ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ସୋମବାର ସକାଳେ ଦଳୀୟ ନେତୃବୃନ୍ଦ ଜିଲାପାଳ ହେମକାନ୍ତ ସୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ପତ୍ରର ଏକକିତା ନକଲ ରାଜସ୍ବ ବିଭାଗ, ବନ ଓ ପରିବେଶ ବିଭାଗ ସଚିବ, ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଏବଂ ଓଏସଆରଟିସି ପ୍ରଧାନ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
ବିଜେଡିର ଅଭିଯୋଗ ଅନୁଯାୟୀ, ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଗତ ୧୭ ତାରିଖରୁ ଅନେକ ହଜାର ଗଛ କାଟିବା କାର୍ଯ୍ୟ ଆରମ୍ଭ ହୋଇଛି। ନୂଆ ବସ୍‌ଷ୍ଟାଣ୍ଡ ପାଇଁ ମନୋନୀତ ସ୍ଥାନଟି ଅତି ଘଞ୍ଚ ସବୁଜ ଆଚ୍ଛାଦିତ ଅଞ୍ଚଳ। ଏଠାରେ ଶାଳଠାରୁ ଆରମ୍ଭ କରି ମୂଲ୍ୟବାନ ଗଛ ଭରପୂର ମାତ୍ରାରେ ଥିବାରୁ ସହରର ଅମ୍ଳଜାନର ଉତ୍ସ ଭାବେ କାର୍ଯ୍ୟ କରୁଥିଲା। କିନ୍ତୁ ସ୍ଥାନୀୟ ଲୋକ, ବନ ସୁରକ୍ଷା କମିଟିର ମତାମତ ନ ନେଇ ଜିଲା ପ୍ରଶାସନ ଏକପାଖିଆ ଭାବେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ନିଷ୍ପତ୍ତି ନେବା ସ୍ଥାନୀୟ ଲୋକ ଓ ପରିବେଶପ୍ରେମୀଙ୍କୁ ହତବାକ୍‌ କରିଛି। ଯଦି ଏହି ନୂଆ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଗଛକଟା ବନ୍ଦ କରା ନ ଯାଏ ତେବେ ବାରିପଦାରେ ଜଙ୍ଗଲ ଅଞ୍ଚଳ ହ୍ରାସ ପାଇ ଭବିଷ୍ୟତରେ ଅନେକ ପରିବେଶଗତ ସମସ୍ୟା ଉତ୍ପନ୍ନ ହେବ। ପୂର୍ବରୁ ଜିଲା ପ୍ରଶାସନ ବାରିପଦା ସର୍କଲ ଜେଲ ଅଧୀନରେ ଥିବା ମୁର୍ଗାବାଡ଼ିଠାରେ ଏକ ଉପଯୁକ୍ତ ଜମି ଚିହ୍ନଟ କରିଥିଲା ଏବଂ ଯଥେଷ୍ଟ କ୍ଷତିପୂରଣ ନେଇ ସେଠାରେ ନୂଆ ବସ୍‌ଷ୍ଟାଣ୍ଡ କରିବାକୁ ଯୋଜନା କରିଥିଲା। କିନ୍ତୁ ବିନା ବିସ୍ତୃତ ଅଧ୍ୟୟନରେ ପ୍ରଶାସନ ଏକତରଫା ଭାବେ ଗଭୀର ଜଙ୍ଗଲ ଭିତରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ନିଷ୍ପତ୍ତି ନେବା ଦୁର୍ଭାଗ୍ୟ ଜନକ ବୋଲି ବିଜେଡି ଅଭିଯୋଗ କରିଛି।
ଦଳ ପକ୍ଷରୁ ଜିଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିିଂ, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହଁାସଦା, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପୂର୍ବତନ ବିଧାୟକ ରାଜକିଶୋର ଦାସ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ, ଏମସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ପୂର୍ବତନ ସଭାପତି ଦେବାଶିଷ ମହାନ୍ତି, ପୂର୍ବତନ ଏସଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପ୍ରଭାତ ନାୟକ, ଦେବୀଦତ୍ତ ଦାଶ, ସୁନୀଲ ନାୟକ, ଅରୁଣ ବରାଡ, ମହେଶ ଭଞ୍ଜଦେଓ, ଦିପ୍ତୀଲତା ମିଶ୍ର, ସବିତା ବେହେରା ଓ ବୀଣାପାଣି ସାହୁଙ୍କ ସମେତ ଶତାଧିକ କର୍ମକର୍ତ୍ତା ଦଳୀୟ କାର୍ଯ୍ୟାଳୟ ବିଜୁଭବନରୁ ପଦଯାତ୍ରାରେ ଯାଇ ଜିଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

ବାରିପଦାର ପାଲବଣିଠାରେ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ରୋକିବାକୁ କିଛି ନ୍ୟସ୍ତସ୍ବାର୍ଥ ଲୋକ ଲାଗିଛନ୍ତି। ପରିବେଶକୁ ଆଳ କରି ନିଜର ପକେଟ ଗରମ କରିବାକୁ ଚାହୁଁଛନ୍ତି ବୋଲି ବସଷ୍ଟାଣ୍ଡ ସପକ୍ଷବାଦୀ ବିଭିନ୍ନ ସଂଗଠନ ମତପୋଷଣ କରିଛନ୍ତି। ରବିବାର ପାଲବଣି ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପାଲାବଣି ଦୁର୍ଗାପୂଜା କମିଟି, ଲକ୍ଷ୍ମୀପୂଜା କମଟି, ଷ୍ଟେଶନ ଆଥଲେଟିକ ଆସୋସିଏସନ, ମୟୂରଭଞ୍ଜ ସିନିୟର ସିଟିଜେନ ଫୋରମ, ମୟୂରଭଞ୍ଜ ଟ୍ରକ ଆସୋସିଏସନ, ଲେଟକଟ କ୍ଲବ, ଛାଞ୍ଚ ଉନ୍ନୟନ ପରିଷଦ, ପଞ୍ଚତରକା କ୍ଲବର କାର୍ଯ୍ୟକର୍ତ୍ତାମାନେ ବସଷ୍ଟାଣ୍ଡ ନିର୍ମାଣ ବିରୋଧକୁ ନାପସନ୍ଦ କରିଛନ୍ତି। ଗିରିଶଚନ୍ଦ୍ର ଦାସ, ଅଶିତ କର, ଆଦିତ୍ୟ ଦଣ୍ଡପାଟ, ସଞ୍ଜୀବ ଦ୍ବିବେଦୀ, ଦେବବ୍ରତ ସାମଲ, ତ୍ରିଲୋଚନ ଗିରି, ଅଶୋକ କୁମାର ଗିରି, ଶାଶାଙ୍କ ଶେଖର କର, ଶଙ୍କୁ ପାଲ, ହରିଶ ହେମ୍ବ୍ରମ୍ବ, ପ୍ରଦୀପ ମୁର୍ମୁ, ଦେବାଶିଷ ପାତ୍ର, ଜେ.ଯାନକି ରାମ, ରତିକାନ୍ତ ବେହେରା, ରାଜେଶ ନାୟକ, ରଞ୍ଜନ ପଟ୍ଟାନାୟକ, ଅଜୟ କୁମାର ଦାସ, ସୁଂଧାଶୁ ଶେଖର ଦାସ ପ୍ରମୁଖ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏହି ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?