୭ ସନ୍ତାନର ପିତା କରିବାକୁ ଯାଉଥିଲେ ପଞ୍ଚମ ବିବାହ: ଧରାପଡିବା ପରେ…

ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶର ସୀତାପୁରରେ ଏକ ରୋଚକ ଘଟଣା ଘଟିଛି। ୭ ସନ୍ତାନର ପିତା ଗୁପ୍ତ ଭାବେ ପଞ୍ଚମ ବିବାହ କରିବାକୁ ଯାଉଥିବାବେଳେ ତାଙ୍କର ପିଲାମାନେ ଘଟଣାସ୍ଥଳରେ ପହଞ୍ଚି ହଙ୍ଗାମା ସୃଷ୍ଟି କରିଥିଲେ। ପିଲାମାନେ ବର ବେଶରେ ଆସିଥିବା ପିତାଙ୍କୁ ପିଟାପିଟି ମଧ୍ୟ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଗିରଫ କରି ପୋଲିସ ପଚରାଉଚରା ଆରମ୍ଭ କରିଛି। ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
କୋଟୱାଲି ଗ୍ରାମାଞ୍ଚଳର ସର୍ଦ୍ଦାର କଲୋନୀ ଅଞ୍ଚଳରେ ଏହି ଘଟଣା ଘଟିଛି। ମୋହଲା ପଟିଆର ବାସିନ୍ଦା ୪୫ ବର୍ଷିୟ ଶାଫି ଅହମ୍ମଦ ତାଙ୍କର ପଞ୍ଚମ ବିବାହର ସ୍ବପ୍ନ ଦେଖିଥିଲେ। ବିବାହ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। ଏହି ବିଷୟରେ ଜାଣି ବିବାହ ଦିନ ଶାଫିଙ୍କ ୭ଟି ସନ୍ତାନ ନିଜ ନିଜ ମା’ଙ୍କ ସହ ସେଠାରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଶାଫି ବିଚଳିତ ହୋଇପଡିଥିଲେ। ସ୍ତ୍ରୀ ଏବଂ ପିଲାମାନେ ବିବାହକୁ ବିରୋଧ କରି ଶାଫିଙ୍କୁ ମାରପିଟ୍‌ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଶାନ୍ତ କରି ଶାଫିଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରୁ ଅଧିକ ଚାଷୀଙ୍କୁ ଜଣା ନାହିଁ କୃଷି ଆଇନ: ତେବେ ବି ଚାଲିଛିି ବିରୋଧ-ସମର୍ଥନ

ନୂଆଦିଲ୍ଲୀ, ୨୧।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଚାଷୀ ଆନ୍ଦୋଳନ ଜାରି ରହିଛି। ତେବେ ଏକ ସର୍ଭେ ରିପୋର୍ଟ ଅନୁସାରେ ଦେଶର ଅଧାରୁ...

ବିହାରରେ ହେବନାହିଁ ଜାତି ଜନଗଣନା, ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୫: ବିହାରରେ ଜାତି ଜନଗଣନାକୁ ନେଇ ଗୁରୁବାର ନୀତୀଶ ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଏକ ଝଟକା ଲାଗିଛି। ସୁପ୍ରିମକୋର୍ଟ ଜାତି ଆଧାରିତ ଜନଗଣନା ସମ୍ପନ୍ଧିତ ଆବେଦନ...

ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟିଲେ ଫଡ୍‌ନବିସ

ମୁମ୍ବାଇ,୨୪।୩: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ସଂଗ୍ରହ କରିବା ଲାଗି ନିଲମ୍ବିତ ପୋଲିସ ଅଫିସର ସଚିନ ଓ୍ବାଜେଙ୍କ ସମେତ...

ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି।...

ୟୁକ୍ରେନ୍‌ ସଙ୍କଟ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୬।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ୟୁକ୍ରେନ ସୀମାରୁ ରୁଷିଆ ସୈନ୍ୟମାନଙ୍କୁ ପୁନର୍ବାର ଡକାଯିବା ସତ୍ତ୍ୱେ ଉତ୍ତେଜନା ଜାରି ରହିଛି।...

ଡ୍ୟୁଟି ସରିବା ପରେ ଏମିତି କାମ କରି ଚର୍ଚ୍ଚାରେ ପୋଲିସ କର୍ମଚାରୀ

ପୋଲିସ ଡ୍ୟୁଟି ସହଜ ନୁହେଁ। ଅନ୍ୟର ଜୀବନ ସୁରକ୍ଷିତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାନ୍ତି ପୋଲିସ କର୍ମଚାରୀ। କରୋନା ଯୋଗୁ ମଧ୍ୟ...

କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ ହୋଇ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବେ। ଏନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ଆମେରିକାର ସେକ୍ରେଟାରୀ...

ଟିଏମ୍‌ସି ଏମ୍‌ପି ଶତାବ୍ଦି ରାୟଙ୍କ ସୋସିଆଲ ମିିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ

କୋଲକାତା,୧୫ ।୧: ଚଳିତ ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ହୋଇଛି ସରଗରମ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମମତା...

Advertisement
Archives

Model This Week