Posted inଜାତୀୟ

ଶୁକ୍ରାବାରରୁ ଆରମ୍ଭ ହେବ ଦିଲ୍ଲୀ ବଜେଟ ଅଧିବେଶନ: ଉପସ୍ଥାପନ କରିବେ ନୂତନ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରରୁ ଆରମ୍ଭ ହେବାକୁ ଯାଉଛି। ବଜେଟ ଅଧିବେଶନର ପ୍ରଥମ ଦିନରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ନିଜର ଅଭିଭାଷଣ ରଖିବେ। ଏହାପରେ ମଙ୍ଗଳବାର ଅର୍ଥାତ୍‌ ମାର୍ଚ୍ଚ ୨୧ରେ ବଜେଟ ଉପସ୍ଥାପନ କରାଯିବ ବୋଲି ସୂଚନା ରହିଛି।ଏହା ଦିଲ୍ଲୀର ଅରବିନ୍ଦ କେଜ୍‌ରିିୱାଲ ସରକାରଙ୍କ ପ୍ରଥମ ବଜେଟ ହେବ ଯେଉଁଥିରେ ମନୀଷ ସିସୋଡିଆ ଉପସ୍ଥାପନ କରିବେ ନାହିଁ। ସୂଚନା ମୁତାବକ, ସିସୋଡିଆ ଗିରଫ ହେବା ପରେ ଏବଂ ତାଙ୍କ ଇସ୍ତଫା ପରେ କୈଳାଶ ଗେହଲୋଟଙ୍କୁ ଅର୍ଥମନ୍ତ୍ରୀ କରାଯାଇଛି। ଏଭଳି ପରିସ୍ଥିତିରେ କୈଳାଶ ଗେହଲୋଟ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିବେ। ଏହି ବଜେଟ ଅଧିବେଶନ ସକାଳ ୧୧ଟାରୁ ଆରମ୍ଭ ହେବ। ବଜେଟ ଅଧିବେଶନ ଉପରାଜ୍ୟପାଳ ସାକ୍ସେନାଙ୍କ ଭାଷଣରୁ ଆରମ୍ଭ ହେବ। କିନ୍ତୁ କେଜ୍‌ରିିୱାଲ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ଗତ କିଛି ସମୟରୁ ବିବାଦ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟପଟେ ଦୁର୍ନୀତି ମାମଲାରେ କେଜ୍‌ରିିୱାଲ ସରକାରରେ ମନ୍ତ୍ରୀ ଥିବା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନ ଗିରଫ ହେବା ପରଠାରୁ ଭାଜପା ଆମ ଆଦମୀ ପାର୍ଟି (ଏଏପି)କୁ ଟାର୍ଗେଟ କରିଆସୁଛି। ଫଳରେ ଭାଜପା ମଧ୍ୟ ଏହି ବଜେଟ ଅଧିବେଶନରେ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରିଛି। ଏଥିସହ ଭାଜପା ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ବଜେଟ ଅଧିବେଶନର ଦିନକୁ ବୃଦ୍ଧି କରିବାକୁ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ଭାରତ ପାଇଁ ଗୁରୁତ୍ୱପୁର୍ଣ୍ଣ ମେ’ ମାସ

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସର ସଂକ୍ରମଣ ଏପର୍ଯ୍ୟନ୍ତ ଦେଶରେ କମ୍‌ ହୋଇନାହିଁ। ଏପଟେ କିନ୍ତୁ ଆଉ ମାତ୍ର ୩ ଦିନ ପରେ ସରିବ ଲକ୍‌ଡାଉନ ଅବଧି। ଏପଟେ...

୫ ଦିନରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୫ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦...

କେମିକାଲ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍‌: ୧୧ ମୃତ

ବିଶାଖାପାଟଣା/ନୂଆଦିଲ୍ଲୀ,୮।୫(ପି.ଟି.): ବିଶାଖାପାଟଣାର ଏକ କେମିକାଲ୍‌ ପ୍ଲାଣ୍ଟରୁ ଷ୍ଟାଇରିନ୍‌ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ...

ବର୍ଷକୁ ୨.୫ ଇଞ୍ଚ ଦବୁଛି ଜୋଷୀମଠ

ନୂଆଦିଲ୍ଲୀ,୧୧ା୧: ଜୋଷୀମଠ ଓ ଏହାର ଆଖପାଖ ଅଞ୍ଚଳର ଭୂମି ପ୍ରତି ବର୍ଷ ୬.୫ ସେଣ୍ଟିମିଟର ବା ୨.୫ ଇଞ୍ଚ ଦବୁଥିବା ବିଶେଷଜ୍ଞମାନେ କହିଛନ୍ତି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌...

ମୋଦି, ଶାହା ରାଜି ହୋଇଥିଲେ…

ମୁମ୍ବାଇ,୨ା୭: ଶିବସେନା ବିଦ୍ରୋହୀଙ୍କ ଦ୍ୱାରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହୋଇଥିବା ଉଦ୍ଧବ ଠାକ୍‌ରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଆୟୋଜିତ...

ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ଭାରତରେ ଏଭଳି ବହୁ ମନ୍ଦିର ରହିଛି, ଯାହା ନିଜ ସ୍ବତନ୍ତ୍ରତା ପାଇଁ ପରିଚିତ। ଏଭଳି ଏକ ନିଆରା ମନ୍ଦିର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରତଲାମ ସହରର...

ଚାଇନା ହାତରେ ଖେଳୁଛି ଆମେରିକା

ନୂଆଦିଲ୍ଲୀ, ୭ା୬: ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ। ଚାଇନାର ଉହାନ୍‌ ସହରରୁ ବ୍ୟାପି ସାରା ବିଶ୍ୱକୁ ଏହି ଭୂତାଣୁ ଥରହର କରିପକାଇଛି। ଆମେରିକା...

ବିଚାର ବିଭାଗୀୟ ହାଜତରେ କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ଦିଲ୍ଲୀର ଏକ କୋର୍ଟ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି।...

Advertisement
Archives

Model This Week