କୋଭିଡ୍‌ର ୩ୟ ଲହର ଯୋଗୁ ବ୍ୟବସାୟ ହ୍ରାସ

ମୁମ୍ବାଇ,୯।୧: ସାରା ଦେଶରେ କୋଭିଡ୍‌ ସଂକ୍ରମଣର ସଂଖ୍ୟା ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କଟକଣା ଜାରି କରାଯାଉଛି। କୋଭିଡ୍‌ ମାମଲା ବୃଦ୍ଧି ବ୍ୟବସାୟ ତଥା ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ବେଶ୍‌ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଶନିବାର କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଏକ ରିର୍ପୋଟ ପ୍ରକାଶ କରାଯାଇଛି। ସିଏଆଇଟିର ସୂଚନା ଅନୁଯାୟୀ ଗତ ୧୦ଦିନ ମଧ୍ୟରେ ଏହାର ପ୍ରଭାବ ଯୋଗୁ ବ୍ୟବସାୟ ହାରାହାରି ୪୫% ହ୍ରାସ ପାଇବା ସହ ବିଭିନ୍ନ ଭର୍ଟିକାଲ ସାମଗ୍ରୀ କାରବାରକୁ ମଧ୍ୟ ହ୍ରାସ କରିଛି। କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସହ ୩ୟ ଲହରକୁ ମୁକାବିଲା କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀମାନଙ୍କୁ ସୂଚନା ଦିଆଯାଇଛି। ସେହିଭଳି ରାଜ୍ୟ ସରକାର ମଧ୍ୟ ସେମାନଙ୍କ ସ୍ତରରେ ଆବଶ୍ୟକ ପ୍ରତିକୂଳ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସ୍ଥାନୀୟ ଗ୍ରାହକମାନଙ୍କ ଭାବନାକୁ ଲକ୍ଷ୍ୟକରି ନିମ୍ନ ଆନ୍ତଃ ଆଞ୍ଚଳିକ ବାଣିଜ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଛି ବୋଲି ସିଏଆଇଟି ମତବ୍ୟକ୍ତ କରିଛି। ଏହାର ମୁଖ୍ୟ କାରଣ ହେଉଛି କରୋନାର ତୃତୀୟ ଲହର ଯୋଗୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସହ ଗତବର୍ଷର ଭୟ ଏବେ ବି ରହିଛି। ଏଥିରେ କୁହାଯାଇଛି, ପଡ଼ୋଶୀ ସହରରୁ ବିତରଣ କେନ୍ଦ୍ରକୁ ଆସିବାକୁ ବ୍ୟବସାୟୀଙ୍କ ଅନିଚ୍ଛାକୃତ ମନୋଭାବ, ଟଙ୍କା କ୍ରଞ୍ଚ, ବିପୁଳ ପରିମାଣର ଟଙ୍କା ଯୋଗଣ ଆଦିରେ ସମସ୍ୟା ରହିଛି। ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସାୟୀଙ୍କ ସହ ଆଲୋଚନ କିମ୍ବା ବଜାର ବିଶେଷଜ୍ଞଙ୍କ ସହ ପରାମର୍ଶ ନ କରି ସରକାର ବିଭିନ୍ନ କୋଭିଡ୍‌ ପ୍ରତିବନ୍ଧକ ଲାଗୁ କରିଛନ୍ତି। ବିଶେଷକରି ଚଳିତ ବିବାହଋତୁରେ ଏଭଳି ସମସ୍ୟା ଓ ସରକାରଙ୍କ କଟକଣା ଯୋଗୁ ବ୍ୟବସାୟ ହ୍ରାସ ହେବାର ସମ୍ଭାବନା ରହିଛି ବୋଲି ସିଏଆଇଟି ମଧ୍ୟ ଆକଳନ କରିଛି। କନ୍‌ଫେଡେରେଶନର କହିବା ଅନୁସାରେ ବିବାହଋତୁୁରେ ଅନେକ ପ୍ରକାର କାରବାର ବ୍ୟବସାୟୀଙ୍କୁ ଭଲ ଲାଭ ଦେଇଥାଏ। ଏହା ଜାନୁୟାରୀ ୧୪ରୁ ଆରମ୍ଭ ହୋଇ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଚାଲିଥାଏ। ସେହିଭଳି ରାଜ୍ୟ ସରକାରମାନଙ୍କ ପକ୍ଷରୁ ଲଗାଯାଇଥିବା ବିଭିନ୍ନ ପ୍ରତିବନ୍ଧକ ଓ କୋଭିଡ୍‌ କଟକଣା ଯୋଗୁ ପ୍ରାୟ ୭୫% ବ୍ୟବସାୟରେ ଅନେକ ପ୍ରକାର ପରିବର୍ତ୍ତନ ସହ ହ୍ରାସ ମଧ୍ୟ ଘଟିଛି ବୋଲି ସଂସ୍ଥା ପକ୍ଷରୁ ବର୍ତ୍ତମାନ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri