୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୯ତମ ଷ୍ଟେଟ୍‌ ଲେଭଲ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲୁସିଏ) ବୈଠକରେ ୧୦ ଜିଲା ପାଇଁ ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ୧୪,୧୦୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଅନୁମୋଦିତ ପ୍ରସ୍ତାବ ଅନୁଯାୟୀ, ଖୋର୍ଦ୍ଧା ଓ କଟକରେ ହଲ୍‌ଦିରାମ ସ୍ନାକ୍ସ ଫୁଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୫୦୦ କୋଟି ଟଙ୍କା ବିନିଯୋଗରେ ସ୍ନାକ୍ସ ଓ ବେକ୍ଡ ପ୍ରଡକ୍ଟ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ। ଏଥିରେ ୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଟିୱାନା ନ୍ୟୁଟ୍ରିଶନ୍‌ ଗ୍ଲୋବାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୧୪୦ କୋଟି ଟଙ୍କାରେ କ୍ୟାଟଲ୍‌ ଫିଡ୍‌ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବାକୁ ରହିଥିବାବେଳେ ଏଥିରେ ୨,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରିମିୟମ୍‌ ଚିକ୍‌ ଫିଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ୧୦୫.୩୮ କୋଟି ବିନିଯୋଗରେ ଚିକ୍‌ ଫିଡ୍‌ ୟୁନିଟ୍‌ କରିବ ଏବଂ ଏଥିରେ ୧,୦୫୪ ନିଯୁକ୍ତି ହେବାକୁ ରହିଛି। ଢେଙ୍କାନାଳରେ ସାହାନା କ୍ଲଥିଂ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡ୍‌ ୨୫୧.୪୫ କୋଟିରେ ନିଟେଡ୍‌ ବେବି ଓ କିଡ୍ସ ୱେୟାର ଉତ୍ପାଦନ ୟୁନିଟ୍‌ କରିବ। ଏଥିରେ ୫,୧୦୪ଟି ନିଯୁକ୍ତି ସୁଯୋଗ ରହିଥିବାବେଳେ ବଲାଙ୍ଗୀରରେ ପ୍ରତିମା ଆଗ୍ରୋ ସ୍ପିନିଂ ମିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୧୨୫ କୋଟି ଟଙ୍କାରେ ଟେକ୍ସଟାଇଲ୍‌ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରିବ ଏବଂ ଏଠାରେ ୪୦୦ ନିଯୁକ୍ତି ହେବ। ଗଞ୍ଜାମରେ ପ୍ରାସୋଲ୍‌ କେମିକାଲ୍ସ ଲିମିଟେଡ୍‌ ୪୫୦ କୋଟି ଟଙ୍କାରେ ଫସ୍‌ଫରସ୍‌ ଆଧାରିତ ଡେରିଭେଟିଭ୍‌ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୪୫୮ ନିଯୁକ୍ତି ସୁଯୋଗ ରହିଥିବାବେଳେ ସୁନ୍ଦରଗଡ଼ରେ ନ୍ୟୁ ଜେନେରେଶନ୍‌ ମାନୁଫାକ୍ଚରିଂ ପ୍ରାଇଭେଟ୍‌ ଲିମିଟେଡ୍‌ ୮୦ କୋଟିରେ କୋଲ୍‌ ଟାର୍‌ ଡିଷ୍ଟିଲେଶନ୍‌ ଓ ବାଇ-ପ୍ରଡକ୍ଟ ଉତ୍ପାଦନ ୟୁନିଟ୍‌ କରିବ। ଏଥିରେ ୩୦୧ ଜଣ ନିଯୁକ୍ତି ପାଇବେ। ନୂଆପଡ଼ାରେ ହାସଭାନ୍‌ ରସାୟନ ପ୍ରାଇଭେଟ୍‌ ଲିମିଟେଡ୍‌ ୫୫ କୋଟି ଟଙ୍କାରେ ବଲ୍କ ଡ୍ରଗ୍‌ ଇଣ୍ଟରମିଡିଏଟ୍ସ ଉତ୍ପାଦନ ୟୁନିଟ୍‌ ନିର୍ମାଣ କରିବ। ଖୋର୍ଦ୍ଧାରେ ଶସ୍ତା ସୁନ୍ଦର ହେଲ୍‌ଥ ବଡି ଲିମିଟେଡ୍‌ ୫୬ କୋଟି ଟଙ୍କାରେ ମେଡିକାଲ ଡିଭାଇସ୍‌ ଉତ୍ପାଦନ ୟୁନିଟ୍‌ କରିବ। ଏଥିରେ ୧,୦୫୦ ନିଯୁକ୍ତି ସୁଯୋଗ ରହିଥିବାବେଳେ ସିର୍‌ମା ଏସ୍‌ଜିଏସ୍‌ ଟେକ୍ନୋଲୋଜି ଲିମିଟେଡ୍‌ ୩୦୦ କୋଟିରେ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ ଆସେମ୍ବ୍‌ଲି ଓ ବକ୍ସ ବିଲ୍ଡ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ ଏବଂ ଏଥିରେ ୫୦୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। କେନ୍ଦୁଝରରେ ମହାତ୍ରିପୁରାସୁନ୍ଦରୀ ମିନେରାଲ୍ସ ଆଣ୍ଡ୍‌ ମେଟାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ୧୬୦ କୋଟି ଟଙ୍କାରେ ଫେରୋ ଆଲଏଜ୍‌, କ୍ରୋମ୍‌ ଡେରିଭେଟିଭ୍ସ, ମେଟାଲ୍ସ ରିକଭରି ଓ କ୍ରୋମ୍‌ ଓର୍‌ ବେନିଫିସିଏଶନ୍‌ ପାଇଁ ଏକୀକୃତ କମ୍ପ୍ଲେକ୍ସ ସ୍ଥାପନ କରିବ। ଏଥିରେ ୧,୪୬୦ ନିଯୁକ୍ତି ସୁଯୋଗ ସୃଷ୍ଟିହେବାକୁ ରହିଥିବାବେଳେ କଟକରେ ଶ୍ରୀଜଗନ୍ନାଥ ଇସ୍ପାତ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୯୦.୯୪ କୋଟି ଟଙ୍କାରେ କଲର କୋଟେଡ୍‌ ଶିଟ୍‌, କରୁଗେଟେଡ୍‌ ଜିଆଇ ଶିଟ୍‌, ପ୍ଲେନ୍‌ ଜିଆଇ ଶିଟ୍‌ ଓ ଜିଆଇ ଷ୍ଟ୍ରକ୍ଚରାଲ୍‌ କମ୍ପୋନେଣ୍ଟ ଉତ୍ପାଦନ ୟୁନିଟ୍‌ କରିବ। ଢେଙ୍କାନାଳରେ ଏନ୍‌କେଏସ୍‌ ଅର୍ଥବିଲ୍ଡ ଲିମିଟେଡ୍‌ ୬୦.୯୮ କୋଟିରେ ଷ୍ଟ୍ରକ୍ଚରାଲ୍‌ ଷ୍ଟିଲ୍‌ ଉତ୍ପାଦନ ୟୁନିଟ୍‌, ଅନୁଗୋଳରେ ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ ସୁଭଦ୍ରା କୋଲ୍‌ ମାଇନ୍ସ ପାଇଁ ଏକ ପ୍ରାଇଭେଟ୍‌ ରେଲ୍‌ୱେ ସାଇଡିଂର ବିକଶିତ କରିବ। ଏହା ବର୍ତ୍ତମାନର ଅନୁଗୋଳ-ବଳରାମ ସାଇଡିଂ ଏବଂ ପ୍ରସ୍ତାବିତ ଗୋପାଳପ୍ରସାଦ ଷ୍ଟେଶନ ସହ ସଂଯୋଗ ହେବ। ପ୍ରକଳ୍ପରେ ୪୦୫.୩୫ କୋଟି ଟଙ୍କା ନିବେଶ ହେବ ଏବଂ ୨୯ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?