ମହୋଦଧିରେ ଶ୍ରୀଶ୍ରୀ ଦାଦାଙ୍କ ଅସ୍ଥି ବିସର୍ଜନ

ପୁରୀ ଅଫିସ,୫ା୬:  ମହୋଦଧିରେ ରବିବାର ‘ସତ୍‌ସଙ୍ଗ’ର ପୂର୍ବତନ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା(ଅଶୋକ ଚକ୍ରବର୍ତ୍ତୀ)ଙ୍କ ଅସ୍ଥି ବିସର୍ଜନ ତାଙ୍କର କନିଷ୍ଠପୁତ୍ର ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜ୍ୟପାଦ ବିଙ୍କିଦା)ଙ୍କ ଦ୍ବାରା ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସମ୍ପନ୍ନ ହୋଇଛି। ଏହି ଉପଲକ୍ଷେ ପୁରୀସ୍ଥିତ ସତ୍‌ସଙ୍ଗ ଠାକୁରବାଡ଼ିରେ ଓ ବିଭିନ୍ନ ଅଞ୍ଚଳରୁ ଆଗତ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ସହସ୍ରାଧିକ ଶିଷ୍ୟ, ଅନୁଗାମୀ ସମବେତ ହୋଇଥିଲେ। ବୈଦିକ ବିଧି-ବିଧାନ ଓ ଶ୍ରୀଶ୍ରୀଠାକୁରଙ୍କ ଜୟଧ୍ବନି ମଧ୍ୟରେ ଏହି ପବିତ୍ର ପ୍ରକ୍ରିୟା ସମାପନ ହୋଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ପୁରୀ ଜିଲାପାଳ ସମର୍ଥ ବର୍ମା, ଏଡିଏମ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସତସଙ୍ଗର ସହ-ସଂପାଦକ ଡା.ବିନାୟକ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲା ପ୍ରଶାସନର ସମସ୍ତ ବିଭାଗ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଏହାପୂର୍ବରୁ ପୂଜନୀୟ ବିଙ୍କିଦା ହରିଦ୍ବାରର ବ୍ରହ୍ମକୁଣ୍ଡରେ, ନେମିଷାରଣ୍ୟ ବ୍ୟାସଗାଦି-ସ୍ଥିତ ଗୋମତୀ ନଦୀ, ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ମଧ୍ୟ ଶ୍ରୀଶ୍ରୀଦାଦାଙ୍କର ଅସ୍ଥି  ବିସର୍ଜନ କରିଥିଲେ। ଏଥିସହ ସେ କନ୍ୟାକୁମାରୀଠାରେ କାବେରୀନଦୀରେ ଓ ସାଗର ସଙ୍ଗମରେ, ଓମକାରେଶ୍ବରଠାରେ ନର୍ମଦାରେ, ନାସିକଠାରେ ଗୋଦାବରୀରେ, ଦ୍ବାରକାଠାରେ ଆରବ ସାଗରରେ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜନ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଓଘର ସତ୍‌ସଙ୍ଗ ଆଶ୍ରମର କର୍ମୀ ବିଶ୍ବଜିତ ଚୌଧୁରୀ ଓ ଗୌରକୃଷ୍ଣ ନାୟକ ସକ୍ରିୟ ଭୂମିକା ନିର୍ବାହ କରିଛନ୍ତି।
ଶ୍ରୀଶ୍ରୀଦାଦାଙ୍କ ଅସ୍ଥି ବିସର୍ଜନ ଅବସରରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସ୍ବତନ୍ତ୍ର ବାର୍ତ୍ତା ଜାରି କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri