Posted inଫୁରସତ

ବସ୍‌-ଟ୍ରେନ୍‌

ନିକଟରେ ଜାପାନରେ ଏମିତି ଏକ ବସ୍‌ ଉନ୍ମୋଚନ ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଏହି ବସ୍‌ ରାସ୍ତାରେ ତ ଚାଲିପାରେ ତା’ସହ ରେଳ ଟ୍ରାକ୍‌ ଉପରେ ଟ୍ରେନ୍‌ ପରି ମଧ୍ୟ ଚାଲିପାରେ। ଜାପାନର କାଇୟୋରେ ଉକ୍ତ ବସ୍‌ -ଟ୍ରେନ୍‌ର ହାଇବ୍ରିଡ ପ୍ରଦର୍ଶିତ ହୋଇଥିଲା। ବସ୍‌ଟି ଦେଖିବାକୁ ଆକର୍ଷକ ନ ହେଲେ ହେଁ ଏହାର ବୈଶିଷ୍ଟ୍ୟ ସମସ୍ତଙ୍କ ମନ ଜିଣି ନେଇଥିଲା। ଏହା ନିଜର ରବର ଟାୟର ସହାୟତାରେ ରାସ୍ତା ଉପରେ ଚାଲିପାରିବା ସହ ଏଥିରେ ଥିବା ଟ୍ରେନ୍‌ ମୋଡ଼କୁ ଗଲେ ଲୁହାର ଚକ ଆପେ ବାହାରିଆସେ ଓ ରବର ଚକ ଉପରକୁ ଉଠିଯାଏ। ଫଳରେ ଏହା ରେଳ ଟ୍ରାକ୍‌ରେ ବି ଚାଲିପାରେ। ରୋଡ୍‌ ମୋଡ୍‌ରୁ ଟ୍ରେନ୍‌ ମୋଡ୍‌କୁ ଆସିବା ପାଇଁ ମାତ୍ର ୧୫ ସେକେଣ୍ଡ ସମୟ ଲାଗିଥାଏ। ଏହି ଡୁଆଲ ମୋଡ୍‌ ଭେଇକଲ୍‌ ନିଶ୍ଚିତଭାବେ ଏକ ଭଲ ପବ୍ଲିକ ଟ୍ରାନ୍ସପୋର୍ଟ। ଏହା ଡିଜେଲ ଚାଳିତ ଏବଂ ବିଭିନ୍ନ ରଙ୍ଗରେ ଉପଲବ୍ଧ ହେବ। ଏକାଥରେ ୨୧ ଜଣ ଯାତ୍ରୀଙ୍କୁ ଘଣ୍ଟା ପ୍ରତି ୬୦ କି.ମି. ବେଗରେ ଟ୍ରେନ୍‌ ମୋଡ୍‌ରେ ଓ ବସ୍‌ ମୋଡ୍‌ରେ ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ନେଇପାରେ। ଏହି ବସ୍‌ ଚାଲିଲେ କାଇୟୋରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ସ୍ଥାନୀୟ ଲୋକଙ୍କର ଅନେକ ଅସୁବିଧା ଦୂର ହେବ ବୋଲି କମ୍ପାନୀ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?