Posted inଜାତୀୟ

୫.୪୭ କୋଟି ଟଙ୍କାର ମଦ ଉପରେ ଚାଲିଲା ବୁଲଡୋଜର…

ହାଇଦ୍ରାବାଦ, ୧୫।୯ : ଆନ୍ଧ୍ରପ୍ରଦେଶ ପୋଲିସ ଏକ ବୁଲଡୋଜର ଚଲାଇ ତେଲେଙ୍ଗାନାରୁ ବେଆଇନ ଭାବେ ଆସିଥିବା ହୋଇଥିବା ୨.୪୩ ଲକ୍ଷ ମଦ ବୋତଲକୁ ନଷ୍ଟ କରି ଦେଇଛି। ପୋଲିସର ସୂଚନାନୁସାରେ, ଏହାର ଆନୁମାନିକ ମୂଲ୍ୟ ୫.୪୭ କୋଟି ଟଙ୍କା ହେବ। ଆନ୍ଧ୍ରପ୍ରଦେଶର ଏନଟିଆର ଜିଲାର ଅଧିକାରୀଙ୍କ ଦ୍ୱାରା ଚଢ଼ାଉ ବେଳେ ଏସବୁ ଜବତ କରାଯାଇଥିଲା।

ବିଜୟୱାଡା ପୋଲିସ କମିଶନର କାନ୍ଥି ରାଣା ଟାଟା କହିଛନ୍ତି ଯେ ଏହି ମଦ ବୋତଲ ତେଲେଙ୍ଗାନାରୁ ବେଆଇନ ଭାବେ ଅଣାଯାଉଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆନ୍ଧ୍ରପ୍ରଦେଶ ପୋଲିସ ସହରର ଉପକଣ୍ଠରେ ଥିବା ଚେକ ପୋଷ୍ଟରେ ଚଢ଼ାଉ କରିଥିଲା।

ଅନ୍ୟ ରାଜ୍ୟରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ମଦ ଚାଲାଣ ଖବର ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ ସ୍ପେଶାଲ ଏନଫୋର୍ସମେଣ୍ଟ ବ୍ୟୁରୋ କୁର୍ନୁଲରୁ ପ୍ରାୟ ଦୁଇ କୋଟି ଟଙ୍କା ମୂଲ୍ୟର ୬୬ ହଜାର ବୋତଲ ମଦ ଜବତ କରିଥିଲେ॥

ଗତ ଜୁନ୍‌ରେ ଆନ୍ଧ୍ରପ୍ରଦେଶ ପୋଲିସ ଏଲୁରୁ ଜିଲାରୁ ୮୦ ଲକ୍ଷ ଟଙ୍କା ମୂଲ୍ୟର ୩୩,୯୩୪ ବେଆଇନ ମଦ ବୋତଲ ନଷ୍ଟ କରି ଦେଇଥିଲେ। ଏଲୁରୁ ପୋଲିସ ଅଧୀକ୍ଷକ (ଏସପି) ରାହୁଲ ଦେବ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ରାଜ୍ୟ ବାହାରୁ ଆସୁଥିବା ବେଆଇନ ମଦ ଉପରେ ଆମେ କଟକଣା ଲଗାଇଛୁ। ଆମେ ଗତ ଦୁଇ ବର୍ଷ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଆମେ ସୀମା ଉପରେ ଚଢ଼ାଉ ଜାରି ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri