୩୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ପୁରୀ ଅଫିସ,୫।୧୦: ପୁରୀ ସହରରେ ବେଆଇନ ନିଶା କାରବାର ବୃଦ୍ଧି ପାଉଛି। କିଛିଦିନ ହେବ ବ୍ରାଉନ୍‌ସୁଗାର କାରବାର ଅଧିକ ମାତ୍ରାରେ ଚାଲିଛି। ବାହାରୁ ବେପାରୀମାନେ ବ୍ରାଉନ୍‌ସୁଗାର ଆଣି ପୁରୀରେ ବିକ୍ରି କରୁଛନ୍ତି। ରବିବାର ପୁରୀକୁ ବ୍ରାଉନ୍‌ସୁଗାର ଚୋରାଚାଲାଣ ହେଉଥିବାବେଳେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଟାଉନ ଅଞ୍ଚଳର ଅନିଲ ବରାଳ, କୃଷ୍ଣଚନ୍ଦ୍ର ଭୁଜବଳ ଓ ସୋମନ ରଥ ଭୁଜବଳ, ପୁରୀ କୁମ୍ଭାରପଡ଼ାର ବାବୁନା ନାୟକ, ଖଣ୍ଡିଆବନ୍ଧର ବଳରାମ ଭୋଇ ଓ ଗୋଖାସାହିର ବାବୁନା ବେହେରା। ଏମାନଙ୍କଠାରୁ ୨୭୫ ଗ୍ରାମ୍‌ ବ୍ରାଉନ୍‌ସୁଗାର, ଗୋଟିଏ ବନ୍ଧୁକ, ଗୋଟିଏ କାର, ବାଇକ୍‌ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଥାଇ ଫେରାର ହୋଇଯାଇଥିବା ଅଭିଯୁକ୍ତମାନେ ହେଲେ ରାମିନୀ ମଲ୍ଲିକ, ଲିଟୁ ମହାନ୍ତି, ଜିତେନ୍ଦ୍ର କୁମାର ମହାନ୍ତି, ଝରଣା ପଣ୍ଡା, ବୁଲୁ ଖୁଣ୍ଟିଆ, ସନିଆ ବିଶୋଇ, ମିନତି ବିଶ୍ୱାଳ ଓ ସୁଜାତା ବିଶ୍ୱାଳ ବୋଲି ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।
ଅପରାହ୍ନରେ ବାସେଳିସାହି ଥାନା ପୋଲିସ ମଙ୍ଗଳାଘାଟ ଛକରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ପୋଲିସ ଗୋଟିଏ ବାଇକ୍‌ (ନଂ. ଓଡି ୧୩ ଏନ୍‌-୧୨୫୪) ଏବଂ ଗୋଟିଏ କାର୍‌ (ନଂ. ଓଆର୍‌ ୦୨ବିଏଚ୍‌-୫୪୦୨)କୁ ଅଟକାଇଥିଲା। ଯାଞ୍ଚ ସମୟରେ କାର୍‌ରୁ ଏକ ଜରି ପ୍ୟାକେଟରେ ୨୭୫ଗ୍ରାମ୍‌ ୩୫ ମିଲିଗ୍ରାମ୍‌ ବ୍ରାଉନ୍‌ସୁଗାର ମିଳିଥିଲା। ବ୍ରାଉନ୍‌ସୁଗାର ସହ ୯୫୦ ଟଙ୍କା ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଥିଲା। କାର୍‌ରେ ୭ଜଣ ଥିବା ବେଳେ ୩ଜଣ ଖସିଯାଇଥିଲେ। ୪ଜଣଙ୍କୁ ପୋଲିସ କାବୁ କରିଥିଲା। ସେହିପରି ବାଇକ୍‌ରେ ଥିବା ୨ଜଣ ଯୁବକଙ୍କୁ ଧରିବା ସହ ସେମାନଙ୍କଠାରୁ ଗୋଟିଏ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରିଥିଲା। ଫେରାର ଅଭିଯୁକ୍ତମାନଙ୍କୁ ଏହି ବ୍ରାଉନ୍‌ସୁଗାର ଦେବା ପାଇଁ ଧରାପଡ଼ିଥିବା ଅଭିଯୁକ୍ତମାନେ ଆଣି ଆସୁଥିଲେ। ଏ ନେଇ ଥାନାରେ ଏକ ମାମଲା (ନଂ.୨୫୮/୨୦) ରୁଜୁ କରାଯାଇ ଅଧିକ ଖୋଳତାଡ ଚାଲିଛି ବୋଲି ଆଇଆଇସି କହିଛନ୍ତି। ସୂଚନାଥାଉ କି, କିଛିଦିନ ତଳେ ପୋଲିସ ୧୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ୨ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri