ମୋବାଇଲ ପାଇଁ ଭାଇ ସାଜିଲା ହତ୍ୟାକାରୀ

ବାରିପଦା ଅଫିସ,୧୨ା୭: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଭାଲୁକଚୁଆ ଖଡିଆସାହିରେ ମୋବାଇଲ ଫୋନକୁ ନେଇ ବଡ଼ଭାଇ ମାଡ଼ରେ ସାନଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଶମ୍ଭୁ ଦେହୂରୀ(୧୮)। ପୋଲିସ ଅଭିଯୁକ୍ତ ବଡଭାଇ ରୁହିଆ ଦେହୂରୀଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୧୦ତାରିଖ ସନ୍ଧ୍ୟାରେ ମୋବାଇଲ ଫୋନକୁ ନେଇ ରୁହିଆ ଓ ଶମ୍ଭୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୁହିଆ ଏକ ଟାଙ୍ଗିଆରେ ସାନ ଭାଇ ଶମ୍ଭୁଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ହୋଇ ପଡ଼ିଥିବା ଶମ୍ଭୁଙ୍କୁ ପରିବାର ଲୋକେ ଡାକ୍ତରଖାନା ନ ନେଇ ଘରେ ରଖି ଚିକିତ୍ସା କରୁଥିଲେ। ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଶମ୍ଭୁଙ୍କ ବାପା ନର ଦେହୂରୀ ଏନେଇ ଥାନାରେ ଅଭିଯୋଗ କରିବାରୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଥାନାରେ ଏକ ମାମଲା(ନଂ.୧୯୭/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ପଞ୍ଚାୟତରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌ କଟକଣା

ଭଦ୍ରକ ଅଫିସ,୪ା୫: ଭଣ୍ଡାରିପୋଖରୀ ବ୍ଲକର ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା ପ୍ରତ୍ୟାହୃତ କରିଛି ପ୍ରଶାସନ। ଏହି ଦୁଇ ପଞ୍ଚାୟତରୁ ଦୁଇଟି ପଜିଟିଭ୍‌ ବାହାରିଥିବାରୁ ତେସିଙ୍ଗା...

ବିରୋଧୀଙ୍କୁ ଘେରିବାକୁ ପିଏମ୍‌ଏଓ୍ବାଇ ଅସ୍ତ୍ର

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବୁଧବାର କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଧାନସଭାରେ ହୋହଲ୍ଲା ସହ...

ବର୍ଷା ପାଇଁ ଇନ୍ଦ୍ରପୂଜା କଲେ ତରବୋଡ ଗ୍ରାମବାସୀ

ନୂଆପଡା ଅଫିସ/ତରବୋଡ,୪।୮(ଡି.ଏନ.ଏ.)ନୂଆପଡା ଜିଲାରେ ଲାଗ ଲାଗ ମରୁଡି ପରିସ୍ଥିତି ଉପୁଜୁଛି । ଗତବର୍ଷ ଭଳି ଏଥର ମଧ୍ୟ ଜିଲାବ୍ୟାପି ମରୁଡି ସ୍ଥିତି ଆସିଥିବାବେଳେ ଚାଷୀକୂଳ ଇତସ୍ତତଃ...

ଘୋଷଣାରେ ରହିଛି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ଚିକିତ୍ସା ସୁବିଧା ନାହିଁ। ଆଇସିୟୁ, ଭେଣ୍ଟିଲେଟର ନ ଥିବା ଯୋଗୁ ଗୁରୁତର ରୋଗୀ ପଡ଼ୋଶୀ ଜିଲା ଏବଂ ଆନ୍ଧ୍ରପ୍ରଦେଶ...

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜଗନ୍ନାଥ

ଆରଡ଼ି, ୧୬।୧ (ଡି.ଏନ୍‌.ଏ.):ଭଦ୍ରକ ଜିଲା ଧୁଷୂରୀ ଥାନା ଅଧୀନ ଅଜମତପୁର ଗଁାର ଜଗନ୍ନାଥ ଜେନା(୪୯) ଫୁସ୍‌ଫୁସ୍‌ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ। ୨୧ଦିନ ହେଲା ଦୁବାଇର...

ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଚୋରି

କୋକସରା,୨୯।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ କାଉଡୋଳା ଗ୍ରାମରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଲୁଟ୍‌ ହୋଇଥିବା ଅଭିଯୋଗ...

CORONAVIRUS UPDATE: ରାଜ୍ୟରୁ ଆଜି ୪୨୪୨ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ଟପିଲା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୪,୨୪୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୮୪,୧୨୨ରେ ପହଞ୍ଚିଥିବା...

ଇ-ଅଫିସ୍‌ରେ କାର୍ଯ୍ୟ କରିପାରିବେ ସରକାରୀ କର୍ମଚାରୀ -୨ ସନ୍ଦିଗ୍ଧ ବିପଦମୁକ୍ତ

ଜଗତ୍‌ସିଂହପୁର ଅଫିସ,୧୮ା୩: ସରକାରୀ କର୍ମଚାରୀ ଇ-ଅଫିସ ମାଧ୍ୟମରେ ଘରେ ରହି ମଧ୍ୟ କାମ କରିପାରିବେ। ଇ-ଅଫିସ ଏଭଳି ଜରୁରୀ ପରିସ୍ଥିତିରେ ବେଶ୍‌ ସହାୟକ ହୋଇପାରିଛି ବୋଲି...

Advertisement
Archives

Model This Week