୀ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ନିକଟ ମଫସଲରୁ ଜିଲାର ପ୍ରମୁଖ ସହର ଯାଏ ଟ୍ରାଫିକ ସମସ୍ୟାର ତାଲିକା କାହିଁ କେତେ ଲମ୍ବା। ସଡ଼କଗୁଡ଼ିକ ସବୁଆଡ଼େ ଅସୁରକ୍ଷିତ। ଏଥିପାଇଁ ଲୋକଙ୍କ ଜୀବନ ମଧ୍ୟ ଅସୁରକ୍ଷିତ ହୋଇଛି। ତେଣୁ ଏହାର ନିରାକରଣ ପାଇଁ ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?