ପ୍ରଧାନ ଶିକ୍ଷକଙ୍କ ଭରସାରେ ବୁଡ଼ିବାଲି ସେବାଶ୍ରମ ବିଦ୍ୟାଳୟ

ଚନ୍ଦ୍ରପୁର,୨୫।୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ମଙ୍ଗଳ ବିଭାଗ ସେବାଶ୍ରମ ବିଦ୍ୟାଳୟ ପରିସରରେ ନବ ନିର୍ମିତ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ରୂପେ ଚନ୍ଦ୍ରପୁର ବ୍ଲକର ଡବ୍ଲ୍ୟୁଇଓ ଲଓ୍ବୋର ଜେନା, ନିମନ୍ତ୍ରିତ ଅତିଥି ରୂପେ ବୁଡ଼ିବାଲି ସରପଞ୍ଚ ଭୀମ ଗଗେରଙ୍ଗା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶମ୍ଭୁ ଗଗେରଙ୍ଗା, ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାଢ଼ୀଙ୍କ ସମେତ ସ୍କୁଲର ସମସ୍ତ ଛାତ୍ର ଉପସ୍ଥିତ ଥିଲେ। ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ କରିବା ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଅଭିଭାବକ ସ୍ବାଗତ କରିଛନ୍ତି। ତେବେ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ସରପଞ୍ଚ ଭୀମ ଗଗେରଙ୍ଗା ଜିଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ବୁଡ଼ିବାଲି ପଞ୍ଚାୟତରେ ଦୀର୍ଘ ଦିନ ଧରି ବହୁ ଶିକ୍ଷକ ପଦ ଖାଲି ପଡ଼ିଛି। ଜଣେମାତ୍ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ ଏକାଧିକ ଦାୟିତ୍ୱରେ ରହିଛନ୍ତି। ପ୍ରଧାନ ଶିକ୍ଷକ ଦାୟିତ୍ୱ ସହ ହଷ୍ଟେଲ୍‌ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବ୍ୟତୀତ ସ୍କୁଲରେ ଅନ୍ୟ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଫଳରେ ପ୍ରଧାନ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଇବାକୁ ସମୟ ପାଉନାହାନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଜିଲା ମଙ୍ଗଳ ଅଧିକାରୀ ସବୁ ଜାଣି ମଧ୍ୟ ଏଠାରେ ଶିକ୍ଷକ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବା ସେମାନେ କହିଛନ୍ତି। ଏବେକାର ପ୍ରଧାନ ଶିକ୍ଷକ ପୂର୍ବରୁ ଏହି ସ୍କୁଲରେ ସହକାରୀ ଶିକ୍ଷକ ଥିଲେ। ତାଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦେବା ବଦଳରେ ଅନ୍ୟ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରକାଶଯୋଗ୍ୟ, ବୁଡ଼ିବାଲି ପଞ୍ଚାୟତରେ ମଙ୍ଗଳ ବିଭାଗ ଅଧୀନ ଏହି ଏକମାତ୍ର ବିଦ୍ୟାଳୟରେ ସମଗ୍ର ପଞ୍ଚାୟତର ଗରିବ ପରିବାରର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀଛାତ୍ର ପଢ଼ୁଛନ୍ତି। ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୩୮୦ ପିଲା ରହି ପଢ଼ୁଛନ୍ତି। ଛାତ୍ରୀ ହଷ୍ଟେଲରେ ଜଣେ ଶିକ୍ଷୟିତ୍ରୀ ରହିବା କଥା। କିନ୍ତୁ ଏଠାରେ ଥିବା ଶିକ୍ଷୟିତ୍ରୀଙ୍କୁ ମଙ୍ଗଳ ଅଧିକାରୀ ଡାଙ୍ଗସୋରଡ଼ା ସରକାରୀ ହାଇସ୍କୁଲକୁ ଡେପୁଟେସନରେ ପଠାଇ ଦେଇଛନ୍ତି। ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛିଦିନ ତଳେ ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କର୍ଲାଘାଟି ସେବାଶ୍ରମ ବିଦ୍ୟାଳୟରେ ପୋକରା ଚାଉଳରୁ ପିଲାଙ୍କୁ ଖାଦ୍ୟ ଦିଆଯାଉଥିବାରୁ କେତେଜଣ ଛାତ୍ର ହଷ୍ଟେଲ ଛାଡ଼ି ଘରକୁ ପଳାଇ ଆସିଥିଲେ। ତେଣୁ ଜିଲାପାଳ ବିଭାଗୀୟ ସ୍କୁଲଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?