କୋଭିଡ୍‌ର ୩ୟ ଲହର ଯୋଗୁ ବ୍ୟବସାୟ ହ୍ରାସ

ମୁମ୍ବାଇ,୯।୧: ସାରା ଦେଶରେ କୋଭିଡ୍‌ ସଂକ୍ରମଣର ସଂଖ୍ୟା ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କଟକଣା ଜାରି କରାଯାଉଛି। କୋଭିଡ୍‌ ମାମଲା ବୃଦ୍ଧି ବ୍ୟବସାୟ ତଥା ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ବେଶ୍‌ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଶନିବାର କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଏକ ରିର୍ପୋଟ ପ୍ରକାଶ କରାଯାଇଛି। ସିଏଆଇଟିର ସୂଚନା ଅନୁଯାୟୀ ଗତ ୧୦ଦିନ ମଧ୍ୟରେ ଏହାର ପ୍ରଭାବ ଯୋଗୁ ବ୍ୟବସାୟ ହାରାହାରି ୪୫% ହ୍ରାସ ପାଇବା ସହ ବିଭିନ୍ନ ଭର୍ଟିକାଲ ସାମଗ୍ରୀ କାରବାରକୁ ମଧ୍ୟ ହ୍ରାସ କରିଛି। କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସହ ୩ୟ ଲହରକୁ ମୁକାବିଲା କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀମାନଙ୍କୁ ସୂଚନା ଦିଆଯାଇଛି। ସେହିଭଳି ରାଜ୍ୟ ସରକାର ମଧ୍ୟ ସେମାନଙ୍କ ସ୍ତରରେ ଆବଶ୍ୟକ ପ୍ରତିକୂଳ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସ୍ଥାନୀୟ ଗ୍ରାହକମାନଙ୍କ ଭାବନାକୁ ଲକ୍ଷ୍ୟକରି ନିମ୍ନ ଆନ୍ତଃ ଆଞ୍ଚଳିକ ବାଣିଜ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଛି ବୋଲି ସିଏଆଇଟି ମତବ୍ୟକ୍ତ କରିଛି। ଏହାର ମୁଖ୍ୟ କାରଣ ହେଉଛି କରୋନାର ତୃତୀୟ ଲହର ଯୋଗୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସହ ଗତବର୍ଷର ଭୟ ଏବେ ବି ରହିଛି। ଏଥିରେ କୁହାଯାଇଛି, ପଡ଼ୋଶୀ ସହରରୁ ବିତରଣ କେନ୍ଦ୍ରକୁ ଆସିବାକୁ ବ୍ୟବସାୟୀଙ୍କ ଅନିଚ୍ଛାକୃତ ମନୋଭାବ, ଟଙ୍କା କ୍ରଞ୍ଚ, ବିପୁଳ ପରିମାଣର ଟଙ୍କା ଯୋଗଣ ଆଦିରେ ସମସ୍ୟା ରହିଛି। ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସାୟୀଙ୍କ ସହ ଆଲୋଚନ କିମ୍ବା ବଜାର ବିଶେଷଜ୍ଞଙ୍କ ସହ ପରାମର୍ଶ ନ କରି ସରକାର ବିଭିନ୍ନ କୋଭିଡ୍‌ ପ୍ରତିବନ୍ଧକ ଲାଗୁ କରିଛନ୍ତି। ବିଶେଷକରି ଚଳିତ ବିବାହଋତୁରେ ଏଭଳି ସମସ୍ୟା ଓ ସରକାରଙ୍କ କଟକଣା ଯୋଗୁ ବ୍ୟବସାୟ ହ୍ରାସ ହେବାର ସମ୍ଭାବନା ରହିଛି ବୋଲି ସିଏଆଇଟି ମଧ୍ୟ ଆକଳନ କରିଛି। କନ୍‌ଫେଡେରେଶନର କହିବା ଅନୁସାରେ ବିବାହଋତୁୁରେ ଅନେକ ପ୍ରକାର କାରବାର ବ୍ୟବସାୟୀଙ୍କୁ ଭଲ ଲାଭ ଦେଇଥାଏ। ଏହା ଜାନୁୟାରୀ ୧୪ରୁ ଆରମ୍ଭ ହୋଇ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଚାଲିଥାଏ। ସେହିଭଳି ରାଜ୍ୟ ସରକାରମାନଙ୍କ ପକ୍ଷରୁ ଲଗାଯାଇଥିବା ବିଭିନ୍ନ ପ୍ରତିବନ୍ଧକ ଓ କୋଭିଡ୍‌ କଟକଣା ଯୋଗୁ ପ୍ରାୟ ୭୫% ବ୍ୟବସାୟରେ ଅନେକ ପ୍ରକାର ପରିବର୍ତ୍ତନ ସହ ହ୍ରାସ ମଧ୍ୟ ଘଟିଛି ବୋଲି ସଂସ୍ଥା ପକ୍ଷରୁ ବର୍ତ୍ତମାନ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୮।୫: ଇଣ୍ଡିଆନ୍‌ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ପ୍ରଦୀପ୍ତ କୁମାର ରଥ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା...

