ବଜେଟ ଘୋଷଣା ଅଧିକ, ଖର୍ଚ୍ଚ କମ୍‌

ବଲାଙ୍ଗୀର ଅଫିସ,୧୦ା୨: ବହୁପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ସମଗ୍ର ଦେଶର ଏକ ବିଳମ୍ବିତ ପ୍ରକଳ୍ପ ଭାବେ ପରିଗଣିତ। ସରକାରୀ ଅବହେଳାର ଏହା ଏକ ଚରମ ନମୂନା। ତେବେ ସରକାରୀ ଅବହେଳା ଏଯାଏ ବନ୍ଦ ହୋଇନାହିଁ। ବରଂ ଏବେ ଏକ ନୂଆ ରୂପରେ ଲୋକଙ୍କୁ ବୋକା ବନାଯାଉଛି। ବଜେଟରେ ଅଧିକ ପରିମାଣର ବ୍ୟୟବରାଦ ଅର୍ଥ ଘୋଷଣା କରିଦେଇ ଢ଼େର କମ୍‌ ପରିବାରର ଖର୍ଚ୍ଚ କରି ଲୋକଙ୍କୁ ଚୁପ୍‌ କରାଇବାର ନୂଆ କୌଶଳ ଅବଲମ୍ବନ କରାଯାଉଛି।
ଚଳିତ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ପାଇଁ ରେକର୍ଡ ପରିମାଣ ଅର୍ଥ ୧୫୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ା ୨୦୨୨-୨୩ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ୧୦୦୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। କେନ୍ଦ୍ର ସରକାର ଏହି ଅବହେଳିତ ପ୍ରକଳ୍ପ ପାଇଁ ପ୍ରଚୁର ଟଙ୍କା ବଜେଟ ବ୍ୟୟରେ ଘୋଷଣା କରୁଥିବାବେଳେ ଖର୍ଚ୍ଚ କିନ୍ତୁ କୃପଣ ଭଳି କରୁଛନ୍ତି। ପ୍ରମାଣିତ ତଥ୍ୟ ସହ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପଣ୍ଡା କହିଛନ୍ତି ଯେ, ବଜେଟ ବ୍ୟୟ ଘୋଷଣା ପରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥକୁ ସଂଯୋଗ କରୁଥିବା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଉଥିଲା। ମାତ୍ର ଏହି ରେଳପଥ ନିର୍ମାଣ ପାଇଁ କରାଯାଉଥିବା ବାର୍ଷିକ ଖର୍ଚ୍ଚର ପରିମାଣକୁ ଦେଖିଲେ ଏହା ନିରାଶାଜନକ ବୋଲି ପ୍ରତୀୟମାନ ହୋଇଛି। ବଜେଟରେ ଘୋଷଣା କରାଯାଉଥିବା ଅର୍ଥକୁ ପ୍ରକଳ୍ପରେ ବିନିଯୋଗ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତି ବିଷୟରେ ଅଜ୍ଞ ରହି ଅନ୍ଧ ଭାବରେ କେବଳ ବ୍ୟୟ ଘୋଷଣା କରିବା ଦ୍ୱାରା ଏଭଳି ସ୍ଥିତି ଉପୁଜିଛି ବୋଲି ପଣ୍ଡା କହିଛନ୍ତି।
ସୂଚନା ଅଧିକାର ଆଇନ ବଳରେ ପୂର୍ବତଟ ରେଳ କାର୍ଯ୍ୟାଳୟରୁ ପଣ୍ଡାଙ୍କୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ବଜେଟ ବ୍ୟୟ ଥିଲା ୮୯୧ କୋଟି ୧୧ ଲକ୍ଷ ଟଙ୍କା । କିନ୍ତୁ ଖର୍ଚ୍ଚ ହୋଇଛି ମାତ୍ର ୨୮୭ କୋଟି ୩୬ ଲକ୍ଷ ଟଙ୍କା। ଯାହାକି ଘୋଷିତ ଅର୍ଥର ମାତ୍ର ୩୨ ପ୍ରତିଶତ। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଘୋଷଣା କରାଯାଇଥିବା ୧ ହଜାର କୋଟି ୫୦ ଲକ୍ଷ ଟଙ୍କାରୁ ଖର୍ଚ୍ଚ କରାଯାଇଛି ମାତ୍ର ୩୭୧ କୋଟି ୮୪ ଲକ୍ଷ ଟଙ୍କା। ଘୋଷିତ ମୂଲ୍ୟର ଏହା ମାତ୍ର ୩୫ ପ୍ରତିଶତ। ବିଗତ ୧୨ ବର୍ଷର ବଜେଟ ଘୋଷଣା ଓ ଖର୍ଚ୍ଚ ସମ୍ପର୍କିତ ତଥ୍ୟକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଛି ଯେ, ବିଗତ ଦଶନ୍ଧିର ବଜେଟରେ ଘୋଷଣା କରାଯାଇଥିବା ଅର୍ଥରାଶିର ଅର୍ଦ୍ଧେକ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଇନାହିଁ। ବିଗତ ବଜେଟ ମାନଙ୍କରେ ଘୋଷଣା କରିଛନ୍ତି ଯେତିକି ତାଠୁ ଫେରିଛି ଅଧିକ। ଗତ ୨୦୧୧-୧୨ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମୁଦାୟ ୧୨ ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ ବଲାଙ୍ଗୀର ପ୍ରକଳ୍ପ ପାଇଁ ୪୬୯୨ କୋଟି ଟଙ୍କା ବଜେଟ ଘୋଷଣା କରାଯାଇଥିବା ବେଳେ ଖର୍ଚ୍ଚ କରାଯାଇଛି ମାତ୍ର ୨୦୦୩ କୋଟି ୨୬ ଲକ୍ଷ ଟଙ୍କା। ଘୋଷଣା କରାଯାଇଥିବା ବିପୁଳ ଅର୍ଥରାଶି ପରିମାଣର ଅଧା ମଧ୍ୟ ଖର୍ଚ୍ଚ କରାଯାଇନାହିଁ। ପ୍ରକଳ୍ପ କେବେ ସରିବ ଏହାର ସମୟ ସୀମା ବର୍ତ୍ତମାନ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ଏହି ପ୍ରକଳ୍ପ ୨୦୦୦ ମସିହାରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଥମେ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୨୨ ବର୍ଷ ପରେ ମଧ୍ୟ ଏହାକୁ ଶେଷ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା କରାଯାଇ ପାରିନାହିଁ। ଜଙ୍ଗଲ ପରିବେଶ ଷ୍ଟେଜ ୧ ଅନୁମତି ପରେ ସାଢେ ତିନିବର୍ଷ ସମୟ ସୀମା ୧୧୨ କିମିରୁ ୧୮୦ କିମି ପାଇଁ ସ୍ଥିର କରାଯାଇଥିବା ଜଣା ପଡିଛି ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri