Posted inଜାତୀୟ

୨୦୨୪ ନିର୍ବାଚନ: ଅକାଳୀ ସହ ମେଣ୍ଟ ନେଇ ସଙ୍କେତ ଦେଲେ ମାୟାବତୀ

ନୂଆଦିଲ୍ଲୀ,୨।୨: ଲୋକ ସଭା ନିର୍ବାଚନ ପାଇଁ ପଞ୍ଜାବରେ ଶିରୋମଣିି ଅକାଳୀ ଦଳ ସହ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ମେଣ୍ଟ ଜାରି ରହିବ। ଅର୍ଥାତ୍‌ ଲୋକ ସଭା ନିର୍ବାଚନରେ ବିଏସ୍‌ପି ଶିରୋମଣିି ଅକାଳୀ ଦଳ(ଏସ୍‌ଏଡି) ସହ ମେଣ୍ଟରେ ମିଳିତ ଭାବେ ପଞ୍ଜାବରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏନେଇ ବିଏସ୍‌ପି ସୁପ୍ରିମୋ ମାୟାବତୀ ଟୁଇଟ କରି ସଙ୍କେତ ଦେଇଛନ୍ତି। ଗୁରୁବାର ଦିଲ୍ଲୀରେ ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ ଏବଂ ବିଏସ୍‌ପିର ବରିଷ୍ଠ ନେତୃତ୍ୱର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ ଏବଂ ତାଙ୍କ ପତ୍ନୀ ତଥା ଏମ୍‌ପି ହରସିମରତ କୌର ବାଦଲ ସାମିଲ ହୋଇଥିଲେ। ଏଥିରେ ପଞ୍ଜାବରେ ହୋବାକୁ ଥିବା ଆଗାମୀ ଲୋକ ସଭା ସାଧାରଣ ନିର୍ବାଚନରେ ପୁରାତନ ପାରସ୍ପରିକ ମିଳିତ ମେଣ୍ଟ ଏବଂ ଉତ୍ତମ ସମନ୍ବୟ ଇତ୍ୟାଦି ସମ୍ପର୍କରେ ଆଗାମୀ ରଣନୀତି ଉପରେ ଆଲୋଚନା ହୋଇଥିଲା ବୋଲି ମାୟବତୀ ଟୁଇଟ କରି ସୂଚନା ଦେଇଛନ୍ତି। ମାୟାବତୀ କହିଛନ୍ତି, ଅକାଳୀ ଦଳ ଏବଂ ବିଏସ୍‌ପିର ବିଶ୍ୱସ୍ତ ସହଯୋଗୀ ଦଳ ଉପରେ ଜନସାଧାରଣଙ୍କ ନଜର ରହିଛି। ଲୋକ ସଭାରେ ଏହାର ଭଲ ଫଳାଫଳ ସହିତ ଦେଶର ରାଜନୀତିରେ ଏକ ଭଲ ପରିବର୍ତ୍ତନ ସମ୍ଭବ। ପଞ୍ଜାବର କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରି ବିଏସ୍‌ପି ସୁପ୍ରିମୋ କହିଛନ୍ତି, ସ୍ଥାନୀୟ ଜନସାଧାରଣ ପ୍ରଥମେ କଂଗ୍ରେସ ବତ୍ତର୍ମାନ ଏଏପିର ପ୍ରତିଜ୍ଞା ବିରୋଧୀ କାର୍ଯ୍ୟକଳାପରୁ ଦୁଃଖିତ ଅଛନ୍ତି। ଅନ୍ୟପଟେ ଭାଜପାର ନକରାତ୍ମକ ରାଜନୀତିକୁ ଲୋକେ ପସନ୍ଦ କରୁନାହାଁନ୍ତି ବୋଲି ମାୟାବତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଏମ୍ସ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪।୫: ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ (୭୮)ଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ସେ ଏମ୍ସର ପୁଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ...

ତ୍ରିକୋଣୀୟ ହେବାରେ ଲାଗିଛି ତୈଳ ଯୁଦ୍ଧ: ଭାରତ ସହିତ ଏସିଆ ରାଷ୍ଟ୍ରସମୂହ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୮।୯: ସୌଦିର ତୈଳ ବିଶୋଧନାଗାର ଉପରେ ଇରାନ୍‌ ହୁତି ସୈନ୍ୟଙ୍କ ଡ୍ରୋନ୍‌ ଆକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏହାଯୋଗୁ ଇରାନ୍‌-ସୌଦି ସମ୍ପର୍କରେ...

ସୀମା ସ୍ଥିତି ଅନୁଧ୍ୟାନ କଲେ ସେନାମୁଖ୍ୟ

ନୂଆଦିଲ୍ଲୀ,୪ା୯(ପି.ଟି.) :ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ ଗୁରୁବାର ଲଦାଖକୁ ଦୁଇଦିନିଆ ଗସ୍ତରେ ଯାଇ ଉକ୍ତ ଅଞ୍ଚଳର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିକଟରେ ଚାଇନା...

୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ହେବେ କି ଅଖିଳେଶ: ନିଜେ କଲେ ଖୁଲାସା

ଲକ୍ଷ୍ନୌ,୨୩।୩: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୨୦୨୪ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୋଦି ସରକାରଙ୍କୁ ରୋକିବା ପାଇଁ ସେ ଭାଜପା...

ରାହୁଲଙ୍କୁ ମିଳିଲା ୨୫୦ ସାହିତି୍ୟକଙ୍କ ସମର୍ଥନ

ମୁମ୍ବାଇ,୧୩।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜିକାଲି ମହାରାଷ୍ଟ୍ରରେ ପହଞ୍ଚିଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଉଦ୍ଧବ ଠାକୁରଙ୍କ ନେତା ଶିବସେନା ଆଦିତ୍ୟ ଠାକରେ ରାହୁଲ...

ପରଲୋକରେ ଶଶାଙ୍କ ଘୋଷ

କୋଲକାତା,୨୨ା୪: ବିଶିଷ୍ଟ ବଙ୍ଗଳା କବି ପଦ୍ମଭୂଷଣ ଶଶାଙ୍କ ଘୋଷଙ୍କ ବୁଧବାର ପରଲୋକ ହୋଇଛି। ତାଙ୍କୁ ୮୯ ବର୍ଷ ହେଉଥିଲା। ୧୯୩୨ ଫେବୃୟାରୀ ୫ରେ ବାଂଲାଦେଶର ଚାନ୍ଦପୁର...

ସୋସିଆଲ ମିଡିଆରେ ଯୁବକଙ୍କ ବ୍ରେନ୍ ୱାଶ କରୁଛି ଆଇଏସ୍‌, ଚେତାବନୀ ଦେଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୮ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଏବେ ଏହାର କିଛି ପାଶ୍ୱର୍ ପ୍ରତିକ୍ରିୟା ଭାରତ ଉପରେ ପଡିବାକୁ ଯାଉଥିବା କୁହାଗଲାଣି । ପାକିସ୍ତାନର...

କଂଗ୍ରେସକୁ କେବଳ କଂଗ୍ରେସ ହରାଇ ପାରିବ: ସିଦ୍ଧୁ

ଚଣ୍ଡିଗଡ଼,୨୧ ।୧: ପଞ୍ଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୈତିକ ବାତାବରଣରେ ମଧ୍ୟ ସେତିକି ଉଷ୍ମତା ପରିଲକ୍ଷିତ ହେଉଛି । ନିକଟରେ ଏକ...

Advertisement
Archives

Model This Week