୫୦୦ ଟଙ୍କା ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବିଏସ୍‌ଏସ୍‌ଓ, ଧରିଲା ଭିଜିଲାନ୍ସ

ବେଗୁନିଆପଡ଼ା,୧୭ା୫(ଡି.ଏନ୍‌.ଏ.): ୫୦୦ ଟଙ୍କା ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବିଏସ୍‌ଏସ୍‌ଓ। ବାର୍ଦ୍ଧକ୍ୟ ଭତ୍ତା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ବିଏସ୍‌ଏସ୍‌ଓଙ୍କୁ ଭିଜିଲାନ୍ସ ଧରିଛି। ବ୍ରହ୍ମପୁର ଖଲ୍ଲିକୋଟ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ବେଗୁନିଆପଡ଼ା ମଠ ସରସିଙ୍ଗତ ଗାଁର ୬୫ ବର୍ଷୀୟ ବୃଦ୍ଧ ଝଡ଼ିଆ ସ୍ବାଇଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଭତ୍ତା ମିଳିବାରେ ବିଳମ୍ବରେ ହେବାରୁ ସେ ବିଏସ୍‌ଏସ୍‌ଓଙ୍କ ସହ କଥା ହୋଇଥିଲେ। ହେଲେ ଭତ୍ତା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିଏସ୍‌ଏସ୍‌ଓ । ପରେ ଏନେଇ ବୃଦ୍ଧ ଜଣଙ୍କ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ପୂର୍ବ ଯୋଜନା ମୁତାବକ ବୁଧବାର ଝଡ଼ିଆ ଲାଞ୍ଚ ଟଙ୍କା ନେଇ ବିଏସ୍‌ଏସ୍‌ଓଙ୍କୁ ଦେଉଥିବା ବେଳେ ଚଢ଼ାଉ କରି ଟଙ୍କା ଜବତ କରିବା ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଆୟଠାରୁ ଠୁଳ କରିଛନ୍ତି ଅମାପ ସମ୍ପତ୍ତି, ବନ୍ଧାହେଲେ କୋଟିପତି ଯନ୍ତ୍ରୀ

ଭଞ୍ଜନଗର,୧୨ା୯: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ...

ମୋହନ ସରକାରଙ୍କ ବଡ଼ ଘୋଷଣା, ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଭୁବନେଶ୍ୱର,୧୨।୯: ଶେଷ ହୋଇଛି କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ...

ଅଗ୍ନିବୀରଙ୍କ ପାଇଁ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି: ବର୍ଷେ ଟ୍ରେନିଂ, ୪ ବର୍ଷ ଚାକିରି ପରେ ବି…

ଭୁବନେଶ୍ୱର,୧୨ା୯: ରାଜ୍ୟ ସରକାର ଗୁରୁବାର କ୍ୟାବିନେଟ୍‌ରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ୟାବିନେଟ୍‌...

ଆନ୍ଦୋଳନସ୍ଥଳକୁ ଯାଉଥିବା ବେଳେ ଗଛରେ ପିଟିହେଲା ପୋଲିସ ଭ୍ୟାନ୍‌, ଆଉ ତା’ ପରେ…

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଲକୋଇରେ ଚକଧର ଜଳସେଚନ ପ୍ରକଳ୍ପ...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ମା’-ବାପାଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି

ଭୁବନେଶ୍ୱର,୧୨।୯: ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ...

କେନାଲରେ ଭାସି ଯାଉଥିଲା ଅଜଣା ଯୁବକଙ୍କ ମୃତଦେହ, ମୁହଁରେ ରହିଛି…

ନିଶ୍ଚିନ୍ତକୋଇଲି,୧୨ା୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ୮ନମ୍ବର କେନାଲରେ  ଅଜଣା ଯୁବକଙ୍କ ମୃତଦେହ ଭାସି ଯାଉଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସ...

ରାଜ୍ୟ କ୍ୟାବିନେଟ ୩ ପ୍ରସ୍ତାବକୁ ମୋହର: ଝିଅଙ୍କୁ ମିଳିବ…

ଭୁବନେଶ୍ୱର,୧୨।୯: ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଓଡ଼ିଶା ବେସାମରିକ...

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଦୁର୍ଗନ୍ଧରେ ଫାଟି ପଡୁଛି ନାକ

ଦେବଗଡ଼,୧୨ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ବକେୟା ଥିବା ଇପିଏଫ୍‌ ଟଙ୍କା ପ୍ରଦାନ ଦାବିରେ ସେମାନେ ଏହି ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri