ଘର, ବାହାର ସଫା କରିବା ଲାଗି ଝାଡୁର ଆବଶ୍ୟକତା ରହିଛି। ପ୍ରାୟ ସବୁ ମହିଳା ଝାଡୁ ଧରି କାମ କରିଥାନ୍ତି। ଭଲ ଲାଗୁ କି ନ ଲାଗୁ ଅନେକେ ଏହାକୁ କରିବାକୁ ବାଧ୍ୟ ବି ହୁଅନ୍ତି। ତେବେ ଯଦି ଏହି କାମକୁ ମଜାଦାର କରିବାକୁ ଚାହାନ୍ତି ମ୍ୟୁଜିକ ଲଗାଇ ନାଚି ନାଚି ମଧ୍ୟ କରିପାରିବେ। ଦେଖିବେ ଏହି କାମ ବେଶ୍ ମଜାଦାର ହୋଇଯିବ। ତେବେ ଜାଣନ୍ତି କି ଏଇ ଝାଡୁ ଡ୍ୟାନ୍ସକୁ ନେଇ ଏକ ରେକର୍ଡ ବି ରହିଛି। ସୁରତରେ ୭୩୭ ଜଣ ମହିଳା ଝାଡୁ ଧରି ଏକା ସାଙ୍ଗରେ ନୃତ୍ୟ କରି ଗିନିଜ ଓ୍ବାର୍ଲଡ ରେକର୍ଡସ୍ରେ ପୃଥିବୀର ସବୁଠାରୁ ବଡ଼ ବ୍ରୁମ ଡାନ୍ସର ମାନ୍ୟତା ପାଇଛନ୍ତି। ଉକ୍ତ ସମୁହ ଝାଡୁ ନୃତ୍ୟକୁ ଏସ୍ୟୁଭି ଇଣ୍ଟରନ୍ୟାଶନାଲ ସ୍କୁଲ, ଉମା ଏଜୁକେସନ୍ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ନର୍ମତା ପୋକର ଭୟାନି ଓ ଜିଗର ପଟେଲଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଏକା ସାଙ୍ଗରେ ଏତେଜଣ ମହିଳା ଏକାସାଙ୍ଗରେ ଝାଡୁ ଧରି ନୃତ୍ୟ କରିବାର ଦୃଶ୍ୟ ବେଶ୍ ନିଆରା ଥିଲା।
୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…
ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…
କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?
ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…
ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ
ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…
୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…
ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…
୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍: ଦେଖନ୍ତୁ Video
ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…
Archives

