ଦାରିଙ୍ଗବାଡ଼ିର ଅଧିକାଂଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଏସ୍‌ଏନ୍‌ଏଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୧ ବର୍ଷ ଧରି ସିଆଙ୍ଗବାଲି ପଞ୍ଚାୟତରେ ବିଏସ୍‌ଏନ୍‌ଏଲ ମୋବାଇଲ ସେବା ଅଚଳ ହୋଇଥିବା ବେଳେ ସିମନବାଡ଼ି ଏବଂ ଗଦାପୁର ପଞ୍ଚାୟତରେ ପ୍ରାୟ ୧ ମାସ ହେଲା ମୋବାଇଲ ସେବା, ଇଣ୍ଟରନେଟ୍‌ ଅଚଳ ହୋଇପଡ଼ିଛି। ସେହିପରି ଦାରିଙ୍ଗବାଡ଼ି, ପ୍ଳିହେରୀ, ଦାସିଙ୍ଗବାଡ଼ି, ସୋନପୁର ଆଦି ପଞ୍ଚାୟତ ଅଞ୍ଚଳରେ ୩ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା ଏହି ସେବା ଅଚଳ ହୋଇପଡ଼ିଛି। ସିଆଙ୍ଗବାଲି, ସିମନବାଡ଼ି ଏବଂ ଗଦାପୁର ଅଞ୍ଚଳବାସୀ ମୋବାଇଲ ସେବା ଅଚଳ ଯୋଗୁ ଅନ୍‌ଲାଇନ୍‌ କାର୍ଯ୍ୟ ସମେତ ରନ୍ଧନ ଗ୍ୟାସ ବୁକିଂ ସମ୍ଭବ ହେଉନାହିଁ। ଉପଭୋକ୍ତା ମାନେ ସିମ୍‌କୁ ଆକ୍ଟିଭ୍‌ ରଖିବା ପାଇଁ ନିଜ ନେଟ୍‌ଓ୍ବର୍କ ନଥିଲେ ମଧ୍ୟ ଅନ୍ୟ ନେଟ୍‌ଓ୍ବର୍କକୁ ଯାଇ ଭାଉଚର ପକାଇ କ୍ଷତି ସହୁଛନ୍ତି। ଏନେଇ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ ବିଭାଗ ଆଜି, କାଲି କହି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସିମନବାଡ଼ିର ନେଟ୍‌ଓ୍ବର୍କ ଶୁକ୍ରବାର ସକାଳ ସୁଦ୍ଧା ସ୍ବାଭାବିକ ହୋଇଯିବ ବୋଲି ବିଏସ୍‌ଏନ୍‌ଏଲ୍‌ର ଡିଜିଏମ ବୃନ୍ଦବାନ ମାଝୀ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ରବିବାର ପର୍ଯ୍ୟନ୍ତ ସ୍ବାଭାବିକ ହୋଇନଥିବାରୁ ଅସନ୍ତୋଷ ଦେଖାଯାଇଛି। ସିମନବାଡ଼ି ଅଞ୍ଚଳବାସୀ ଆସନ୍ତା ମଙ୍ଗଳବାର ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ବଣିକ ସଂଘ ସଭାପତି ମହେଶ କୁମାର ସାହୁ, ସାମାଜିକ କର୍ମୀ ପରମେ ପ୍ରଧାନ କହିଛନ୍ତି। ଏନେଇ ରବିବାର ବଣିକ ସଂଘ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri