ଖଟିଆରେ ବୁହା ହେଉଛନ୍ତି ରୋଗୀ

ଖଜୁରିପଡ଼ା,୮ା୧୦(ବିଦୁର ବେହେରା)କନ୍ଧମାଳ ଜିଲା ରାସ୍ତା ସମସ୍ୟାକୁ ନେଇ ଅହରହ ଦହଗଞ୍ଜ ହେଉଛି। ରାସ୍ତା ସମସ୍ୟା ପାଇଁ ଗାଡ଼ି ମଟର ଗାଁ ପର୍ଯ୍ୟନ୍ତ ନ ଯାଇ ପାରୁଥିବାରୁ ରୋଗୀ ମାନଙ୍କୁ ଖଟିଆରେ ବୁହା ହେଉଛି। ଏହା ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡି ପଞ୍ଚାୟତ ୧୦ ନଂ ୱାର୍ଡ଼ରେ। ଗଞ୍ଜୁପଦର ଗ୍ରାମର ସାମେଶ୍ୱର କହଁର ଦୀର୍ଘ ୨ବର୍ଷ ହେବ କୌଣସି ଏକ ଅଜଣା ରୋଗରେ ପୀଡିତ ଥିଲେ ବୋଲି ତାଙ୍କ ପୁଅ ନିରଞ୍ଜନ କହଁର କୁହନ୍ତି। ଗୁରୁବାର ସାମେଶ୍ୱରଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସାଳୟ ନେବାକୁ ଆମ୍ବୁଲାନ୍ସକୁ ଡକାଗଲା। କିନ୍ତୁ ରାସ୍ତା ଖରାପ ଯୋଗୁ ଗାଁ ପର୍ଯ୍ୟନ୍ତ ଗାଡ଼ି ନ ଆସିବାରୁ ଗ୍ରାମବାସୀ ଖଟିଆରେ ବୋହି ରୋଗୀକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଖଜୁରିପଡ଼ା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ପଠାଯାଇଛି। ତେବେ ରାସ୍ତା ସମସ୍ୟା ଯୋଗୁ କେବଳ ଗଞ୍ଜୁପଦର ନୁହେଁ ଆଡାପାଯୁ ଗ୍ରାମବାସୀ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବାରମ୍ବାର ଖବର କାଗଜରେ ଖବର ପ୍ରକାଶ ପାଇଥିଲେ ସୁଦ୍ଧା ବ୍ଲକ ପ୍ରଶାସନ କିମ୍ବା ଜିଲା ପ୍ରଶାସନର ଚେତା ପସୁନି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶୀଘ୍ର ରାସ୍ତା ଖଣ୍ଡେ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

RJD ପରେ JDU ନେତାଙ୍କ ଦାବି, ‘ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ’

ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମିଳିବନି ଭରଣପୋଷଣ ଟଙ୍କା: କର୍ନାଟକ ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧।୭: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ: ଶୁଣିଲେ ପାକିସ୍ତାନର ଉଡ଼ିଯିବ ହୋଶ୍‌

ମସ୍କୋ/ନୂଆଦିଲ୍ଲୀ,୧।୭: ରୁଷିଆ ଭାରତକୁ Su-57E ଷ୍ଟିଲ୍ଥ ଲଢ଼ୁଆ ବିମାନର ଯୋଗାଣ ଏବଂ ମିଳିତ ଉତ୍ପାଦନ ସମ୍ପର୍କରେ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି। ଏହି ଚୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri