ଏନ୍‌ଏଚ୍‌ ଡାଇଭର୍ସନ ରୋଡ୍‌ରେ ଘାଇ

ନୟାଗଡ଼ ଅଫିସ,୫।୧୦: ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ନୟାଗଡ ସତ୍‌ସଙ୍ଗବିହାର ନିକଟବର୍ତ୍ତି ମଜୁରିଆପଲ୍ଲୀ କ୍ଷୁଦ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସଂଯୋଗ ରାସ୍ତା କରାଯାଇ ନ ଥିଲା। ଫଳରେ ଡାଇଭର୍ସନ ରୋଡ୍‌ରେ ଯାନାବାହନ ଯାତାୟାତ କରୁଥିଲା। ଅନ୍ୟପଟେ ଲଗାଣ ବର୍ଷାରେ ନିକଟସ୍ଥ ବୃନ୍ଦାବନପୁର ଗଁାକୁ ବନ୍ୟାଜଳ ଘେରିରହିଥିଲା। ଜଳ ନିଷ୍କାସନ ପଥ ସଂକୀର୍ଣ୍ଣ ଥିବାରୁ ରବିବାର ଡାଇଭର୍ସନ ରୋଡ୍‌ରେ ଘାଇ ସୃଷ୍ଟି ହୋଇଥିଲା। ଏଥିଯୋଗୁ ପ୍ରାୟ ୬ଘଣ୍ଟା ଧରି ନୟାଗଡ଼-ଖୋର୍ଦ୍ଧା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା।
ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ବ୍ଲକ ଘଡୁଆଳ ପଞ୍ଚାୟତ ସୀମାନ୍ତରେ ନୟାଗଡ ସତ୍‌ସଙ୍ଗବିହାର ନିକଟ ଜାତୀୟ ରାଜପଥରେ ମଜୁରିଆପଲ୍ଲୀ ପୋଲ ରହିଛି। ଏହି ପୋଲଟି ବିପଦସଙ୍କୁଳ ହେବାରୁ ନୂଆ କ୍ଷୁଦ୍ର ପୋଲ ନିର୍ମାଣ କରାଯାଇ କାମ ଶେଷ ହୋଇଥିଲା। ପ୍ରାୟ ୨ମାସ ବିତିଯାଇଥିଲେ ମଧ୍ୟ ପୋଲର ସଂଯୋଗ ରାସ୍ତା କରାଯାଇ ନ ଥିଲା। ପୁରୁଣା ପୋଲ ବି ପୋତାଯାଇ ନ ଥିଲା। ଡାଇଭର୍ସନ ରୋଡ୍‌ରେ ଯାନବାହନ ଯାତାୟାତ ଚାଲିଥିଲା। ହେଲେ ଏହି ରାସ୍ତାରେ ଆବଶ୍ୟକ ହ୍ୟୁମ୍‌ ପାଇପ୍‌ ଦିଆଯାଇ ନ ଥିଲା। ଲଗାଣ ବର୍ଷା ଯୋଗୁ ପାଣି ନିଷ୍କାସନ ହୋଇପାରି ନ ଥିଲା। ଫଳରେ ଘଡୁଆଳ ପଞ୍ଚାୟତର ବୃନ୍ଦାବନପୁର ଗଁା ଜଳବନ୍ଦୀ ହୋଇ ରହିଥିଲା। ପୂର୍ବାହ୍ନରେ ଡାଇଭର୍ସନ ରୋଡ୍‌ ଉପରେ ପ୍ରଥମେ ପାଣି ଚାଲିଥିଲା। କିଛିସମୟ ପରେ ଏଠାରେ ଘାଇ ସୃଷ୍ଟି ହେଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତରବରିଆ ଭାବେ ଡାଇଭର୍ସନ ରୋଡ୍‌କୁ କାଟି ଜଳ ନିଷ୍କାସନ କଲେ। ହେଲେ ସକାଳ ୮ଟାରୁ ଜାତୀୟ ରାଜପଥରେ ଯିବାଆସିବା ବନ୍ଦ ହୋଇଗଲା। ଯୁଦ୍ଧକାଳୀନ ଭିତ୍ତିରେ କ୍ଷୁଦ୍ର ପୋଲର ସଞ୍ଜୋଗ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଲା। ଅପରାହ୍ନ ୨ଟାରେ ପୋଲ ଦେଇ ଯାନବାହନ ଚଳାଚଳ ଆରମ୍ଭ କରିଥିଲା। ନୟାଗଡ ଖୋର୍ଦ୍ଧା ବିଚ୍ଛିନ୍ନ ଯୋଗୁ ରାସ୍ତାର ଉଭୟ କଡରେ ଶତାଧିକ ଯାନବାହାନ ଅଟକି ରହିଥିଲା। ଏଥିଯୋଗୁ ଗୁରୁତର ରୋଗୀମାନେ ଅଯଥା ଖର୍ଚ୍ଚାନ୍ତ ହୋଇ ବିକଳ୍ପ ରାସ୍ତାରେ ଭୁବନେଶ୍ୱର ଓ କଟକ ଯିବାକୁ ବାଧ୍ୟ ହୋଇଥିଲେ। ତେବେ ରାସ୍ତା କାମ କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି କରୋନା ଯୋଗୁ ପୋଲର ସଞ୍ଜୋଗ ରାସ୍ତା ନିର୍ମାଣରେ ଅସୁବିଧା ହେଲା। ତେବେ ଏହି ଉତ୍ତର ଲୋକଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ଏନ୍‌ଏଚ୍‌ର ସହକାରୀ ଯନ୍ତ୍ରୀ ଚନ୍ଦନ ସାହୁ କୁହନ୍ତି, ପାଣି ଜମିବା ଦ୍ୱାରା ଡାଇଭର୍ସନ ରୋଡ୍‌କୁ କାଟି ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଗଲା। ପରେ ପୋଲର ଅସ୍ଥାୟୀ ସଂଯୋଗ ରାସ୍ତା ନିର୍ମାଣ କରାଯାଇ ଯାନବାହନ ଚଳାଚଳ ସ୍ବାଭାବିକ କରାଯାଇଛି। ପାଣି ଶୁଖିଲା ପରେ ପୁଣି ଡାଇଭର୍ସନ ରୋଡ୍‌ ସାଙ୍ଗକୁ ପୋଲର ସଂଯୋଗ ରାସ୍ତା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri