Posted inଫୁରସତ

ଏ ବିଲ୍ଡିଂରୁ ସେ ବିଲ୍ଡିଂକୁ ଉଡ଼ି ଖାଦ୍ୟ ଯୋଗାଉଛନ୍ତି ଡେଲିଭରି ବୟ, ଭିଡିଓ ଦେଖିଲେ…

ବିଶ୍ୱ ଦିନକୁ ଦିନ ବିକାଶର ନୂତନତା ଆଡ଼କୁ ଗତି କରୁଛି। ଏହି ଯେମିତି ବିଦ୍ୟୁତ୍‌, ମୋବାଇଲ, ଯାନବାହନ, ବିଭିନ୍ନ ମେଶିନ ଉପରେ ଲୋକେ ଏମିତି ନିର୍ଭରଶୀଳ ଯେ, ଏଗୁଡ଼ିକ ବିନା ମୁହୂର୍ତ୍ତେ ବଞ୍ଚିହେବନି। ଯେତେବେଳେ ମଣିଷ ଏହାର ଆବଶ୍ୟକତା ଅନୁଭବ ହେଲା ସେତେବେଳେ ଏହାର ଉଦ୍ଭାବନ କରାଗଲା। ଦୁନିଆ ଏବେ ହାଇ-ଟେକ୍‌ ସୁବିଧା ପାଇଛି। ଅନ୍‌ଲାଇନ୍‌ ସେବାଗୁଡ଼ିକ ଏହି ଲିଙ୍କର ଏକ ଅଂଶ। ଏବେ ହାତପାହାନ୍ତାରେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ମିଳିଯାଉଛି। ଘରେ ବସି ଏସବୁ ସୁବିଧା ସୁଯୋଗ ମିଳୁଛି। ଡେଲିଭରି ବୟ ଖାଦ୍ୟ ସାମଗ୍ରୀ ସାଇକେଲ କିମ୍ବା ବାଇକ୍‌ରେ ନେଇ ଲୋକଙ୍କ ଘରେ ପହଞ୍ଚାଇଥାନ୍ତି। କିନ୍ତୁ ଏଣିକି ଆକାଶରେ ଉଡ଼ି ଉଡ଼ି ଘରେ ଖାଦ୍ୟ ପହଞ୍ଚାଇବେ ଡେଲିଭରି ବୟ।

@DailyLoud ନାମକ ଏକ ଟୁଇଟର ପେଜ୍‌ରେ ଏକ ଭିଡିଓ ଶେୟାର କରାଯାଇଛି। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜଣେ ବ୍ୟକ୍ତି ଆକାଶରେ ଉଡୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବ୍ୟକ୍ତି ଜଣକ ଜଣେ ଡେଲିଭରି ବୟ। ଯିଏ କି ଆକାଶରେ ଉଡ଼ି ଖାଦ୍ୟ ଯୋଗାଇବାକୁ ଆସିଥିଲେ। ଭିଡିଓଟି ସାଉଦିଆରବର। ଯେଉଁଠାରେ ଖାଦ୍ୟ ବିତରଣର ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଭିଡିଓଟିକୁ ୪୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୮୧ ହଜାରରୁ ଅଧିକ ଲୋକେ ଲାଇକ୍‌ କରିଛନ୍ତି।

ଭିଡିଓରେ ଡେଲିଭରି ବୟ ଜଣକ ଗୋଟିଏ ବିଲ୍ଡିଂରୁ ଆଉ ଗୋଟିଏ ବିଲ୍ଡିଂକୁ ଉଡ଼ି ଖାଦ୍ୟ ପହଞ୍ଚାଉଛନ୍ତି। ବ୍ୟକ୍ତି ଜଣକ ସମସ୍ତ ସୁରକ୍ଷା ଉପକରଣ ସହିତ ସମ୍ପୂର୍ଣ୍ଣ ସଜ୍ଜିତ ଥିଲେ। ଜେଟ୍‌ପ୍ୟାକ୍‌ ସାହାଯ୍ୟରେ ଆକାଶରେ ଉଡୁଥିଲେ। ଡେଲିଭରି ଏଜେଣ୍ଟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହୋଇଥିଲା। ଭିଡିଓ ଦେଖିବା ପରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଥିଲେ ଯେ ଏହି ବ୍ୟକ୍ତି କିଏ ଏବଂ ସେ କଣ କରିବାକୁ ଚାହୁଁଛନ୍ତି?

ପରେ ଜଣାପଡ଼ିଲା ଏହା ଖାଦ୍ୟ ଯୋଗାଇବାର ଏକ ନୂଆ ତରିକା। ଏହି ବିମାନ ସେବା ବହୁତ ମହଙ୍ଗା ହୋଇପାରେ। ତେବେ ଲୋକମାନେ ଏହି ସେବାଗୁଡ଼ିକ ବ୍ୟବହାର କରିବା ଆରମ୍ଭ କରୁଛନ୍ତି କି? କିଛି ଲୋକ ଏହାକୁ ନକଲି ବୋଲି କହୁଥିବାବେଳେ କେହି କେହି କହିଛନ୍ତି ଯେ ଏହି ଭିଡିଓ ସାଉଦି ଆରବରୁ ଆସିଛି, ତେଣୁ ସେଠାରେ କିଛି ହୋଇପାରେ, ଅର୍ଥର ଅଭାବ ନାହିଁ। ପୂର୍ବରୁ, ଯେଉଁଠାରେ ଖାଦ୍ୟ ଖାଇବା ପାଇଁ ରେଷ୍ଟୁରାଣ୍ଟ କିମ୍ବା ହୋଟେଲକୁ ଯିବାକୁ ପଡୁଥିଲା, ଅନ୍‌ଲାଇନ୍‌ ଖାଦ୍ୟ ବିତରଣ ସେବା ଏହି କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିଛି। ବର୍ତ୍ତମାନ କିଛି କମ୍ପାନୀ ରୋବଟ ଏବଂ ଡ୍ରୋନ୍‌ ସହିତ ଖାଦ୍ୟ ବିତରଣ ସେବା ମଧ୍ୟ ଆରମ୍ଭ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି ବିତରଣର ବିମାନ ସେବା ମଧ୍ୟ ଆରମ୍ଭ ହୁଏ, ତେବେ ଏହା ଆଶ୍ଚର୍ଯ୍ୟଜନକ ନିଶ୍ଚିତ ଆଶ୍ଚର୍ଯ୍ୟଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri