‘ସନ୍ନି ଦେଓଲଙ୍କ ପାଇଁ ମୁମ୍ବାଇରେ ବଙ୍ଗଳା କିଣିଛି’

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାର କରଣ ଜୋହରଙ୍କ ଶୋ’ ‘କଫି ଓ୍ବିଥ୍‌ କରଣ-୭’ରେ ନଜର ଆସିଥିଲେ। ଶୋ’ରେ ଅକ୍ଷୟ ମୁମ୍ବାଇର ଜୁହୁ ଅଞ୍ଚଳରେ ନିଜର ବିଳାସପୂର୍ଣ୍ଣ ବଙ୍ଗଳା କିଣିବାର ଏକ ରୋଚକ କାହାଣୀ କହିଥିଲେ। ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ଫିଲ୍ମ ‘ଜାନି ଦୁଷ୍ମନ: ଏକ୍‌ ଅନୋଖୀ କହାନୀ’ ଶୁଟିଂ ସମୟରେ ସେ କିପରି ପର୍ଯ୍ୟାପ୍ତ ଅର୍ଥ ଅର୍ଜନ କରିଥିଲେ ସେ ବିଷୟରେ କହିଥିଲେ।

ଅକ୍ଷୟ କହିଥିଲେ, ମୁଁ ଇଣ୍ଡଷ୍ଟ୍ରିରେ ଟଙ୍କା ରୋଜଗାର କରିବାକୁ ଆସିଥିଲି। ମାର୍ଶଲ ଆର୍ଟ ଶିକ୍ଷା ପାଇଁ ୫ ହଜାର ଟଙ୍କା ରୋଜଗାର କରୁଥିଲି। ଦିନେ ମୁଁ ୨ ଘଣ୍ଟିଆ ବିଜ୍ଞାପନ ଶୁଟ୍‌ ପାଇଁ ୨୧ ହଜାର ଟଙ୍କା ପାଇଲି। ଭାବିଲି ମାର୍ଶଲ ଆର୍ଟ ଶିକ୍ଷା ଦେବା ପାଇଁ ମୋତେ ତାଲିମ ଦେଇ ମୁଁ କ’ଣ କରୁଛି? ଏଠାରେ ୨ ଘଣ୍ଟାରେ ଏତେ ଟଙ୍କା ରୋଜଗାର ହେଉଛି।

ସେ ଆହୁରି ମଧ୍ୟ କହିଥିଲେ। ଫିଲ୍ମ ‘ଜାନି ଦୁଷ୍ମନ’ରେ ମୁଁ ଦୈନିକ ମଜୁରୀରେ କାମ କରୁଥିଲି, ଏପରି ଏକ ସିନ୍‌ ଥିଲା, ଯେଉଁଥିରେ ଭିଲେନ ମୋତେ ହତ୍ୟା କରୁଛନ୍ତି ଏବଂ ମୁଁ ମରିଯାଉଛି। ମୁଁ ଜାଣିବାକୁ ପାଇଲି ଯେ, ଦ୍ୱିତୀୟ ହିରୋ ଯିଏ ଅଭିନୟ କରିବାକୁ ଯାଉଛନ୍ତି ସେ ନ୍ୟୁୟର୍କରେ ରହିଯାଇଛନ୍ତି ଏବଂ ଆସିବାକୁ ଅସମର୍ଥ। ଯାହା ମୋର ଅନସ୍କ୍ରିନ୍‌ ଟାଇମିଙ୍ଗକୁ ବଦଳାଇଦେଲା। ମୁଁ ନିର୍ଦ୍ଦେଶକଙ୍କ ନିକଟକୁ ଯାଇ ପଚାରିଲି ଆସନ୍ତାକାଲି ଠାରୁ ମୁଁ କାମକୁ ଆସବି କି ନାହିଁି? ଏହା ପରେ ନିର୍ଦ୍ଦେଶକ ଯାହା କରିଛନ୍ତି ତାହା ଆପଣ ବିଶ୍ୱାସ କରିବେ ନାହିଁ। ସେ ସଙ୍ଗେ ସଙ୍ଗେ କାହାଣୀକୁ ବଢ଼ାଇବାକୁ ସ୍ଥିର କଲେ ଏବଂ କହିଥିଲେ, ତୁମର ଚରିତ୍ର ମରି ନାହିଁ। ତୁମେ କୋମାରେ ପୁଣି ଜୀବିତ।

ଏହା ପରେ ଶୁଟିଂ ଆଉ ୫ ଦିନ ବଢ଼ାଇ ଦିଆଯାଇଥିଲା। ଏହିପରି ଭାବରେ ମୁଁ ଅଧିକ ଅର୍ଥ ଉପାର୍ଜନ କରିଥିଲି। ଯେଉଁଥିପାଇଁ ମୁଁ ଆଜି ରହୁଥିବା ଘର କିଣିବା ପାଇଁ ସକ୍ଷମ ହୋଇପାରିଥିଲି। ସବୁଠୁ ବଡ଼ କଥା ହେଉଛି ସନ୍ନି ଦେଓଲଙ୍କ ଯୋଗୁ ହିଁ ମୁଁ ମୁମ୍ବାଇରେ ଘର କିଣିବାର ସୌଭାଗ୍ୟ ପାଇଥିଲି। କାରଣ ତାଙ୍କର ଅସ୍ତ୍ରୋପଚାର ପାଇଁ ସେ ନ୍ୟୁୟର୍କରେ ଅଟକି ଯାଇଥିଲେ। ଯେଉଁଥିପାଇଁ ମୋ ଚରିତ୍ରକୁ ଆଉ କିଛିଦିନ ବଢ଼ାଇ ଦିଆଯାଇଥିଲା। ଏହା ବଦଳରେ ଅଧିକ ପାରିଶ୍ରମିକ ପାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri