କୂଅରେ ଛୁଆ: ସାରା ରାତି ତାଣ୍ଡବ ରଚିଲେ ହାତୀପଲ

ବାରିପଦା ଅଫିସ,୯।୧: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗ୍ରାମ ନିକଟସ୍ଥ ଚାକୁଣ୍ଡାପଦା ଅଞ୍ଚଳରେ ଥିବା ଏକ କୂଅ ଭିତରୁ ହାତୀଛୁଆକୁ ଅଗ୍ନିଶମ ଓ ବନବିଭାଗ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଶନିବାର ରାତିରେ ଚାକୁଣ୍ଡାପଦା ଗ୍ରାମର ଏକ ଉନ୍ମୁକ୍ତ କୂଅରେ ହାତୀଛୁଆ ପଡିଯିବାପରେ ରାତିତମାମ ହାତୀପଲ ଚାକୁଣ୍ଡାପଦା ଗାଁରେ ତଣ୍ଡବଲୀଳା ରଚିଥିଲେ। ଏହି ଅଞ୍ଚଳରେ ଏକ ୧୪ଟିକିଆ ହାତୀପଲ କିଛିଦିନଧରି ବିଚରଣ କରୁଥିବା ବେଳେ ସବୁଦିନଭଳି ଶନିବାର ମଧ୍ୟ୍ୟ ଖାଦ୍ୟ ଅନ୍ବେଷଣରେ ହାତୀପଲ ଚାକୁଣ୍ଡାପଦା ଗାଁରେ ପ୍ରବେଶ କରିଥିଲେ। ତେବେ ଗ୍ରାମର ଭୁଟା ପାତ୍ରଙ୍କ ଘର ନିକଟରେ ଥିବା ଏକ ଉନ୍ମୁକ୍ତ କୂଅରେ ୬ମାସର ହାତୀଛୁଆ ପଡିଯାଇଥିଲା । ଛୁଆକୁ ନପାଇ ହାତୀପଲ ଦୌରାତ୍ମ୍ୟ ବଢ଼ିଯାଇଥିଲା। ଘଟଣାସ୍ଥଳରେ ବନବିଭାଗ, ଅଗ୍ନିଶମ ବିଭାଗର ବାରିପଦା ଏବଂ ଚିତ୍ରଡାରୁ ଆସିଥିବା ଦୁଇଟି ଟିମ୍‌ ଉପସ୍ଥିତ ରହିଥିଲେ ସୁଦ୍ଧା ହାତୀପଲ କୂଅ ନିକଟକୁ ଯିବାକୁ ଦେଇ ନ ଥିଲେ । ପୁନଶ୍ଚ ହାତୀଛୁଆ କୂଅରେ ପଡିଯିବାପରେ ପୁରା ହାତୀପଲ ଉଗ୍ର ରୂପରେ ଗ୍ରାମର ଭୁଟା ପାତ୍ରଙ୍କ ଘର ସମେତ ଲକ୍ଷ୍ମଣ ମହାନ୍ତ, କାମେଶ୍ୱର ମହାନ୍ତ, ଦଶରଥ ମହାନ୍ତ, ନୀଳକଣ୍ଠ ପାତ୍ର, ଜନନୀ ପାତ୍ର ଏବଂ ବୈକୁଣ୍ଠ ପାତ୍ରଙ୍କ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ସେହିପରି ହାତୀଛୁଆକୁ ଉଦ୍ଧାର କରିବାକୁ ଯାଉଥିବା ବନବିଭାଗକୁ ହାତୀପଲ ଗୋଡ଼ାଇବା ସହିତ ବନବିଭାଗର ଗାଡିକୁ ଆକ୍ରମଣ କରି ରାସ୍ତା ତଳକୁ ଖସାଇ ଦେଇଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ବନବିଭାଗ ଏବଂ ଅଗ୍ନିଶମ ବିଭାଗର  ୧୦ଘଣ୍ଟାର ଅପରେଶନ ପରେ ହାତୀ ଛୁଆଟିକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ,ଏସିଏଫ ରବୀନ୍ଦ୍ର ନାଥ ମହାନ୍ତି, ରେଞ୍ଜର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ମାଓବାଦୀ କାର୍ଯ୍ୟକଳାପ କମିଛି: ଡିଜିପି ଅଭୟ

କୋରାପୁଟ,୨୯ା୮(ସ୍ବ.ପ୍ର.): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ଦିନିକିଆ କୋରାପୁଟ ଗସ୍ତରେ ଆସି ସ୍ଥାନୀୟ ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ...

ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଦିଗପହଣ୍ଡିରେ ବଢୁଛି ଅସନ୍ତୋଷ: ସ୍ଥିତି ଅନୁଧ୍ୟାନ କଲା ପ୍ରଶାସନ

ଦିଗପହଣ୍ଡି,୮ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମୋକେଇ ପଞ୍ଚାୟତ କୁମରଡ଼ା ଗାଁକୁ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଗଞ୍ଜାମ...

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୨୭ା୬: ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଦୀର୍ଘଦିନ ହେଲା ଆନ୍ଦୋଳନ ହୋଇଆସୁଛି । ଏହି ଧାରାରେ...

ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ପିକ୍‌ଅପ: ୪ ଗୁରୁତର ୧୧ ଆହତ

ଚିତ୍ରକୋଣ୍ଡା,୨୪।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଘାଟିରେ ଶୁକ୍ରବାର ଏକ ପିକ୍‌ଅପ୍‌ ଓଲଟି ପଡ଼ିଛି। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ...

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ରସାଳପୁର, ୨୪।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ହରିଡ଼ା ଗ୍ରାମର ପ୍ରଭାକର ମହାଳିକ ନାମକ ଯୁବକ ଶୁକ୍ରବାର ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱର ରେଳବାଇ ପୋଲିସ...

ଭାରତୀଙ୍କ ମୁହଁରେ ଫୁଟିଲା ହସ

ଭୁବନ, ୧୨।୩(ଡି.ଏନ.ଏ.) ବିବାହ ଆଗରୁ ନିଆଁ ସାଜିଲା ବଇରି। ନିଆଁରେ ଛାରଖାର ହୋଇଗଲା ସବୁକିଛି। ଏହାକୁ ନେଇ ବେଶ୍‌ ଚିନ୍ତିତ ହୋଇପଡ଼ିଥିଲେ ପରିବାର। ହେଲେ ବଦାନ୍ୟ ବ୍ୟକ୍ତି...

ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ: ନିର୍ଦ୍ଦେଶନାମା ଜାରି କଲା ବିଏମ୍‌ସି

ବ୍ରହ୍ମପୁର ଅଫିସ,୭ା୫-ବ୍ରହ୍ମପୁରକୁ ଗୁଜୁରାଟ, ମହାରାଷ୍ଟ୍ର ଓ କେରଳ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆ ହୋମ କ୍ବାରାଣ୍ଟାଇନରେ ରହି ପାରିବେ ନାହିଁ। ସେମାନେ ପ୍ରଶାସନ ପକ୍ଷରୁ କରାଯାଇଥିବା...

୨୩ରୁ ଖୋଲିବ ଆଖଣ୍ଡଳମଣି ମନ୍ଦିର

ଆରଡ଼ି,୨୧।୮(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ମନ୍ଦିର ଆସନ୍ତା ୨୩ ତାରିଖ ତଥା ସୋମବାର ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।...

Advertisement
Archives

Model This Week