Posted inଜାତୀୟ

ଭାରତର ଭବିଷ୍ୟତ ଗଠନ ପାଇଁ ବଜେଟ୍‌ରେ କୌଣସି ରୋଡମ୍ୟାପ୍‌ ନାହିଁ: ରାହୁଲ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ବଜେଟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ବଜେଟକୁ ‘ମିତ୍ର କାଳ’(ବନ୍ଧୁତ୍ୱପୂର୍ଣ୍ଣ ବଜେଟ)ର ବଜେଟ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି, ବନ୍ଧୁତ୍ୱପୂର୍ଣ୍ଣ ବଜେଟ – ଚାକିରି ସୃଷ୍ଟି କରିବାର କୌଣସି ଲକ୍ଷ୍ୟ ନାହିଁ, ମୁଦ୍ରାସ୍ଫୀତିର ମୁକାବିଲା ପାଇଁ କୌଣସି ଯୋଜନା ନାହିଁ, ଅସମାନତାକୁ ଦୂର କରିବା ପାଇଁ କୌଣସି ଉଦ୍ଦେଶ୍ୟ ନାହିଁ।
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ୧% ଧନୀ ୪୦% ସମ୍ପତ୍ତିର ମାଲିକ, ୫୦% ଗରିବ ଲୋକ ୬୪% ଜିଏସ୍‌ଟି ଦେବେ, ୪୨% ଯୁବକ ବେରୋଜଗାର ଅଛନ୍ତି, ତଥାପି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉନାହାଁନ୍ତି। ଏହି ବଜେଟ ପ୍ରମାଣିତ କରେ ଯେ, ଭାରତର ଭବିଷ୍ୟତ ଗଠନ ପାଇଁ ସରକାରଙ୍କର କୌଣସି ରୋଡମ୍ୟାପ୍‌ ନାହିଁ।
ବଜେଟକୁ ସମାଲୋଚନା କରୁଥିବା ବେଳେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍‌ କରି କହିଛନ୍ତି, ଗତ ବର୍ଷର ବଜେଟରେ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ମନରେଗା ଏବଂ ଅନୁସୂଚିତ ଜାତି ପାଇଁ କଲ୍ୟାଣ ସହ ଜଡିତ ଆବଣ୍ଟନ ପାଇଁ ପ୍ରଶଂସା ଲାଭ କରିଥିଲା। ଆଜି ତାର ବାସ୍ତବତା ସମସ୍ତେ ଜାଣନ୍ତି। ପ୍ରକୃତ ଖର୍ଚ୍ଚ ବଜେଟ ଠାରୁ ବହୁତ କମ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ: ରାହୁଲ…

ନୂଆଦିଲ୍ଲୀ,୨୫।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାର ସଦସ୍ୟ ଭାବରେ ଅଯୋଗ୍ୟ ହେବା ପରେ ଶନିବାର ଅପରାହ୍ନ ଗୋଟାଏରେ ଦଳ ମୁଖ୍ୟାଳୟରେ ଏକ ଗଣମାଧ୍ୟମ...

ଜୁନ ୧ଯାଏ ବଢ଼ିଲା ଲକ୍‌ଡାଉନ

ପାଟନା,୨୪।୫: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।...

କରୋନା ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ରାଜସ୍ଥାନରେ ଚିହ୍ନଟ ହେଲେ ୭ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଜୟପୁର,୨୦।୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଦେଇଛି। ଦେଶର ଅନେକ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

ଇଲୋକ୍ଟ୍ରନିକ୍ସ୍‌ ମିଡ଼ିଆ ଉପରେ ସରକାରଙ୍କର କାହିଁକି ନାହିଁ ନିୟନ୍ତ୍ରଣ: ପ୍ରଶ୍ନ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ, ୧୦।୯: ଇଲୋକ୍ଟ୍ରିନିକ୍ସ୍‌ ମିଡ଼ିଆ ଏବଂ ଟେଲିଭିଜନ ଉପରେ କାହିଁକି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ବମ୍ବେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ବଲିଉଡ୍‌ ଅଭିନେତା...

ଏହି ସର୍ତ୍ତରେ ଭାଜପାକୁ ସମର୍ଥନ କରିବେ ମାୟାବତୀ

ଲକ୍ଷ୍ନୌ,୬।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା ବେଳେ ବହୁଜନ ସମାଜ...

କରୋନା ଭାଇରସ ନୂଆ ଷ୍ଟ୍ରେନ୍ ପୀଡ଼ିତଙ୍କ ସଂଖ୍ୟା ୮୨କୁ ବୃ୍‌ଦ୍ଧି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୮ ।୧:କରୋନା ଭାଇରସର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ନ ଥିବା ବେଳେ ବ୍ରିଟେନରୁ ଆସିଥିବା ନୂଆ ଷ୍ଟ୍ରେନରେ ପାଖାପାଖି ୮୨ ଜଣ ସଂକ୍ରମିତ ହୋଇଥିବା...

ଭାଜପା ନେତାଙ୍କ ବିବାଦୀୟ ବୟାନ: କରୋନା ସଂକ୍ରମିତ ହୋଇ ମମତାଙ୍କୁ କରିବେ ଆଲିଙ୍ଗନ

କୋଲକାତା,୨୮ ।୯: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ସେଠାରେ ବିଭିନ୍ନ ରାଜନୈତିକ ଦଳ ସଜବାଜ ହେବା ଦେଖାଗଲାଣି...

ରଖେ ହରି ମାରେ କିଏ…

ମୁମ୍ବାଇ,୧୮।୫: ବାତ୍ୟା ତାଉକ୍‌ତାଏ ମହାରାଷ୍ଟ୍ର ଓ ଗୁଜରାଟରେ ତାଣ୍ଡବ ରଚିଛି। ଦୁଇ ରାଜ୍ୟରେ ବହୁ ମାତ୍ରାରେ ବାତ୍ୟା କ୍ଷୟକ୍ଷତି ଘଟାଇଥିବା ବେଳେ ଅନେକଙ୍କ ଜୀବନ ହାନି...

Advertisement
Archives

Model This Week