ଓଡ଼ିଶାରେ ରହି ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଦଲାଲଙ୍କୁ ଜାତୀୟ ସୁରକ୍ଷା ଅଧିନିୟମରେ ଗିରଫ କରାଯାଉ: ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ

କୋରାପୁଟ, ୧୪।୧୦(ସ୍ବ.ପ୍ର.): ଓଡ଼ିଶାରେ ରହି ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଦଲାଲମାନଙ୍କୁ ଜାତୀୟ ସୁରକ୍ଷା ଅଧିନିୟମରେ ଗିରଫ କରାଯାଉ ବୋଲି ଗୁରୁବାର ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କୋରାପୁଟ ଜିଲା ବିଜେଡି ସଭାପତି ଇଂ. ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶର ଅଧିକାରୀ ଓ ରାଜନେତାମାନଙ୍କ ବାରମ୍ବାର କୋଟିଆରେ ଅନୁପ୍ରବେଶକୁ ସେ ବିରୋଧ କରିଛନ୍ତି।
ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍‌ ଆଇଟିଡିଏ ଅଧିକାରୀ ଓ କର୍ମଚାରୀ ବୁଧବାର କୋଟିଆରେ ଅନୁପ୍ରବେଶ କରିଥିଲେ। ଏହାକୁ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ଦୃଢ଼ ବିରୋଧ କରିବା ସହିତ ଅଧିକାରୀମାନଙ୍କୁ ଏଠାରୁ ତୁରନ୍ତ ଚାଲିଯିବାକୁ ତାଗିଦା କରିଥିଲେ। ଏହି ଘଟଣାକୁ ନେଇ ବିଧାୟକ ଓ ଅଧିକାରୀଙ୍କ ମଧ୍ୟରେ ବହୁ ସମୟ କଥା କଟାକଟି ହୋଇଥିଲା। ଓଡ଼ିଶା ମାଟିର ସୁରକ୍ଷା ଦାୟିତ୍ୱ ସମସ୍ତଙ୍କର। ଏହି ବିବାଦର ସମାଧାନ ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାର କୋଟିଆ ପଞ୍ଚାୟତର ଲୋକଙ୍କ କଲ୍ୟାଣ ସହିତ ଅଞ୍ଚଳର ବିକାଶ ପାଇଁ ଜୀବନଜୀବିକା କାର୍ଯ୍ୟକ୍ରମ, ଶିକ୍ଷା, ଗମନାଗମନ ଓ ବିଭିନ୍ନ ସାମାଜିକ ବିକାଶ ଯୋଜନା କରୁଛନ୍ତି। ଓଡ଼ିଶାରେ ରହି ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଦଲାଲମାନଙ୍କୁ ଚିହ୍ନଟ କରାଯାଇ ଜାତୀୟ ସୁରକ୍ଷା ଅଧିନିୟମରେ ଗିରଫ କରିବାକୁ ସେ ଦାବି କରିଛନ୍ତି। ଯଦି ଗିରଫ କରାନଯାଏ, ତେବେ ଦଲାଲମାନଙ୍କ ଦ୍ୱାରା ଓଡ଼ିଶା ଲୋକେ ପ୍ରଭାବିତ ହୋଇ ଆନ୍ଧ୍ର ପ୍ରତି ଆକୃଷ୍ଟ ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି। ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି। ଆନ୍ଧ୍ରକୁ ରାଜ୍ୟ ସରକାର ଉଚିତ ଜବାବ ଦେବେ ବୋଲି କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାକ୍‌ଙ୍କ ହାତରେ ରୋଗୀସେବା

ନୟାଗଡ଼ ଅଫିସ,୯।୧୨: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଅପାଠୁଆ ଡାକ୍ତର, ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ଚାହିଦା ବଢ଼ି ଚାଲିଛି । ଘରକୁ ଘର ବୁଲି...

