ବଜେଟ ଘୋଷଣା ଅଧିକ, ଖର୍ଚ୍ଚ କମ୍‌

ବଲାଙ୍ଗୀର ଅଫିସ,୧୦ା୨: ବହୁପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ସମଗ୍ର ଦେଶର ଏକ ବିଳମ୍ବିତ ପ୍ରକଳ୍ପ ଭାବେ ପରିଗଣିତ। ସରକାରୀ ଅବହେଳାର ଏହା ଏକ ଚରମ ନମୂନା। ତେବେ ସରକାରୀ ଅବହେଳା ଏଯାଏ ବନ୍ଦ ହୋଇନାହିଁ। ବରଂ ଏବେ ଏକ ନୂଆ ରୂପରେ ଲୋକଙ୍କୁ ବୋକା ବନାଯାଉଛି। ବଜେଟରେ ଅଧିକ ପରିମାଣର ବ୍ୟୟବରାଦ ଅର୍ଥ ଘୋଷଣା କରିଦେଇ ଢ଼େର କମ୍‌ ପରିବାରର ଖର୍ଚ୍ଚ କରି ଲୋକଙ୍କୁ ଚୁପ୍‌ କରାଇବାର ନୂଆ କୌଶଳ ଅବଲମ୍ବନ କରାଯାଉଛି।
ଚଳିତ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ପାଇଁ ରେକର୍ଡ ପରିମାଣ ଅର୍ଥ ୧୫୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ା ୨୦୨୨-୨୩ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ୧୦୦୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। କେନ୍ଦ୍ର ସରକାର ଏହି ଅବହେଳିତ ପ୍ରକଳ୍ପ ପାଇଁ ପ୍ରଚୁର ଟଙ୍କା ବଜେଟ ବ୍ୟୟରେ ଘୋଷଣା କରୁଥିବାବେଳେ ଖର୍ଚ୍ଚ କିନ୍ତୁ କୃପଣ ଭଳି କରୁଛନ୍ତି। ପ୍ରମାଣିତ ତଥ୍ୟ ସହ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପଣ୍ଡା କହିଛନ୍ତି ଯେ, ବଜେଟ ବ୍ୟୟ ଘୋଷଣା ପରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥକୁ ସଂଯୋଗ କରୁଥିବା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଉଥିଲା। ମାତ୍ର ଏହି ରେଳପଥ ନିର୍ମାଣ ପାଇଁ କରାଯାଉଥିବା ବାର୍ଷିକ ଖର୍ଚ୍ଚର ପରିମାଣକୁ ଦେଖିଲେ ଏହା ନିରାଶାଜନକ ବୋଲି ପ୍ରତୀୟମାନ ହୋଇଛି। ବଜେଟରେ ଘୋଷଣା କରାଯାଉଥିବା ଅର୍ଥକୁ ପ୍ରକଳ୍ପରେ ବିନିଯୋଗ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତି ବିଷୟରେ ଅଜ୍ଞ ରହି ଅନ୍ଧ ଭାବରେ କେବଳ ବ୍ୟୟ ଘୋଷଣା କରିବା ଦ୍ୱାରା ଏଭଳି ସ୍ଥିତି ଉପୁଜିଛି ବୋଲି ପଣ୍ଡା କହିଛନ୍ତି।
ସୂଚନା ଅଧିକାର ଆଇନ ବଳରେ ପୂର୍ବତଟ ରେଳ କାର୍ଯ୍ୟାଳୟରୁ ପଣ୍ଡାଙ୍କୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ବଜେଟ ବ୍ୟୟ ଥିଲା ୮୯୧ କୋଟି ୧୧ ଲକ୍ଷ ଟଙ୍କା । କିନ୍ତୁ ଖର୍ଚ୍ଚ ହୋଇଛି ମାତ୍ର ୨୮୭ କୋଟି ୩୬ ଲକ୍ଷ ଟଙ୍କା। ଯାହାକି ଘୋଷିତ ଅର୍ଥର ମାତ୍ର ୩୨ ପ୍ରତିଶତ। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଘୋଷଣା କରାଯାଇଥିବା ୧ ହଜାର କୋଟି ୫୦ ଲକ୍ଷ ଟଙ୍କାରୁ ଖର୍ଚ୍ଚ କରାଯାଇଛି ମାତ୍ର ୩୭୧ କୋଟି ୮୪ ଲକ୍ଷ ଟଙ୍କା। ଘୋଷିତ ମୂଲ୍ୟର ଏହା ମାତ୍ର ୩୫ ପ୍ରତିଶତ। ବିଗତ ୧୨ ବର୍ଷର ବଜେଟ ଘୋଷଣା ଓ ଖର୍ଚ୍ଚ ସମ୍ପର୍କିତ ତଥ୍ୟକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଛି ଯେ, ବିଗତ ଦଶନ୍ଧିର ବଜେଟରେ ଘୋଷଣା କରାଯାଇଥିବା ଅର୍ଥରାଶିର ଅର୍ଦ୍ଧେକ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଇନାହିଁ। ବିଗତ ବଜେଟ ମାନଙ୍କରେ ଘୋଷଣା କରିଛନ୍ତି ଯେତିକି ତାଠୁ ଫେରିଛି ଅଧିକ। ଗତ ୨୦୧୧-୧୨ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମୁଦାୟ ୧୨ ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ ବଲାଙ୍ଗୀର ପ୍ରକଳ୍ପ ପାଇଁ ୪୬୯୨ କୋଟି ଟଙ୍କା ବଜେଟ ଘୋଷଣା କରାଯାଇଥିବା ବେଳେ ଖର୍ଚ୍ଚ କରାଯାଇଛି ମାତ୍ର ୨୦୦୩ କୋଟି ୨୬ ଲକ୍ଷ ଟଙ୍କା। ଘୋଷଣା କରାଯାଇଥିବା ବିପୁଳ ଅର୍ଥରାଶି ପରିମାଣର ଅଧା ମଧ୍ୟ ଖର୍ଚ୍ଚ କରାଯାଇନାହିଁ। ପ୍ରକଳ୍ପ କେବେ ସରିବ ଏହାର ସମୟ ସୀମା ବର୍ତ୍ତମାନ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ଏହି ପ୍ରକଳ୍ପ ୨୦୦୦ ମସିହାରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଥମେ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୨୨ ବର୍ଷ ପରେ ମଧ୍ୟ ଏହାକୁ ଶେଷ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା କରାଯାଇ ପାରିନାହିଁ। ଜଙ୍ଗଲ ପରିବେଶ ଷ୍ଟେଜ ୧ ଅନୁମତି ପରେ ସାଢେ ତିନିବର୍ଷ ସମୟ ସୀମା ୧୧୨ କିମିରୁ ୧୮୦ କିମି ପାଇଁ ସ୍ଥିର କରାଯାଇଥିବା ଜଣା ପଡିଛି ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?