ବସ୍‌ ଚଳାଚଳ ବ୍ୟାହତ, ଯାତ୍ରୀ ହଟହଟା

ବରଗଡ଼ ଅଫିସ୍‌,୧୬।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ହୋଇଥିବା ହିଂସାକୁ ନେଇ ସମ୍ବଲପୁରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏହାର ପ୍ରଭାବ ବରଗଡ଼ ଜିଲାରେ ମଧ୍ୟ ଅନୁଭୂତ ହୋଇଛି। ସମ୍ବଲପୁରରେ କର୍ଫ୍ୟୁ ଜାରି କରାଯାଇଥିବା ଯୋଗୁ ଶନିବାର ବସ୍‌ ଚଳାଚଳ ବ୍ୟାହତ ହୋଇପଡିଥିଲା। ହାତ ଗଣତି ଅଳ୍ପ ସଂଖ୍ୟକ ଯାତ୍ରୀବାହୀ ବସ୍‌କୁ ଛାଡ଼ିଦେଲେ ଅଧିକାଂଶ ବସ୍‌ ଉଭୟ ସରକାରୀ ଏବଂ ଘରୋଇ ବସଷ୍ଟାଣ୍ଡରେ ଅଟକି ରହିଥିଲା। ଫଳରେ ଯାତ୍ରୀମାନଙ୍କୁ ହଟହଟା ହେବାକୁ ପଡ଼ିଥିଲା।
ବରଗଡ଼ରୁ ସମ୍ବଲପୁରକୁ ସରକାରୀ ବସ୍‌, ସିଟି ବସ୍‌ ସମେତ ଘରୋଇ ଯାତ୍ରୀବାହୀ ନିୟମିତ ଯାତାୟାତ କରେ। ଛାତ୍ରୀଛାତ୍ରଙ୍କଠାରୁ ଅନେକ ସରକାରୀ, ଘରୋଇ କର୍ମଚାରୀ ସବୁଦିନ ସେହି ବସ୍‌ ଉପରେ ନିର୍ଭର କରିଥାନ୍ତି। ହେଲେ ସମ୍ବଲପୁରରେ କର୍ଫ୍ୟୁ ଜାରି ହେବା ପରେ ଶନିବାର ସେଠାକୁ ବସ୍‌ ଚଳାଚଳ ବନ୍ଦ ରହିଥିଲା। ଯାତ୍ରୀମାନେ ସରକାରୀ, ଘରୋଇ ବସ୍‌ଷ୍ଟାଣ୍ଡକୁ ଆସିଥିଲେ, ମାତ୍ର ବସ୍‌ ସମ୍ବଲପୁର ଅଭିମୁଖେ ନ ବାହାରିବାରୁ ନିରାଶରେ ଘରକୁ ଫେରିବାକୁ ପଡ଼ିଥିଲା। ତେବେ ପରେ ଅଳ୍ପ କେତୋଟି ବସ୍‌ ସମ୍ବଲପୁର ଅଭିମୁଖେ ଯାଇଥିଲେ ସୁଦ୍ଧା କିଛି ଅଧାବାଟରୁ ଫେରି ଆସୁଥିଲା ଏବଂ ଆଉ କିଛି ସମ୍ବଲପୁର ଘରୋଇ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ତୁରନ୍ତ ବସଷ୍ଟାଣ୍ଡ ଛାଡ଼ି ବରଗଡ଼ ଅଭିମୁଖେ ଫେରି ଆସୁଥିଲା। ଏ ସମ୍ପର୍କରେ ବରଗଡ଼ ଘରୋଇ ବସ୍‌ ମାଲିକ ସଂଘର ସମ୍ପାଦକ ଶେଖ୍‌ ନଜିମୁଦ୍ଦିନଙ୍କୁ ପଚାରିବାରୁ ସେ କହିଥିଲେ, ବରଗଡ଼ରୁ ସମ୍ବଲପୁରକୁ ପ୍ରାୟ ୪୦ ଯାତ୍ରୀବାହୀ ବସ୍‌ ସବୁଦିନ ମୋଟ୍‌ ପ୍ରାୟ ୧୧୦ଥର ଯିବା ଆସିବା କରିଥାନ୍ତି। ତେବେ ସମ୍ବଲପୁରରେ କର୍ଫ୍ୟୁ ଜାରି କରାଯାଇଥିବା ଯୋଗୁ ତାକୁ ଦୃଷ୍ଟିରେ ରଖି ସେଠାକୁ ବସ ଚଳାଚଳ ବନ୍ଦ ରହିଥିଲା। ରବିବାରଠାରୁ ସମ୍ବଲପୁରକୁ ବସ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍‌ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପ୍ରତିବାଦରେ ଉତ୍ତେଜନା: ସବଷ୍ଟେସନରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍ ବିଭାଗର ଚରମ ଅବହେଳାକୁ ନେଇ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri