ଏନ୍‌ଏଚ୍‌ ଡାଇଭର୍ସନ ରୋଡ୍‌ରେ ଘାଇ

ନୟାଗଡ଼ ଅଫିସ,୫।୧୦: ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ନୟାଗଡ ସତ୍‌ସଙ୍ଗବିହାର ନିକଟବର୍ତ୍ତି ମଜୁରିଆପଲ୍ଲୀ କ୍ଷୁଦ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସଂଯୋଗ ରାସ୍ତା କରାଯାଇ ନ ଥିଲା। ଫଳରେ ଡାଇଭର୍ସନ ରୋଡ୍‌ରେ ଯାନାବାହନ ଯାତାୟାତ କରୁଥିଲା। ଅନ୍ୟପଟେ ଲଗାଣ ବର୍ଷାରେ ନିକଟସ୍ଥ ବୃନ୍ଦାବନପୁର ଗଁାକୁ ବନ୍ୟାଜଳ ଘେରିରହିଥିଲା। ଜଳ ନିଷ୍କାସନ ପଥ ସଂକୀର୍ଣ୍ଣ ଥିବାରୁ ରବିବାର ଡାଇଭର୍ସନ ରୋଡ୍‌ରେ ଘାଇ ସୃଷ୍ଟି ହୋଇଥିଲା। ଏଥିଯୋଗୁ ପ୍ରାୟ ୬ଘଣ୍ଟା ଧରି ନୟାଗଡ଼-ଖୋର୍ଦ୍ଧା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା।
ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ବ୍ଲକ ଘଡୁଆଳ ପଞ୍ଚାୟତ ସୀମାନ୍ତରେ ନୟାଗଡ ସତ୍‌ସଙ୍ଗବିହାର ନିକଟ ଜାତୀୟ ରାଜପଥରେ ମଜୁରିଆପଲ୍ଲୀ ପୋଲ ରହିଛି। ଏହି ପୋଲଟି ବିପଦସଙ୍କୁଳ ହେବାରୁ ନୂଆ କ୍ଷୁଦ୍ର ପୋଲ ନିର୍ମାଣ କରାଯାଇ କାମ ଶେଷ ହୋଇଥିଲା। ପ୍ରାୟ ୨ମାସ ବିତିଯାଇଥିଲେ ମଧ୍ୟ ପୋଲର ସଂଯୋଗ ରାସ୍ତା କରାଯାଇ ନ ଥିଲା। ପୁରୁଣା ପୋଲ ବି ପୋତାଯାଇ ନ ଥିଲା। ଡାଇଭର୍ସନ ରୋଡ୍‌ରେ ଯାନବାହନ ଯାତାୟାତ ଚାଲିଥିଲା। ହେଲେ ଏହି ରାସ୍ତାରେ ଆବଶ୍ୟକ ହ୍ୟୁମ୍‌ ପାଇପ୍‌ ଦିଆଯାଇ ନ ଥିଲା। ଲଗାଣ ବର୍ଷା ଯୋଗୁ ପାଣି ନିଷ୍କାସନ ହୋଇପାରି ନ ଥିଲା। ଫଳରେ ଘଡୁଆଳ ପଞ୍ଚାୟତର ବୃନ୍ଦାବନପୁର ଗଁା ଜଳବନ୍ଦୀ ହୋଇ ରହିଥିଲା। ପୂର୍ବାହ୍ନରେ ଡାଇଭର୍ସନ ରୋଡ୍‌ ଉପରେ ପ୍ରଥମେ ପାଣି ଚାଲିଥିଲା। କିଛିସମୟ ପରେ ଏଠାରେ ଘାଇ ସୃଷ୍ଟି ହେଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତରବରିଆ ଭାବେ ଡାଇଭର୍ସନ ରୋଡ୍‌କୁ କାଟି ଜଳ ନିଷ୍କାସନ କଲେ। ହେଲେ ସକାଳ ୮ଟାରୁ ଜାତୀୟ ରାଜପଥରେ ଯିବାଆସିବା ବନ୍ଦ ହୋଇଗଲା। ଯୁଦ୍ଧକାଳୀନ ଭିତ୍ତିରେ କ୍ଷୁଦ୍ର ପୋଲର ସଞ୍ଜୋଗ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଲା। ଅପରାହ୍ନ ୨ଟାରେ ପୋଲ ଦେଇ ଯାନବାହନ ଚଳାଚଳ ଆରମ୍ଭ କରିଥିଲା। ନୟାଗଡ ଖୋର୍ଦ୍ଧା ବିଚ୍ଛିନ୍ନ ଯୋଗୁ ରାସ୍ତାର ଉଭୟ କଡରେ ଶତାଧିକ ଯାନବାହାନ ଅଟକି ରହିଥିଲା। ଏଥିଯୋଗୁ ଗୁରୁତର ରୋଗୀମାନେ ଅଯଥା ଖର୍ଚ୍ଚାନ୍ତ ହୋଇ ବିକଳ୍ପ ରାସ୍ତାରେ ଭୁବନେଶ୍ୱର ଓ କଟକ ଯିବାକୁ ବାଧ୍ୟ ହୋଇଥିଲେ। ତେବେ ରାସ୍ତା କାମ କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି କରୋନା ଯୋଗୁ ପୋଲର ସଞ୍ଜୋଗ ରାସ୍ତା ନିର୍ମାଣରେ ଅସୁବିଧା ହେଲା। ତେବେ ଏହି ଉତ୍ତର ଲୋକଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ଏନ୍‌ଏଚ୍‌ର ସହକାରୀ ଯନ୍ତ୍ରୀ ଚନ୍ଦନ ସାହୁ କୁହନ୍ତି, ପାଣି ଜମିବା ଦ୍ୱାରା ଡାଇଭର୍ସନ ରୋଡ୍‌କୁ କାଟି ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଗଲା। ପରେ ପୋଲର ଅସ୍ଥାୟୀ ସଂଯୋଗ ରାସ୍ତା ନିର୍ମାଣ କରାଯାଇ ଯାନବାହନ ଚଳାଚଳ ସ୍ବାଭାବିକ କରାଯାଇଛି। ପାଣି ଶୁଖିଲା ପରେ ପୁଣି ଡାଇଭର୍ସନ ରୋଡ୍‌ ସାଙ୍ଗକୁ ପୋଲର ସଂଯୋଗ ରାସ୍ତା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri