୩୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ପୁରୀ ଅଫିସ,୫।୧୦: ପୁରୀ ସହରରେ ବେଆଇନ ନିଶା କାରବାର ବୃଦ୍ଧି ପାଉଛି। କିଛିଦିନ ହେବ ବ୍ରାଉନ୍‌ସୁଗାର କାରବାର ଅଧିକ ମାତ୍ରାରେ ଚାଲିଛି। ବାହାରୁ ବେପାରୀମାନେ ବ୍ରାଉନ୍‌ସୁଗାର ଆଣି ପୁରୀରେ ବିକ୍ରି କରୁଛନ୍ତି। ରବିବାର ପୁରୀକୁ ବ୍ରାଉନ୍‌ସୁଗାର ଚୋରାଚାଲାଣ ହେଉଥିବାବେଳେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଟାଉନ ଅଞ୍ଚଳର ଅନିଲ ବରାଳ, କୃଷ୍ଣଚନ୍ଦ୍ର ଭୁଜବଳ ଓ ସୋମନ ରଥ ଭୁଜବଳ, ପୁରୀ କୁମ୍ଭାରପଡ଼ାର ବାବୁନା ନାୟକ, ଖଣ୍ଡିଆବନ୍ଧର ବଳରାମ ଭୋଇ ଓ ଗୋଖାସାହିର ବାବୁନା ବେହେରା। ଏମାନଙ୍କଠାରୁ ୨୭୫ ଗ୍ରାମ୍‌ ବ୍ରାଉନ୍‌ସୁଗାର, ଗୋଟିଏ ବନ୍ଧୁକ, ଗୋଟିଏ କାର, ବାଇକ୍‌ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଥାଇ ଫେରାର ହୋଇଯାଇଥିବା ଅଭିଯୁକ୍ତମାନେ ହେଲେ ରାମିନୀ ମଲ୍ଲିକ, ଲିଟୁ ମହାନ୍ତି, ଜିତେନ୍ଦ୍ର କୁମାର ମହାନ୍ତି, ଝରଣା ପଣ୍ଡା, ବୁଲୁ ଖୁଣ୍ଟିଆ, ସନିଆ ବିଶୋଇ, ମିନତି ବିଶ୍ୱାଳ ଓ ସୁଜାତା ବିଶ୍ୱାଳ ବୋଲି ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।
ଅପରାହ୍ନରେ ବାସେଳିସାହି ଥାନା ପୋଲିସ ମଙ୍ଗଳାଘାଟ ଛକରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ପୋଲିସ ଗୋଟିଏ ବାଇକ୍‌ (ନଂ. ଓଡି ୧୩ ଏନ୍‌-୧୨୫୪) ଏବଂ ଗୋଟିଏ କାର୍‌ (ନଂ. ଓଆର୍‌ ୦୨ବିଏଚ୍‌-୫୪୦୨)କୁ ଅଟକାଇଥିଲା। ଯାଞ୍ଚ ସମୟରେ କାର୍‌ରୁ ଏକ ଜରି ପ୍ୟାକେଟରେ ୨୭୫ଗ୍ରାମ୍‌ ୩୫ ମିଲିଗ୍ରାମ୍‌ ବ୍ରାଉନ୍‌ସୁଗାର ମିଳିଥିଲା। ବ୍ରାଉନ୍‌ସୁଗାର ସହ ୯୫୦ ଟଙ୍କା ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଥିଲା। କାର୍‌ରେ ୭ଜଣ ଥିବା ବେଳେ ୩ଜଣ ଖସିଯାଇଥିଲେ। ୪ଜଣଙ୍କୁ ପୋଲିସ କାବୁ କରିଥିଲା। ସେହିପରି ବାଇକ୍‌ରେ ଥିବା ୨ଜଣ ଯୁବକଙ୍କୁ ଧରିବା ସହ ସେମାନଙ୍କଠାରୁ ଗୋଟିଏ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରିଥିଲା। ଫେରାର ଅଭିଯୁକ୍ତମାନଙ୍କୁ ଏହି ବ୍ରାଉନ୍‌ସୁଗାର ଦେବା ପାଇଁ ଧରାପଡ଼ିଥିବା ଅଭିଯୁକ୍ତମାନେ ଆଣି ଆସୁଥିଲେ। ଏ ନେଇ ଥାନାରେ ଏକ ମାମଲା (ନଂ.୨୫୮/୨୦) ରୁଜୁ କରାଯାଇ ଅଧିକ ଖୋଳତାଡ ଚାଲିଛି ବୋଲି ଆଇଆଇସି କହିଛନ୍ତି। ସୂଚନାଥାଉ କି, କିଛିଦିନ ତଳେ ପୋଲିସ ୧୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ୨ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri