ବଜେଟ୍‌ ୨୦୨୪: ପଡୋଶୀକୁ ସବୁ ଦେଲେ, ଓଡ଼ିଶା ଭାଗକୁ ନାହିଁ!

ଭୁବନେଶ୍ୱର,୨୩।୭: ମୋଦି ସରକାର ତୃତୀୟ ପାଳି ପୂର୍ଣ୍ଣାଙ୍ଗ ବଜେଟ୍‌ର ସିଂହ ଭାଗ ବିହାର ଓ ଆନ୍ଧ୍ର ପ୍ରଦେଶକୁ ଓଜାଡି ଦେଇଛନ୍ତି। ଏହି ଦୁଇ ରାଜ୍ୟରେ ସ୍ବତନ୍ତ୍ର ପ୍ୟାକେଜ ସହ ଏକାଧିକ ବିକାଶ କାର୍ଯ୍ୟ ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ବଜେଟ ୨୦୨୪-୨୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଟଙ୍କା ବର୍ଷା କରିଛନ୍ତି। ଏହି ଦୁଇ ରାଜ୍ୟରେ ଭାଜପାର ମେଣ୍ଟ ସରକାର ରହିଛି। କାଳେ ଏମାନେ ବିଦ୍ରୋହ କରି ବିରୋଧୀଙ୍କୁ ବଳ ଦେବେ ତେଣୁ ଦୁଇ ଗେହ୍ଲାପୁଅଙ୍କୁ ଭାଗବାଣ୍ଟି ବଜେଟ୍‌ର ସିଂହଭାଗ ବାଣ୍ଟି ଦେଇଛନ୍ତି।

ଦଳର ୧୬ ଓ ୧୨ ଏମପି ନିଜ ହାତରେ ରଖିବା ପାଇଁ ମୋଦି ସରକାର ତୁଷ୍ଟିକରଣ ଉପାୟରେ ଏହି ଦୁଇ ରାଜ୍ୟକୁ ଅଗ୍ରାଧିକାର ଦେଇଛନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ଓଡ଼ିଶାରେ ଭାଜପାର ଏକଚାଟିଆ ଭାବେ ସରକାର ଗଠନ କରିଥିଲେ ବି ରାଜ୍ୟ ପାଇଁ ସେ ଭଳି କିଛି ଆଖିଦୃଶିଆ ଘୋଷଣା କରାଯାଇ ନାହିଁ ବୋଲି ଚର୍ଚ୍ଚା ହେଉଛି।
ବଜେଟ ଉପସ୍ଥାପନବେଳେ ସୀତା ରମଣ ଆନ୍ଧ୍ର ଓ ବିହାର ପାଇଁ ଏକାଧିକ ଆର୍ଥିକ ସହାୟତା ଓ ବିକାଶମୂଳକ ପ୍ରୋଜେକ୍ଟ ଘୋଷଣା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଆନ୍ଧ୍ର ପ୍ରଦେଶର ବିକାଶ ପାଇଁ ୧୫ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି। କେବଳ ସେତିକି ନୁହେଁ ଆଗାମୀ ବର୍ଷରେ ଆହୁରି ଅର୍ଥ ମଞ୍ଜୁରି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆନ୍ଧ୍ରପ୍ରଦେଶ ପୁନପୁର୍ଗଠନ ଆଇନ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁୁତ୍ୱାରୋପ କରି ଏହି ରାଶି ଆବଣ୍ଟିତ କରାଯାଇଛି ବୋଲି ସୀତା ରମଣ କହିଛନ୍ତି। ପୋଲାଭରମ ପ୍ରୋଜେକ୍ଟ ଓ ରାଜ୍ୟର ପଛୁଆ ଅଞ୍ଚଳର ବିକାଶ ପାଇଁ ଅନୁଦାନ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସେହିପରି ବିହାର ପାଇଁ ନୂଆ ବିମାନବନ୍ଦର, ମେଡିକାଲ କଲେଜ, କ୍ରୀଡ଼ା ଭିତ୍ତିଭୂମି ଆଦିର ଗଠନ ହେବ। ଏଥିସହ, ବିହାରର ପାଟନା -ପୂର୍ର୍ଣ୍ଣିିୟା , ବକ୍ସର-ଭାଗଲପୁର, ଇତ୍ୟାଦି ଏକ୍ସପ୍ରେସୱେ ସମେତ ବିହାରର ନ୍ୟାଶନାଲ ହାଇୱେ ପାଇଁ ୨୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେହିପରି ଗୟା ପାଇଁ ୨,୪୦୦ ମେଗା ୱାଟର ପାୱାର ପ୍ଲାଣ୍ଟ ଓ ଇଣ୍ଡଷ୍ଟ୍ରିଆଲ କରିଡର ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ବଜେଟରେ ବିହାର ଓ ଆନ୍ଧ୍ର ପାଇଁ ଅର୍ଥ ବର୍ଷା ହୋଇଥିବାବେଳେ ଓଡ଼ିଶା ପାଇଁ ହାତଜାକି ଦେଇଛନ୍ତି ସରକାର। ଅର୍ଥମନ୍ତ୍ରୀ କହିଛନ୍ତି ପୂର୍ବୋଦୟ ବିକାଶକୁ ଗୁରୁତ୍ୱ ଦିଆଯାଇଛି।ଏହି ଯୋଜନାରେ ବିହାର, ଆନ୍ଧ୍ର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରହିଛି। ହେଲେ ବିହାର ଓ ଆନ୍ଧ୍ର ପାଇଁ ଯେପରି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ସେପରି କିଛି ଓଡ଼ିଶା ପାଇଁ ନାହିଁ। ଆଉ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଅନେକ ଦିନ ଧରି ଦାବି କରାଯାଉଥିଲେ ମଧ୍ୟ ଏଥିରେ କୌଣସି ଲାଭ ମିଳିନାହିଁ। ଯେଉଁ କାରଣରୁ ରାଜ୍ୟ ସଭାରେ ଆଜି କକ୍ଷତ୍ୟାଗ କରିଛି ବିଜେଡି। ଏମପି ସସ୍ମିତ ପାତ୍ର କହିଛନ୍ତି, ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ମିଳିଥିବା ବେଳେ ଓଡ଼ିଶାକୁ ବିଚାରକୁ ନିଆଯାଇନି। ଓଡ଼ିଶାରୁ ୨୧ରୁ ୨୦ ଏମପି ଜିତିଛି ଭାଜପା। ହେଲେ ୨୧ରୁ ୨୦ ଏମପି ଜିତିବା ଓଡ଼ିଶା ପାଇଁ ଦଣ୍ଡ ସଦୃଶ୍ୟ। ଭାଜପା ମେଣ୍ଟ ଥିବା ଦୁଇ ରାଜ୍ୟକୁ ପୁରସ୍କାର ମିଳିଛି । ହେଲେ ଓଡ଼ିଶାକୁ ଦଣ୍ଡ ଦିଆଯାଇଛି।