୮କି.ମି. ଚାଲିଲେ ଛାତ୍ରୀଛାତ୍ର

ଠାକୁରମୁଣ୍ଡା,୨୧।୯(ଡି.ଏନ୍‌.ଏ):ପ୍ରତିଶ୍ରୁତି ରଖିଲାନି ପ୍ରଶାସନ। ଫଳରେ ୮ କି.ମି ଦୂର ବ୍ଲକ୍‌ କାର୍ଯ୍ୟାଳୟକୁ ଚାଲିଚାଲି ଅଭିଯୋଗ କରିବାକୁ ଗଲେ ଛାତ୍ରୀଛାତ୍ର। ସେମାନଙ୍କୁ ଅଧା ବାଟରେ ପୋଲିସ ଓ...

କଳା, ସଂସ୍କୃତିର ସହର କଟକ

କଟକ ଅଫିସ,୧୩ା୨:କଟକ ଉପର ବାଲିଯାତ୍ରା ପଡ଼ିଆରେ ୨୨ତମ ବାରବାଟୀ ଫେଷ୍ଟିଭାଲ ରବିବାର ଉଦ୍‌ଘାଟିତ ହୋଇଯାଇଛି। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଏହାକୁ ଉଦ୍‌ଘାଟନ କରି କଟକର...

ପୁଣି ଦୁଇ ହାତୀଙ୍କ ଜୀବନ ଗଲା, କାରଣ ଅସ୍ପଷ୍ଟ

ଜମନକିରା,୬ା୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବଡ଼ରମା ରେଞ୍ଜ ତିଲେଇମାଲ ଗାଁ ପତ୍ରା ଜଙ୍ଗଲରେ ବୁଧବାର ରାତିରେ ଗୋଟିଏ ଅଣ୍ଡିରା...

ରାଜନୈତିକ ଶତ୍ରୁତାରୁ ୨ ବିଜେଡି ନେତାଙ୍କୁ ହତ୍ୟା ଘଟଣା: ପୋଲିସ କବ୍‌ଜାରେ ୬ ସନ୍ଦିଗ୍ଧ

ଦିଗପହଣ୍ଡି,୨୮।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ପଞ୍ଚାୟତର ସଉରା ପାହାଡ ଗାଁ ନିକଟ ରାସ୍ତା ପାର୍ଶ୍ୱରେ ଗତ ଶନିବାର ପାଳଝାଡି ଗ୍ରାମର ୨...

ହାତୀପଲ ଉଜାଡ଼ିଲେ ମକା ଫସଲ

ଚମ୍ପୁଆ, ୩ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ବଢୁଥିବା ହାତୀ ଉପଦ୍ରବ କମୁ ନ ଥିବା ବେଳେ ବନବିଭାଗର ହାତୀ ଘଉଡାଇବା ଉଦ୍ୟମ ଫେଲ ମାରୁଛି। ଏହି ଉପଦ୍ରବ ଫଳରେ...

‘ଖୁବ୍‌ଶୀଘ୍ର ଆଉ ୩ ମେଡିକାଲ କଲେଜ’

ଭୁବନେଶ୍ୱର/ସମ୍ବଲପୁର/,୮।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ସୁନ୍ଦରଗଡ଼, ପୁରୀ ଓ ତାଳଚେରରେ ମେଡିକାଲ କଲେଜ ସ୍ଥାପନ କରିବାକୁ ରାଜ୍ୟ ସରକାର...

ରେଳଧାରଣାରୁ ମୃତଦେହ ଜବତ: ଟ୍ରେନରୁ ଖସି ପଡ଼ିଥିବା ସନ୍ଦେହ

ବ୍ରହ୍ମପୁର ଅଫିସ,୭।୮: ବ୍ରହ୍ମପୁର ରେଳବାଇ ପୋଲିସ ହଳଦିଆପଦର ଓଭରବ୍ରିଜ ଦେଇ ଯାଇଥିବା ରେଳଧାରଣାରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ହେଲେ ମୃତକଙ୍କ ପରିଚୟ...

Advertisement
Archives

Model This Week