ଭଙ୍ଗା ଆଜବେଷ୍ଟସ୍‌ ଘରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ା

ଆଳି,୧୫ା୧୧(ବନମାଳୀ ସେନାପତି): କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବହୁ ବିଦ୍ୟାଳୟରେ ଉପଲବ୍ଧ ହୋଇପାରୁନି। କେଉଁଠି ଶ୍ରେଣୀଗୃହର ଅଭାବ ରହିଛି ତ ଆଉ କେଉଁଠି ଶିକ୍ଷକ। ଅନେକ ସ୍ଥାନରେ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ମୌଳିକ ସୁବିଧା ଉପଲବ୍ଧ ମଧ୍ୟ ହୋଇପାରୁନି। କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହାର ଏକ ଉଦାହରଣଭାବେ ନିଆଯାଇପାରେ।
୧୯୬୨ରେ ସ୍ଥାପିତ ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି। ତିନୋଟି ଶ୍ରେଣୀରେ ୧୧୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଷଷ୍ଠ ଶ୍ରେଣୀରେ ୩୦, ସପ୍ତମ ଶ୍ରେଣୀରେ ୪୩ ଓ ଅଷ୍ଟମ ଶ୍ରେଣୀରେ ୪୫ ଛାତ୍ରୀଛାତ୍ର ରହିଛନ୍ତି। ଏଠାରେ ୩ଜଣ ଶିକ୍ଷକ ଅଛନ୍ତି। ୪ମାସ ହେବ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। ୩ ଶିକ୍ଷକଙ୍କ ମଧ୍ୟରୁ ଜଣେ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇବା ସହ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏଥିପାଇଁ ଶିକ୍ଷାଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। ସ୍କୁଲରେ ଶ୍ରେଣୀଗୃହ ଅଭାବ ମୁଖ୍ୟ ସମସ୍ୟା ହୋଇ ରହିଛି। ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଏକ ପକ୍କାଘରେ ବସି ପଢ଼ୁଥିବାବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ ଭଙ୍ଗାଦଦରା ଆଜବେଷ୍ଟସ ଘରେ ପଢୁଛନ୍ତି। ଦୀର୍ଘଦିନ ତଳେ ନିର୍ମିତ ହୋଇଥିବା ଉକ୍ତ ଗୃହ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଆଜବେଷ୍ଟସ ଅନେକ ସ୍ଥାନରେ ଫାଟି ଯାଇଛି। ବର୍ଷା ସମୟରେ ଶ୍ରେଣୀଗୃହରେ ପାଣି ପଶି ଯାଉଛି। ଶ୍ରେଣୀଗୃହ କାନ୍ଥ ଫାଟି ବର୍ଷା ପାଣି ଝରୁଥିବାରୁ ସ୍ମାର୍ଟବୋର୍ଡରେ କରେଣ୍ଟ ଚାର୍ଜ ହୋଇଯାଉଛି। ଶ୍ରେଣୀଗୃହ କାନ୍ଥ ଫାଟି ଯାଇଥିବାରୁ ସେଥିରୁ ବିଷଧର ସାପ ବାହାରୁଛନ୍ତି। ହେଲେ ପିଲାମାନେ ବାଧ୍ୟହୋଇ ଭୟଭୀତ ଅବସ୍ଥାରେ ସେହି କୋଠରିରେ ପାଠ ପଢୁଛନ୍ତି।
ବିଦ୍ୟାଳୟ ପରିସରରେ ଏକ ନଳକୂଅ ରହିଛି। ମାତ୍ର ଜଳସ୍ତର ହ୍ରାସ ପାଇଥିବାରୁ ଠିକ୍‌ ଭାବେ ପାଣି ବାହାରୁନି। ଫଳରେ ପିଲାମାନେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମଋତୁରେ ପିଲାମାନେ ଜଳକଷ୍ଟ ଭୋଗୁଛନ୍ତି। ପିଲାଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏକ ଆକ୍ୱାଗାର୍ଡ ଲଗାଇବା ପ୍ରସ୍ତାବ ଥିଲା। ଏଥିପାଇଁ ଷ୍ଟାଣ୍ଡ ମଧ୍ୟ ଲାଗିଥିଲା। ହେଲେ ଏଯାବତ୍‌ ଆକ୍ୱାଗାର୍ଡ ଲଗାଯାଇନାହିଁ। ଏସବୁ ସହ ଜଳ ନିଷ୍କାସନ ବାଟ ନ ଥିବାରୁ ବର୍ଷା ହେଲେ ବିଦ୍ୟାଳୟ ପରିସରରେ ପାଣି ଜମି ରହୁଛି। ବିଶେଷ କରି ବର୍ଷାଦିନେ ପାଣି ଜମି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।
ଗତ ୫ବର୍ଷ ମଧ୍ୟରେ ସ୍କୁଲକୁ ମାତ୍ର ସାଢେ ୩ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ଦେଢ଼ଲକ୍ଷ ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ ହୋଇଛି। ୨ଲକ୍ଷ ଟଙ୍କା ବ୍ୟୟରେ ଦୁଇପାଖ ପାଚେରି ନିର୍ମାଣ ହୋଇଥିବାବେଳେ ଅନ୍ୟ ଦୁଇପାର୍ଶ୍ୱ ମୁକୁଳା ପଡ଼ିଛି। ମଧ୍ୟାହ୍ନଭୋଜନ ନିମନ୍ତେ ରୋଷେଇ ଘର ରହିଛି। ହେଲେ ଖାଇବା ନିମନ୍ତେ ପ୍ରକୋଷ୍ଠ ନ ଥିବାରୁ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ମଧ୍ୟାହ୍ନଭୋଜନ ଖାଉଛନ୍ତି। ପିଲାମାନଙ୍କ ଶାରୀରିକ ବିକାଶ ନିମନ୍ତେ ଖେଳକୁଦର ଆବଶ୍ୟକତା ଥିବାବେଳେ ଖେଳିବାକୁ ଖେଳ ପଡିଆଟିଏ ନାହିଁ।
ଏ ନେଇ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ରତିକାନ୍ତ ପାତ୍ରଙ୍କୁ ପଚାରିବାରୁ ବିଦ୍ୟାଳୟରେ ଦୀର୍ଘଦିନ ହେବ ଶ୍ରେଣୀଗୃହ ସମସ୍ୟା ଲାଗି ରହିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନେ ଯେଉଁ ଗୃହରେ ପାଠ ପଢୁଛନ୍ତି, ତାହା ପଢିବା ଉପଯୁକ୍ତ ନୁହେଁ। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସେଠାରେ ପଢ଼ାଇବାକୁ ବାଧ୍ୟ ହେଉଛୁ। ଶ୍ରେଣୀଗୃହ ସମସ୍ୟା ଦୂର କରିବା ସହ ପ୍ରଧାନଶିକ୍ଷକ ପଦବୀ ପୂରଣ, ଖେଳଶିକ୍ଷକ ଓ ବିଜ୍ଞାନାଗାରର ଆବଶ୍ୟକତା ରହିଥିବା ସେ କହିଛନ୍ତି।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋରଞ୍ଜନ ସାହୁ କହିଛନ୍ତି, ଆଜବେଷ୍ଟସ ଫାଟି ଗଲାଣି। ସାମାନ୍ୟ ବର୍ଷାହେଲେ ଶ୍ରେଣୀଗୃହରେ ପାଣି ଗଳୁଛି। ଅଧିକ ବର୍ଷା ହେଲେ ପାଠପଢାରେ ବାଧା ଉପୁଜୁଛି। ଫଟା କାନ୍ଥରୁ ବହୁ ସମୟରେ ଚିତି ସାପ ବାହାରୁଛି। ଏହି ସମସ୍ୟା ଦୂର କରିବା ନିମନ୍ତେ ବିଡିଓଙ୍କୁ ଲିଖିତଭାବେ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ବିଡିଓ ଅବିନାଶ ବିଶ୍ୱଜିତ ସେଠୀ କହିଛନ୍ତି, ବିଦ୍ୟାଳୟ ପରିସରରେ ଏକ ନୂତନ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ସରିଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀ ରତିକାନ୍ତ ସେନାପତିଙ୍କୁ ପଚାରିବାରୁ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅବଗତ ଅଛି। ପ୍ରଶାସନ ପକ୍ଷରୁ ପକ୍କା ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଯୋଜନା ହୋଇଛି। ପ୍ରଧାନଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ଓମ ପ୍ରକାଶଙ୍କ ପ୍ରସ୍ତୁତି: ଓଡ଼ିଶାର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ):କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶାର…

ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ: ଭବାନୀପାଟଣା ଚାମ୍ପିୟନ

ରିଷିଡ଼ା,୧୬ା୧୧(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ତ୍ରିଦିବସୀୟ ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା…

ଟେଷ୍ଟ କ୍ରିକେଟରୁ ଅବସର ନେଇ ବଡ଼ ଭୁଲ କରିଦେଲେ କୋହଲି-ଶାମି: କପିଳଙ୍କ ଚାଞ୍ଚଲ୍ୟକର ଦାବି, କହିଲେ-୧୦ ବର୍ଷ ପରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଦିଗ୍ଗଜ ବ୍ୟାଟର ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କୋହଲି ୨୦୨୫ ଜୁନରେ…

ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ପୁଣି ଆହତ ହେଲେ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଦଳର ଅନେକ ଷ୍ଟାର୍‌ ଖେଳାଳି ଏବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ଖେଳୁଥିବା ନଜର ଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ…

ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ବିୟୋଗରେ ଗୁଣପୁର ଓକିଲ ସଂଘର ଶୋକସଭା

ଗୁଣପୁର, ୧୬।୧୧ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ୭୫ ବର୍ଷ ବୟସରେ ଶନିବାର ପରଲୋକ ଘଟିଥିଲା।…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ: ୨୮ ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ୍‌ର ସୁବିଧା

ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

କେନ୍ଦୁଝରରେ ଚାଞ୍ଚଲ୍ୟ: ଜୀବନ ଯୁଦ୍ଧରେ ହାରିଗଲେ ବଳାତ୍କାର ପୀଡିତା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ…

କେନ୍ଦୁଝର,୧୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଜୁଆଙ୍ଗ ଆଦିମ ଜନଜାତି ବିଧବା ମହିଳା ବଳାତ୍କାରର ଶିକାର ହୋଇଥିଲେ। ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?