ସେହିପରି ବଜେଟ୍‌ ଦେଖି ଅସନ୍ତୋଷ ଝାଡିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ । ଭାଜପା ନିଜ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନବେଳେ ଭାଜପା ନେତା ବହୁ ବଡ଼ ବଡ଼ କଥା କହିଥିଲେ। କିନ୍ତୁ କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ କହିଲେ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାର ର୍ନିବାଚନୀ ଇସ୍ତାହାରରେ ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲା, ହେଲେ ତାହା ପୂରଣ କଲାନାହିଁ ।

ଆନ୍ଧ୍ର ଓ ବିହାର ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଲେ। ହେଲେ ପ୍ରତିଶ୍ରୁତି ଦେଇ ବି ଓଡ଼ିଶା କଥା ବିଚାର କଲେନି। ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି। ସ୍ବତନ୍ତ୍ର ଅନୁଦାନ ପାଇଁ ରାଜ୍ୟ ବାରମ୍ବାର ଅନୁରୋଧ କରିଆସୁଛି। ଅନ୍ୟ ରାଜ୍ୟ କଥା ଶୁଣିଲେ, ଓଡ଼ିଶା କଥା ଶୁଣିଲେନି। ରାଜ୍ୟ ସରକାର ବାରମ୍ବାର କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବି କରୁଥିବା ବେଳେ ବଜେଟରେ ଏନେଇ କେନ୍ଦ୍ର ସରକାର କିଛି ସମାଧାନ କରିନାହାଁନ୍ତି । କୋଇଲା ରୟାଲିଟି କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ବ ହରାଉଥିବା କଥା ନବୀନ ପଟ୍ଟନାୟକ କହିଛନ୍ତି

ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ଓଡ଼ିଶା ଏବେ ବି ପଛୁଆ ତଥା ଗରିବ ରାଜ୍ୟ । ହେଲେ କେନ୍ଦ୍ର ପୂର୍ବୋଦୟ ବିକାଶ କହିଥିବା ବେଳେ ଓଡ଼ିଶାକୁ ଅନୁଦାନ ନ ଦେବା ଦୁଃଖର ବିଷୟ । ଆଉ ଜବାବ ଦେଇ ଭାଜପା ବିଧାୟକ ସନତ ଗଡ଼ତିଆ କହିଛନ୍ତି, ପୋଲାଭରମ ପାଇଁ ଅର୍ଥ ଦିଆଯାଇଛି । ହେଲେ ଓଡ଼ିଶା ପାଇଁ କ୍ଷତିକାରକ ହେଲେ ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରିବେ ।

କହିରଖୁଛୁ କି, ଓଡ଼ିଶା ପାଇଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଥିଲା ତତ୍କାଳୀନ ସରକାର । ହେଲେ କେନ୍ଦ୍ର ଆଗ୍ରହ ଦେଖାଉନଥିଲେ। ସେପଟେ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ଦ୍ବାରା ମାଲାକାନଗିରିର ଶତାଧିକ ଗାଁ ବୁଡିଯିବା ଅଭିଯୋଗ ହୋଇଆସୁଛି। ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ଆନ୍ଧ୍ରପ୍ରଦେଶର ଟିଡିପି ସହ ମିଶି ସରକାର ଗଠନ କରିଥିଲାଥି । ସେହିପରି ବିହାରରେ ଭାଜପା ମେଣ୍ଟ ନୀତିଶଙ୍କ ଜେଡିୟୁକୁ ଅଧିକ ଆସନ ମିଳିଛି। ତେଣୁ ଏହି ଦୁଇ ରାଜ୍ୟକୁ ନିଜ ହାତରେ ନ ରଖିଲେ କେନ୍ଦ୍ରରେ ମୋଦି ସରକାର କ୍ଷମତାଚ୍ୟୁତ ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri