Posted inଜାତୀୟ

ପୋଲାଭରମ୍‌: କେନ୍ଦ୍ରକୁ ୧୨ ହଜାର କୋଟି ମାଗିଲେ ଚନ୍ଦ୍ରବାବୁ

ଅମରାବତି,୨୨ା୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ପୋଲାଭରମ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ୧୨ ହଜାର କୋଟି ଟଙ୍କା ମାଗିଛନ୍ତି। ମଙ୍ଗଳବାର ସଂସଦରେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଚନ୍ଦ୍ରବାବୁ ଏଭଳି ଦାବି କରି ଚାଲାକି ଦେଖାଇଥିବା କୁହାଯାଉଛି।

କେନ୍ଦ୍ରର ବଜେଟ ଅଧିବେଶନ ପୂର୍ବରୁ ଶନିବାର ଅମରାବତିରେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସଂସଦୀୟ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ଉକ୍ତ ବୈଠକରେ ଦଳୀୟ ଏମ୍‌ପିମାନଙ୍କୁ କେନ୍ଦ୍ର ନିକଟରେ ରାଜ୍ୟର ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉଠାଇବା ପାଇଁ ପରାମର୍ଶ ଦେଇଛନ୍ତି। ଚନ୍ଦ୍ରବାବୁ କହିଛନ୍ତି, ସମସ୍ତ ଏମ୍‌ପି ରାଜ୍ୟର ସ୍ବାର୍ଥକୁ ଗୁରୁତ୍ୱ ଦେବା ଉଚିତ। ସେମାନେ କେନ୍ଦ୍ରମନ୍ତ୍ରୀମାନଙ୍କ ନିକଟରେ ଆନ୍ଧ୍ରର ବିଭିନ୍ନ ପ୍ରସଙ୍ଗ ଉଠାନ୍ତୁ। ପ୍ରକଳ୍ପଗୁଡ଼ିକ ପାଇଁ ଆବଶ୍ୟକ ପାଣ୍ଠି ପ୍ରଦାନ ଲାଗି ଦାବି କରନ୍ତୁ। ଦରକାର ପଡ଼ିଲେ ରାଜ୍ୟର ମନ୍ତ୍ରୀମାନଙ୍କୁ ମଧ୍ୟ ସାଙ୍ଗରେ ନିଅନ୍ତୁ ବୋଲି ଚନ୍ଦ୍ରବାବୁ କହିଛନ୍ତି। ଲୋକ ସଭାରେ ଟିଡିପିର ୧୬ ଏମ୍‌ପି ରହିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ନ ପାଇ ଏହି ଏମ୍‌ପିମାନଙ୍କ ସମର୍ଥନରେ ସରକାର ଗଢ଼ିଥିବାରୁ ଚନ୍ଦ୍ରବାବୁଙ୍କ ଏଭଳି ପରାମର୍ଶ ବିଶେଷ ଗୁରୁତ୍ୱ ବହନ କରେ।

ମିଳିଥିବା ସୂଚନାନୁସାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ଗୋଦାବରୀ ନଦୀ ଉପରେ ନିର୍ମାଣାଧୀନ ପୋଲାଭରମ୍‌ ଓ ଅମରାବତି ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଇଛନ୍ତି। ପୋଲାଭରମ୍‌ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ୧୨,୧୫୭ କୋଟି ଟଙ୍କା ଆବଶ୍ୟକ। ତେଣୁ କେନ୍ଦ୍ରଠାରୁ ସେ ଏହି ଅର୍ଥ ଆଶା କରିଛନ୍ତି। ସେହିପରି ଗତ ୫ ବର୍ଷରେ ପ୍ରକଳ୍ପ ନିର୍ମାଣବେଳେ ଦେଖାଦେଇଥିବା ଢାଞ୍ଚାଗତ ତ୍ରୁଟିଗୁଡ଼ିକର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କୁ ଆଣି ପରିଦର୍ଶନ କରାନ୍ତୁ ବୋଲି ମଧ୍ୟ ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଛି।

ଲୋକ ସଭାରେ ଜେଡିୟୁର ୧୨ ସଦସ୍ୟ ଥିବାରୁ ତାଙ୍କ ଦାବିକୁ ମଧ୍ୟ କେନ୍ଦ୍ର ଅଣଦେଖା କରିପାରିବ ନାହିଁ। ଯଦି ଅଣଦେଖା କରେ ତେବେ ଚନ୍ଦ୍ରବାବୁ ଓ ନୀତୀଶ ସମର୍ଥନ ପ୍ରତ୍ୟାହାର କଲେ କେନ୍ଦ୍ରର ଏନ୍‌ଡିଏ ସରକାର ଭାଙ୍ଗିଯିବ। ଏହି ଜଟିଳ ସ୍ଥିତିକୁ ଦେଖି ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ‘ଏ ସରକାର ବର୍ଷେ ଚାଲିବ ନାହିଁ, ଭାଙ୍ଗିଯିବ’ ବୋଲି ବାରମ୍ବାର ଦୋହରାଉଛନ୍ତି। ଏଭଳି ସ୍ଥିତିରେ ସହଯୋଗୀ ଦଳଗୁଡ଼ିକୁ ଧରି ସରକାର ଚଳାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। କାରଣ ବିନା ସଂଖ୍ୟାଗରିଷ୍ଠତାରେ ସରକାର ଚଳାଇବା ଅନୁଭବ ମୋଦିଙ୍କର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?