କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଏକ ଘରୋଇ ବସକୁ ଧରି ୮ ଲକ୍ଷ ୪୦ ହଜାର ୧୬୩ ଟଙ୍କା ଜୋରିମାନା କରାଯାଇଛି। ସୂଚନାଯୋଗ୍ୟ, ବ୍ରହ୍ମପୁରରୁ ଛତ୍ରପୁର ଅଭିମୁଖେ ଆସୁଥିବା ଜୟଶ୍ରୀ(ନମ୍ବର-ଓଡି୧୯ଆର୪୫୯୭) ନାମକ ଏକ ଘରୋଇ ବସ ଆସୁଥିବାବେଳେ ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଗଞ୍ଜାମ ପରିବହନ ବିଭାଗର ଟ୍ରାଫିକ ପୋଲିସ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା l
ଗାଡିର ୩ ବର୍ଷ ହେଲା ଫିଟନେସ, ରୋଡ଼ ଟ୍ୟାକ୍ସ, ପଲ୍ୟୁସନ, ଇନ୍ସୁରାନ୍ସ ଏପରିକି ଗାଡି ଚଳାଉଥିବା ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ବସ ଉପରେ ମୋଟ ୮ ଲକ୍ଷ ୪୦ ହଜାର ୧୬୩ ଟଙ୍କା ଜୋରିମାନା କରାଯାଇଛି l ଗାଡି ମାଲିକ ସନ୍ତୋଷ କୁମାର ସାହୁଙ୍କ ନାମରେ ଚାଲାଣ କଟାଯାଇଛି l ରୋଡ଼ ଟ୍ୟାକ୍ସ ବାବଦକୁ ୮ ଲକ୍ଷ ୫ ହଜାର ୧୬୩ ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯୋଗୁ ୫ ହଜାର ଟଙ୍କା, ଗାଡିର ରେଜିଷ୍ଟ୍ରେସନ ନ ଥିବାରୁ ୫ ହଜାର ଟଙ୍କା, ପଲ୍ୟୁସନ ନ ଥିବା ଯୋଗୁ ୧୦ ହଜାର ଟଙ୍କା ଜୋରିମାନା ପକାଯାଇଥିବା ସୂଚନା ମିଳିଛି l
ଗାଡିକୁ ଜବତ କରାଯାଇ ଅଗସ୍ତି ନୂଆଗାଁସ୍ଥିତ ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟରରେ ରଖାଯାଇଛି। ଜୋରିମାନା ଆଦାୟ ପରେ ଉକ୍ତ ଗାଡିକୁ ଛଡ଼ାଯିବ ବୋଲି ଟ୍ରାଫିକ ଇନ୍ସପେକ୍ଟର ବିଶ୍ୱ ରଂଜନ ସାହୁ ସୂଚନା ଦେଇଛନ୍ତି। ୨୦୨୩ରୁ ଗାଡିର ଟ୍ୟାକ୍ସ ବନ୍ଧା ଯାଇନାହିଁ। ଆଗାମୀ ଦିନରେ ମଧ୍ୟ୍ୟ ଯାଞ୍ଚ କଡାକଡ଼ି କରାଯିବ ବୋଲି ଗଞ୍ଜାମ ପରିବହନ ଅଧିକାରୀ ଇଂ ଦେବାଶିଷ ସ୍ବାଇଁ ସୂଚନା ଦେଇଛନ୍ତି। ସଡ଼କ ସୁରକ୍ଷା ନିୟମ ମାନିବା ସହ ଗାଡିର ସମସ୍ତ ନଥିପତ୍ର ଠିକ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?