‘ସନ୍ନି ଦେଓଲଙ୍କ ପାଇଁ ମୁମ୍ବାଇରେ ବଙ୍ଗଳା କିଣିଛି’

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାର କରଣ ଜୋହରଙ୍କ ଶୋ’ ‘କଫି ଓ୍ବିଥ୍‌ କରଣ-୭’ରେ ନଜର ଆସିଥିଲେ। ଶୋ’ରେ ଅକ୍ଷୟ ମୁମ୍ବାଇର ଜୁହୁ ଅଞ୍ଚଳରେ ନିଜର ବିଳାସପୂର୍ଣ୍ଣ ବଙ୍ଗଳା କିଣିବାର ଏକ ରୋଚକ କାହାଣୀ କହିଥିଲେ। ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ଫିଲ୍ମ ‘ଜାନି ଦୁଷ୍ମନ: ଏକ୍‌ ଅନୋଖୀ କହାନୀ’ ଶୁଟିଂ ସମୟରେ ସେ କିପରି ପର୍ଯ୍ୟାପ୍ତ ଅର୍ଥ ଅର୍ଜନ କରିଥିଲେ ସେ ବିଷୟରେ କହିଥିଲେ।

ଅକ୍ଷୟ କହିଥିଲେ, ମୁଁ ଇଣ୍ଡଷ୍ଟ୍ରିରେ ଟଙ୍କା ରୋଜଗାର କରିବାକୁ ଆସିଥିଲି। ମାର୍ଶଲ ଆର୍ଟ ଶିକ୍ଷା ପାଇଁ ୫ ହଜାର ଟଙ୍କା ରୋଜଗାର କରୁଥିଲି। ଦିନେ ମୁଁ ୨ ଘଣ୍ଟିଆ ବିଜ୍ଞାପନ ଶୁଟ୍‌ ପାଇଁ ୨୧ ହଜାର ଟଙ୍କା ପାଇଲି। ଭାବିଲି ମାର୍ଶଲ ଆର୍ଟ ଶିକ୍ଷା ଦେବା ପାଇଁ ମୋତେ ତାଲିମ ଦେଇ ମୁଁ କ’ଣ କରୁଛି? ଏଠାରେ ୨ ଘଣ୍ଟାରେ ଏତେ ଟଙ୍କା ରୋଜଗାର ହେଉଛି।

ସେ ଆହୁରି ମଧ୍ୟ କହିଥିଲେ। ଫିଲ୍ମ ‘ଜାନି ଦୁଷ୍ମନ’ରେ ମୁଁ ଦୈନିକ ମଜୁରୀରେ କାମ କରୁଥିଲି, ଏପରି ଏକ ସିନ୍‌ ଥିଲା, ଯେଉଁଥିରେ ଭିଲେନ ମୋତେ ହତ୍ୟା କରୁଛନ୍ତି ଏବଂ ମୁଁ ମରିଯାଉଛି। ମୁଁ ଜାଣିବାକୁ ପାଇଲି ଯେ, ଦ୍ୱିତୀୟ ହିରୋ ଯିଏ ଅଭିନୟ କରିବାକୁ ଯାଉଛନ୍ତି ସେ ନ୍ୟୁୟର୍କରେ ରହିଯାଇଛନ୍ତି ଏବଂ ଆସିବାକୁ ଅସମର୍ଥ। ଯାହା ମୋର ଅନସ୍କ୍ରିନ୍‌ ଟାଇମିଙ୍ଗକୁ ବଦଳାଇଦେଲା। ମୁଁ ନିର୍ଦ୍ଦେଶକଙ୍କ ନିକଟକୁ ଯାଇ ପଚାରିଲି ଆସନ୍ତାକାଲି ଠାରୁ ମୁଁ କାମକୁ ଆସବି କି ନାହିଁି? ଏହା ପରେ ନିର୍ଦ୍ଦେଶକ ଯାହା କରିଛନ୍ତି ତାହା ଆପଣ ବିଶ୍ୱାସ କରିବେ ନାହିଁ। ସେ ସଙ୍ଗେ ସଙ୍ଗେ କାହାଣୀକୁ ବଢ଼ାଇବାକୁ ସ୍ଥିର କଲେ ଏବଂ କହିଥିଲେ, ତୁମର ଚରିତ୍ର ମରି ନାହିଁ। ତୁମେ କୋମାରେ ପୁଣି ଜୀବିତ।

ଏହା ପରେ ଶୁଟିଂ ଆଉ ୫ ଦିନ ବଢ଼ାଇ ଦିଆଯାଇଥିଲା। ଏହିପରି ଭାବରେ ମୁଁ ଅଧିକ ଅର୍ଥ ଉପାର୍ଜନ କରିଥିଲି। ଯେଉଁଥିପାଇଁ ମୁଁ ଆଜି ରହୁଥିବା ଘର କିଣିବା ପାଇଁ ସକ୍ଷମ ହୋଇପାରିଥିଲି। ସବୁଠୁ ବଡ଼ କଥା ହେଉଛି ସନ୍ନି ଦେଓଲଙ୍କ ଯୋଗୁ ହିଁ ମୁଁ ମୁମ୍ବାଇରେ ଘର କିଣିବାର ସୌଭାଗ୍ୟ ପାଇଥିଲି। କାରଣ ତାଙ୍କର ଅସ୍ତ୍ରୋପଚାର ପାଇଁ ସେ ନ୍ୟୁୟର୍କରେ ଅଟକି ଯାଇଥିଲେ। ଯେଉଁଥିପାଇଁ ମୋ ଚରିତ୍ରକୁ ଆଉ କିଛିଦିନ ବଢ଼ାଇ ଦିଆଯାଇଥିଲା। ଏହା ବଦଳରେ ଅଧିକ ପାରିଶ୍ରମିକ ପାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri