Posted inଖେଳ

ବୁମ୍‌ରାଙ୍କୁ ବଡ଼ ପୁରସ୍କାର ଦେଲା ଆଇସିସି

ନୂଆଦିଲ୍ଲୀ,୧୪।୧: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ମିଳିଛି। ଆଇସିସି ବୁମରାଙ୍କୁ ‘ପ୍ଲେୟାର ଅଫ ଦି ମନ୍ଥ୍‌’ ପୁରସ୍କାର ପାଇଁ ଚୟନ କରିଛି। ଡିସେମ୍ବର ୨୦୨୪ ପାଇଁ ବୁମରାଙ୍କୁ ଏହି ପୁରସ୍କାର ଦିଆଯିବ। ଆଇସିସି ଏହାର ଅଫିସିଆଲ ୱେବସାଇଟ ମାଧ୍ୟମରେ ଏହି ସୂଚନା ଶେୟାର କରିଛି। ଭାରତର ଅଷ୍ଟ୍ରେଲିଆ ଗସ୍ତ ସମୟରେ ବୁମରା ଘାତକ ବୋଲିଂ କରିଥିଲେ। ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ପାଇଁ ବୁମରାଙ୍କୁ ପ୍ଲେୟାର ଅଫ ଦି ସିରିଜ ମଧ୍ୟ ବିବେଚିତ କରାଯାଇଥିଲା।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଇଥିଲା। ଏହି ସିରିଜରେ ସର୍ବାଧିକ ଉଇକେଟ ନେବାରେ ବୁମରା ଶୀର୍ଷରେ ଥିଲେ। ସେ ୫ଟି ମ୍ୟାଚ୍‌ରେ ୩୨ଟି ଉଇକେଟ ନେଇଥିଲେ। ବୁମରା ମୋଟ ୧୫୧.୨ ଓଭର ବୋଲିଂ କରିଥିଲେ। ଏହି ସମୟ ମଧ୍ୟରେ ହାରାହାରି ୧୩.୦୬ ଥିଲା। ସର୍ବଶ୍ରେଷ୍ଠ ଆଭ୍‌ରେଜ୍‌ ଦୃଷ୍ଟିରୁ ମଧ୍ୟ ବୁମରା ଶୀର୍ଷରେ ଥିଲେ। ସେ ସିରିଜରେ ତିନିଥର ପାଞ୍ଚ କିମ୍ବା ତା’ଠାରୁ ଅଧିକ ଉଇକେଟ ନେବାର କୃତିତ୍ୱ ମଧ୍ୟ ହାସଲ କରିଥିଲେ।
ଅଷ୍ଟ୍ରେଲିଆର ଘାତକ ବୋଲର କମିନ୍ସ ସର୍ବାଧିକ ଉଇକେଟ ନେବାରେ ଦ୍ୱିତୀୟ ସ୍ଥାନରେ ଥିଲେ। ସେ ୫ଟି ମ୍ୟାଚ୍‌ରେ ୨୫ଟି ଉଇକେଟ ନେଇଥିଲେ। କମିନ୍ସ ‘ପ୍ଲେୟାର ଅଫ ଦି ମନ୍ଥ୍‌’ ଟାଇଟଲ ପାଇଁ ଦୌଡ଼ରେ ଥିଲେ। କିନ୍ତୁ ବୁମରା ତାଙ୍କୁ ପଛରେ ପକାଇ ଦେଇଥିଲେ। ଏହା ସହିତ ଦକ୍ଷିଣ ଆଫ୍ରିକାର ବୋଲର ଡାନ ପିଟରସନଙ୍କୁ ମଧ୍ୟ ମନୋନୀତ କରାଯାଇଥିଲା। କିନ୍ତୁ ବୁମରା ତାଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?