ବ୍ରାଉନସୁଗାର କାରବାର ବେଲଗାମ

ନୟାଗଡ ଅଫିସ,୨୧।୧୨: ବ୍ରାଉନସୁଗାର କାରବାର ଉପରେ ଲଗାମ ନ ଥିବାରୁ ଏହାର ବ୍ୟବସାୟ ନୟାଗଡ଼ ଜିଲାରେ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ବଜାର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି ହେଉଛି। କାରବାରକୁ ବଢ଼ାଇବା ପାଇଁ ବେକାର ଯୁବକ, ଗରିବ ଲୋକଙ୍କୁ ନିୟୋଜିତ କରାଯାଉଛି। ପୁଣି ପ୍ରଥମେ ବେକାର ଯୁବକଙ୍କୁ ପ୍ରାୟ ୧ ସପ୍ତାହଠାରୁ ଆରମ୍ଭ କରି ମାସେ ପର୍ଯ୍ୟନ୍ତ ମାଗଣାରେ ବ୍ରାଉନସୁଗାର ଖାଇବାକୁ ବି ଦିଆଯାଉଛି। ଗଣ୍ଡଗୋଳକୁ ଏଡାଇବାକୁ ସ୍ଥାନୀୟ ଲୋକଙ୍କୁ ହାତ ଖର୍ଚ୍ଚ ଦେଇ ନିଜ ପକ୍ଷରେ ରଖୁଛନ୍ତି। ପୁଣି ଗଁାର ଉନ୍ନୟନ କାର୍ଯ୍ୟ ପାଇଁ ମୁକ୍ତ ହସ୍ତରେ ସହଯୋଗ କରାଯାଉଛି। ବ୍ରାଉନସୁଗାର କାରବାର ଜିଲାର ସବୁ ଅଞ୍ଚଳରେ ମାଡି ଚାଲିଥିବାରୁ ଚୋରି, ଲୁଟ୍‌ ବଢ଼ିବାରେ ଲାଗିଛି।
ନୟାଗଡ ଜିଲା ସଦର ମହକୁମା, ଇଟାମାଟି, ଗୋଡିପଡା, ଖଣ୍ଡପଡା, ଶରଣକୁଳ ଓ ଗଣିଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ବଢ଼ି ଚାଲିଛି। ଜିଲାର ଇଟାମାଟି ବ୍ୟବସାୟିକ ଅଞ୍ଚଳ ହୋଇଥିବାବେଳେ ଏଠାରେ ବ୍ରାଉନସୁଗାର ଭଲ କାରବାର ଚାଲିଛି। ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ ଏହାକୁ ରୋକି ପାରୁନାହିଁ। ମଝିରେ ମଝିରେ ଯେଉଁ ଲୋକଦେଖାଣିଆ ଚଢ଼ାଉ ହେଉଛି ତାହାର ସୁଫଳ ମିଳୁନି। କାରଣ ଚଢ଼ାଉ ପୂର୍ବରୁ କୁଆଡେ ଆଗୁଆ ସୂଚନା ଦିଆଯାଉଛି। ଏଣୁ ବ୍ୟବସାୟୀମାନେ ଧରା ପଡୁନାହାନ୍ତି। କାରବାର ବନ୍ଦ କରି ଫେରାର ହୋଇଯାଉଛନ୍ତି। ଅନ୍ୟପକ୍ଷେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ରାଉନସୁଗାର କାରବାର କରାଯାଉନି। ବ୍ୟବସାୟୀମାନେ ବାରମ୍ବାର ସ୍ଥାନ ବଦଳାଉଛନ୍ତି। ପୁଣି ଟଙ୍କା ନ ଥିଲେ ବନ୍ଧକ ରଖି ବି ବ୍ରାଉନସୁଗାର ମିଳୁଛି। ୨ଦିନ ତଳେ ଗିରଫ ହୋଇଥିବା ଜଣେ ବ୍ୟକ୍ତି ମୋବାଇଲ ବନ୍ଧକ ରଖି ବ୍ରାଉନସୁଗାର କାରବାର କରୁଛନ୍ତି ବୋଲି ଜଣାପଡିଛି। ଏ ନେଇ ଜଣେ ବ୍ୟବସାୟୀ କୁହନ୍ତି, ନୟାଗଡ ଜିଲାରେ ବ୍ରାଉନସୁଗାର କାରବାର ଭଲ ଚାଲିଛି। ଏଠାରେ ଧରପଗଡ଼ ନାହିଁ କହିଲେ ଚଳେ। ଏଠାରେ ଖର୍ଚ୍ଚ କମ, ଲାଭ ଅଧିକ। ତେବେ ବ୍ୟବସାୟ ବଢ଼ାଇବା ଓ ସୁରକ୍ଷା ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ପୋଲିସ, ଅବକାରୀ ବିଭାଗର ଭୟ ନାହିଁ। କାରଣ ମାସକୁ ମାସ ଚାନ୍ଦା ଓ ଉପହାର ପହଞ୍ଚି ଯାଉଛି। ପୁଣି ସାଧାରଣରେ କାରବାର ପ୍ରତି ଅଭିଯୋଗ ରହୁନି। ନୟାଗଡ ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି ଓ ଶରଣକୁଳ ଆଇଆଇସି ବିମଳ ମଲ୍ଲିକ କୁହନ୍ତି, ବ୍ରାଡୁନସୁଗାରରେ ଲଗାମ ଦେବାକୁ ଚେଷ୍ଟା ଜାରି ରହିଛି। ଖବର ପାଇଲେ ବିଭିନ୍ନ ସମୟରେ ଧରପଗଡ କରୁଛୁ। ଅବକାରୀ ମୋବାଇଲ ସ୍କ୍ବାଡର ସବ୍‌ଇନ୍ସପେକ୍ଟର ଧନଞ୍ଜୟ ପାତ୍ର କୁହନ୍ତି, ସିନ୍ଦୁରିଆର ବ୍ୟାଙ୍କ ଛକ ଉପରେ ଧରପଗଡ କରାଯାଇ ୧୮ତାରିଖରେ ୧୫ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଆଗକୁ ଚଢ଼ାଉ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସୁରକ୍ଷା ଲାଗି ବାହାରିଲା ଶୋଭାଯାତ୍ରା

ପୁରୁଷୋତ୍ତମପୁର,୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ସମନ୍ବୟ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ବିଭାଗ ପକ୍ଷରୁ ସିଡିପିଓ ସବିତା ଚ୍ୟାଉପଟ୍ଟନାୟକଙ୍କ ସଂଯୋଜନାରେ କନ୍ୟାରତ୍ନ ସୁରକ୍ଷା ନେଇ...

ହାଇଓ୍ବା ଧକ୍କାରେ ସୁରକ୍ଷାକର୍ମୀଙ୍କ ଜୀବନ ଗଲା

ବଡ଼ବିଲ,୧୬ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣି ଓ ବଡ଼ବିଲ ଥାନା ସୀମା ମନ୍ଦିର ହଟିଂ ଛକ ନିକଟ ଆମ୍ବବାଗାନଠାରେ ବୁଧବାର ଏକ ୧୬ ଚକିଆ ହାଇଓ୍ବା ଟ୍ରକ୍‌...

ହାଇକୋର୍ଟରେ ହାଜର ହେଲେ ବରୀ ଯୁବତୀ: ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ମାମଲା

କଟକ ଅଫିସ,୧୮।୮: ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ରୁଜୁ ହୋଇଥିବା ହେବିୟସ୍‌ କର୍ପସ ମାମଲାରେ ସୋମବାର ଯାଜପୁର ଜିଲା ବରୀର ସମ୍ପୃକ୍ତ ଯୁବତୀ ଜଣକ ହାଇକୋର୍ଟରେ...

କଣ୍ଟିଲୋ ପିଇଓ ନିଲମ୍ବିତ

ନୟାଗଡ଼ ଅଫିସ,୨୩ା୫: ନୟାଗଡ଼ ଜିଲା ଖଣ୍ଡପଡା ବ୍ଲକ କଣ୍ଟିଲୋ ପଞ୍ଚାୟତର ଏକ୍‌ଜିକ୍ୟୁଟିଭ ଅଫିସର (ପିଇଓ) ବିଜୟ କୁମାର ନନ୍ଦଙ୍କୁ ଜିଲାପାଳ ପୋମା ଟୁଡୁ ଗତ ୨୦...

ଆସିକାରୁ ବ୍ରହ୍ମପୁର ଚାଲାଣ ବେଳେ ୨ ବସ୍ତା ଗଞ୍ଜେଇ ଜବତ: ୩ କୋର୍ଟଚାଲାଣ

ହିିଞ୍ଜିଳିକାଟୁ,୧୯ା୩ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ପୋଲିସ ମଙ୍ଗଳବାର ଖଣ୍ଡରା ଛକରେ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଏକ ଅଟୋ ଉପରେ...

ଧାନବସ୍ତା ରଖି ଚାଷୀଙ୍କ ରାଜପଥ ଅବରୋଧ

ବୌଦ୍ଧ, ୧୨ା୩(ସ୍ବପ୍ର): ବୌଦ୍ଧ ଜିଲାରେ ଅଦିନିଆ ବର୍ଷା ଓ ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥାକୁ ନେଇ ଧାନକ୍ରୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଚାଷୀଙ୍କ ଶହଶହ ବସ୍ତାଧାନ ମଣ୍ଡିରେ...

ପ୍ରଶାସନ-ଅଭିଯୋଗକାରୀଙ୍କ ଆଲୋଚନା, ୨୦ ସୁଦ୍ଧା ଫଳ

କେନ୍ଦ୍ରାପଡ଼ା ଅଫିସ, ୩ା୧୨: ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ ହାଇକୋର୍ଟ ହସ୍ତକ୍ଷେପ ପରେ ପ୍ରଥମଥର ପାଇଁ ରାଜ୍ୟ ପ୍ରଶାସନ ଓ ଅଭିଯୋଗକାରୀଙ୍କ...

ପ୍ରାର୍ଥୀଙ୍କ ପାଇଁ କରମା ନାଚିଲେ ବିଧାୟିକା

ସୁନ୍ଦରଗଡ଼, ୧୩।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଉଛି ସୁନ୍ଦରଗଡ଼ର ରାଜନୀତି। ଶନିବାର ଭାଜପା ଜିଲା ପରିଷଦ ପ୍ରାର୍ଥୀଙ୍କ ଲାଗି ପ୍ରଚାରରେ ସାମିଲ ହୋଇ...

Advertisement
Archives

Model This Week