ମାଓବାଦୀଙ୍କ ଶହୀଦ ସପ୍ତାହ: ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮।୭: ଗୁରୁବାରଠାରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ କରାଯାଉଛି। ଏହି ସମୟରେ ମାଓବାଦୀମାନେ ସରକାରୀ ଗାଡ଼ିଗୁଡ଼ିକୁ ଟାର୍ଗେଟ କରି ପୋଡି ଦେଉଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ପକ୍ଷରୁ ଗୁରୁବାରଠାରୁ ୪ଟି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ କରିଦିଆଯାଇଛି। ବ୍ରହ୍ମପୁର-ବାଲିମେଳା, ବ୍ରହ୍ମପୁର-ଉମରକୋଟ, ବ୍ରହ୍ମପୁର-ରାୟଗଡ଼ା ଓ ବ୍ରହ୍ମପୁର-ଭବାନୀପାଟଣା ବସ୍‌ ଉଭୟପଟୁ ବନ୍ଦ ରହିଛି। ଅନ୍ୟପକ୍ଷେ ଭଞ୍ଜନଗର- ମାଲକାନଗିରି ୨ଟି, ଭଞ୍ଜନଗର-ସୁନାବେଡ଼ା ଗୋଟିଏ, ଭଞ୍ଜନଗର-ଇନ୍ଦ୍ରାବତୀ ଗୋଟିଏ ଓ ଭୁବନେଶ୍ୱର-ମୋଟୁ, ଭୁବନେଶ୍ୱର-ମାଲକାନଗିରି ଓ କଟକ-ଚିତ୍ରକୋଣ୍ଡା ଯାଉଥିବା ଉଭୟପଟର ସମସ୍ତ ବସ୍‌ ଚଳାଚଳକୁ ଓଏସଆରଟିସି ପକ୍ଷରୁ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସହୀଦ ସପ୍ତାହକୁ ଦୃଷ୍ଟିରେ ରଖି ଘରୋଇ ବସ୍‌ଗୁଡ଼ିକରେ ଯାତ୍ରୀ ଯାତାୟତ କରୁ ନ ଥିବାରୁ ବସ୍‌ ଚଳାଚନ ବନ୍ଦ ରହିଛି ବୋଲି ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଟୁଟୁ ପଟ୍ଟନାୟକ ପ୍ରକାଶ କହିଛନ୍ତି। ଅନ୍ୟପକ୍ଷେ ପୋଲିସ ପକ୍ଷରୁ ମାଲିକଙ୍କୁ ବସ୍‌ ଚଳାଚଳ ବନ୍ଦ ନ କରିବାକୁ ନିବେଦନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବ୍ୟାପକ ପାଟ୍ରୋଲିଂ ଚାଲିଥିବା ଯୋଗୁ ଭୟଭୀତ ନ ହୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି। ତଥାପି ସରକାରୀ ବସ୍‌ଗୁଡ଼ିକ ହିଂସା ଭୟରେ ବନ୍ଦ ରହୁଛି । ଫଳରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଯାତ୍ରୀମାନେ ହଇରାଣ ହେବାର ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ୨୦୦୦ରେ ମାଓବାଦୀ ସଂଗଠନ ପକ୍ଷରୁ ପିପୁଲ ଲିବେରେଶନ ଗରିଲା ଆର୍ମ (ପିଏଲ୍‌ଓ) ସ୍ଥାପନ କରାଯାଇଥିଲା। ଏହା ପରଠୁ ବିଭିନ୍ନ ସମୟରେ ମାଓବାଦୀମାନେ ପିଏଲ୍‌ଓ ସପ୍ତାହ ଡ଼ାକରା ଦେଉଛନ୍ତି । ସପ୍ତାହ ପାଳନ ବେଳେ ପୂର୍ବରୁ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏପରି କି ମାଓବାଦୀମାନେ ସରକାରୀ ସମ୍ପତ୍ତି ଧ୍ୱଂସ କରି ଦେଉଛନ୍ତି। ଶହୀଦ ସପ୍ତାହ ପାଳନ ବେଳେ ମାଓବାଦୀମାନେ ରାସ୍ତା କାଟିବା ସହ ଗଛ ପକାଇ ପ୍ରତିବାଦ କରିଥାନ୍ତି। ଫଳରେ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବସ୍‌ ଚଳାଚଳ ବନ୍ଦ ରହିଥାଏ ବୋଲି ଓଏସଆର୍‌ଟିସି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?