ଯାଞ୍ଚ ହେବ ହରଡ଼ ଡାଲି ଷ୍ଟକ୍‌

ନୂଆଦିଲ୍ଲୀ,୧୩ା୮: ଗତ କିଛିଦିନ ହେବ ସାରା ଦେଶରେ ହରଡ଼ ଡାଲିର ଦର ପୂର୍ବାପେକ୍ଷା ବୃଦ୍ଧି ପାଇଚାଲିଛି। କେନ୍ଦ୍ର ସରକାର ଏ ନେଇ ମଧ୍ୟ ରାଜ୍ୟ ସରକାରମାନଙ୍କ...

ଭାରତକୁ ଲଣ୍ଡନ କୋର୍ଟଙ୍କ ପ୍ରଶ୍ନ;ନୀରବଙ୍କୁ କେଉଁ ଜେଲ୍‌ରେ ରଖିବ

ଲଣ୍ଡନ,୩୧-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ରୁ ବାହାରିବା ଉଦ୍ୟମ ପୁନର୍ବାର ବେକାର ହୋଇଯାଇଛି। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ତାଙ୍କର ହାଜତ ମିଆଦକୁ ଜୁନ୍‌...

ପୁରୀ-ହବିବଗଞ୍ଜ-ପୁରୀ ଟ୍ରେନର ମିଳିତ ବଗି ସଂଯୋଗ

ଭୁବନେଶ୍ୱର,୨୧-୫ : ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଣ କରିବା ଲକ୍ଷ୍ୟରେ ରେଲଓ୍ବେ ପକ୍ଷରୁ ପୁରୀ-ହବିବଗଞ୍ଜ-ପୁରୀ ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନରେ ମିଳିତ ବଗି ସ୍ଥାୟୀ...

ଏଲ୍‌ଆଇସି ଆଇପିଓ ଆକାରରେ ହ୍ରାସ

ନୂଆଦିଲ୍ଲୀ,୨୪।୪: ଭାରତୀୟ ଜୀବନବୀମା ନିଗମ ବୋର୍ଡ ପକ୍ଷରୁ ରାଷ୍ଟ୍ରାୟତ୍ତ ଫାର୍ମର ପ୍ରାରମ୍ଭିକ ସାର୍ବଜନିନ ଅଫରିଂ (ଆଇପିଓ)ର ଆକାର ହ୍ରାସ କରିବାକୁ ଅନୁମୋଦନ କରାଯାଇଛି। ନିୟାମକ ଅନୁମୋଦନ...

୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୨।୧: ୨୦୨୨ ଜାନୁୟାରୀରେ ମୋଟ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏହି ଦିନଗୁଡ଼ିକ ମଧ୍ୟରୁ ମାସକର ସମସ୍ତ ରବିବାର ଓ...

ଗମ୍ଭୀର ସ୍ଥିତିରେ ଅର୍ଥ ବ୍ୟବସ୍ଥା:ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୫-୧୨: ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଗମ୍ଭୀର ସ୍ଥିତିରେ ରହିଛି। ଏହି ସମୟରେ ସରକାର ନୀତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ...

ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଛନ୍ତି ୮ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ,୧୪।୫- ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା...

Advertisement
Archives

Model This Week