ଚନ୍ଦ୍ରପୁର,୨୫।୪(ଡି.ଏନ୍.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ମଙ୍ଗଳ ବିଭାଗ ସେବାଶ୍ରମ ବିଦ୍ୟାଳୟ ପରିସରରେ ନବ ନିର୍ମିତ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ରୂପେ ଚନ୍ଦ୍ରପୁର ବ୍ଲକର ଡବ୍ଲ୍ୟୁଇଓ ଲଓ୍ବୋର ଜେନା, ନିମନ୍ତ୍ରିତ ଅତିଥି ରୂପେ ବୁଡ଼ିବାଲି ସରପଞ୍ଚ ଭୀମ ଗଗେରଙ୍ଗା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶମ୍ଭୁ ଗଗେରଙ୍ଗା, ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାଢ଼ୀଙ୍କ ସମେତ ସ୍କୁଲର ସମସ୍ତ ଛାତ୍ର ଉପସ୍ଥିତ ଥିଲେ। ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ କରିବା ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଅଭିଭାବକ ସ୍ବାଗତ କରିଛନ୍ତି। ତେବେ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ସରପଞ୍ଚ ଭୀମ ଗଗେରଙ୍ଗା ଜିଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ବୁଡ଼ିବାଲି ପଞ୍ଚାୟତରେ ଦୀର୍ଘ ଦିନ ଧରି ବହୁ ଶିକ୍ଷକ ପଦ ଖାଲି ପଡ଼ିଛି। ଜଣେମାତ୍ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ ଏକାଧିକ ଦାୟିତ୍ୱରେ ରହିଛନ୍ତି। ପ୍ରଧାନ ଶିକ୍ଷକ ଦାୟିତ୍ୱ ସହ ହଷ୍ଟେଲ୍ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବ୍ୟତୀତ ସ୍କୁଲରେ ଅନ୍ୟ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଫଳରେ ପ୍ରଧାନ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଇବାକୁ ସମୟ ପାଉନାହାନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଜିଲା ମଙ୍ଗଳ ଅଧିକାରୀ ସବୁ ଜାଣି ମଧ୍ୟ ଏଠାରେ ଶିକ୍ଷକ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବା ସେମାନେ କହିଛନ୍ତି। ଏବେକାର ପ୍ରଧାନ ଶିକ୍ଷକ ପୂର୍ବରୁ ଏହି ସ୍କୁଲରେ ସହକାରୀ ଶିକ୍ଷକ ଥିଲେ। ତାଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦେବା ବଦଳରେ ଅନ୍ୟ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରକାଶଯୋଗ୍ୟ, ବୁଡ଼ିବାଲି ପଞ୍ଚାୟତରେ ମଙ୍ଗଳ ବିଭାଗ ଅଧୀନ ଏହି ଏକମାତ୍ର ବିଦ୍ୟାଳୟରେ ସମଗ୍ର ପଞ୍ଚାୟତର ଗରିବ ପରିବାରର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀଛାତ୍ର ପଢ଼ୁଛନ୍ତି। ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୩୮୦ ପିଲା ରହି ପଢ଼ୁଛନ୍ତି। ଛାତ୍ରୀ ହଷ୍ଟେଲରେ ଜଣେ ଶିକ୍ଷୟିତ୍ରୀ ରହିବା କଥା। କିନ୍ତୁ ଏଠାରେ ଥିବା ଶିକ୍ଷୟିତ୍ରୀଙ୍କୁ ମଙ୍ଗଳ ଅଧିକାରୀ ଡାଙ୍ଗସୋରଡ଼ା ସରକାରୀ ହାଇସ୍କୁଲକୁ ଡେପୁଟେସନରେ ପଠାଇ ଦେଇଛନ୍ତି। ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛିଦିନ ତଳେ ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କର୍ଲାଘାଟି ସେବାଶ୍ରମ ବିଦ୍ୟାଳୟରେ ପୋକରା ଚାଉଳରୁ ପିଲାଙ୍କୁ ଖାଦ୍ୟ ଦିଆଯାଉଥିବାରୁ କେତେଜଣ ଛାତ୍ର ହଷ୍ଟେଲ ଛାଡ଼ି ଘରକୁ ପଳାଇ ଆସିଥିଲେ। ତେଣୁ ଜିଲାପାଳ ବିଭାଗୀୟ ସ୍କୁଲଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ବାରମ୍ବାର ଦାବି ପରେ ବି ଗୁଡ଼ାରିରୁ ରାଜଧାନୀକୁ ଗଡ଼ୁନି ବସ୍
ଗୁଡାରି,୪।୩(ଡି.ଏନ୍.ଏ.) – ରାୟଗଡ଼ା ଜିଲାର ଗୁଡାରି ସହର ୧୯୭୨ରେ ଏନ୍ଏସି ମାନ୍ୟତା ପାଇଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଅନେକ ଶିକ୍ଷିତ ଯୁବତୀଯୁବକ ଅଛନ୍ତି। ଗୁଡ଼ାରି...

ଶୁଣିଲାନି ପ୍ରଶାସନ: ଅସ୍ଥାୟୀ କେନାଲ ଖୋଳିଲେ ଗ୍ରାମବାସୀ
ଟିକିରି,୨୧ା୨(ଡି.ଏନ୍.ଏ.):ପ୍ରଶାସନଠାରୁ ଜନପ୍ରତିନିଧି ପର୍ଯ୍ୟନ୍ତ ବାରମ୍ବାର ଗୁହାରି ସତ୍ତ୍ୱେ କେହି କର୍ଣ୍ଣପାତ କଲେନି। ଶେଷରେ ଗ୍ରାମବାସୀ ଶ୍ରମଦାନ କରି ଅସ୍ଥାୟୀ କେନାଲ ଖୋଳିଛନ୍ତି। ଏହାଦ୍ୱାରା ପ୍ରାୟ ୫୦୦...

ଭାରସାମ୍ୟ ହରାଇ ଓଲଟିଲା ବସ୍: ଜଣେ ମୃତ, ୩୦ ଆହତ
ରାୟଗଡ଼ା ଅଫିସ,୬।୭: ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ...

ହୋଟେଲରେ ଚାଲିଥିଲା ଜୁଆଆଡ୍ଡା: ଚଢ଼ାଉ କରି ୮ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ
ରାୟଗଡ଼ା ଅଫିସ,୨୯। ୧୦-ରାୟଗଡ଼ା ଏସପି ଶର୍ବଣା ବିବେକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ନିଆର ରନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍ କୌଣସି ସୂତ୍ରରୁ ଖବର ପାଇ...

ପରିମଳ ବିପର୍ଯ୍ୟସ୍ତ, ପଡ଼ିରହିଛି ୬ ନୂଆ ଅଳିଆବୁହା ଗାଡ଼ି
ଗୁଣପୁର,୨୪।୩(ଡି. ଏନ.ଏ.): ରାୟଗଡା ଜିଲା ଗୁଣପୁର ପୌର ପରିଷଦରେ ପରିମଳ ସେବା ବିପର୍ଯ୍ୟସ୍ତ ହୋଇପଡିଛି l ସହରରେ ଏବେ ଜନସଂଖ୍ୟା ବଢିବା ସହିତ ଓ୍ବାର୍ଡ ସଂଖ୍ୟା...

ପଟ୍ଟାଙ୍ଗିରେ ବିଜେଡିର ପ୍ରୀତମ ପାଢ଼ୀ ଆଗୁଆ
କୋରାପୁଟ,୨୩ା୫(ସ୍ବ.ପ୍ର.): ପଟ୍ଟାଙ୍ଗି ବିଧାନସଭା ଆସନରେ ୩ଟି ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରୀତମ ପାଢ଼ୀ ପ୍ରଥମ ରାଉଣ୍ଡରେ ୨୦୯୭, ଦ୍ୱିତୀୟ ରାଉଣ୍ଡରେ ୪୫୬୩...

ମାଓବାଦୀ ଗିରଫ: ୪ ବଡ ଧରଣର ହିଂସାକାଣ୍ଡରେ ସମ୍ପୃକ୍ତି
ମାଲକାନଗିରି, ୩।୬(ଡି.ଏନ୍.ଏ./ସ୍ବ.ପ୍ର.) ମାଥିଲି ଥାନା ପୋଲିସ ଓ ବିଏସ୍ଏଫ୍ ରବିବାର ରାତିରେ ଜଣେ ମାଓବାଦୀଙ୍କୁ ଗିରଫ କରିଛି। ସେ ହେଲେ ମାଥିଲି ଥାନା ତୁଳସୀ ପାହାଡ...

ଜୀବନ ପଛ କିଣାବିକା ଆଗ: ରାୟଗଡ଼ାରେ ଲକ୍ଡାଉନ୍ କଟକଣା ଉଲ୍ଲଂଘନ, ଡ୍ରେସ୍ ଦୋକାନରେ ଜମୁଛି ଭିଡ
ରାୟଗଡା ଅଫିସ, ୧୮।୪- କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ଆଗାମୀ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣାକୁ ବଢ଼ାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି...