ଭାଙ୍ଗିଲା ଗଛ, ଉଡ଼ିଲା ଛପର

ବାଲିଆପାଳ, ୨୯।୩(ସ୍ବ.ପ୍ର.): କାଳବୈଶାଖୀ ପ୍ରଭାବରେ ସୋମବାର ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ତୋଫାନ ସାଙ୍ଗକୁ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବାସନ୍ତୀ ପୂଜା ପାଇଁ ବନ୍ଧାଯାଇଥିବା ଟେଣ୍ଟ ସହିତ ବାଲିଆପାଳ ନେତାଜୀ ଷ୍ଟାଡ଼ିୟମରେ ଚାଲିଥିବା ସ୍ବର୍ଣ୍ଣିମ ସୁବର୍ଣ୍ଣରେଖା ଉତ୍ସବରେ ବ୍ୟାପକ କ୍ଷତି ହୋଇଛି। ବାଲିଆପାଳ ବସ୍‌ଷ୍ଟାଣ୍ଡଠାରେ ବାସନ୍ତୀ ପୂଜା ଟେଣ୍ଟକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଧୂଳିସାତ୍‌ କରିଦେଇଥିବା ବେଳେ ସ୍ବର୍ଣ୍ଣିମ ସୁବର୍ଣ୍ଣରେଖା ଉତ୍ସବ ପାଇଁ ବାଲିଆପାଳ ବ୍ଲକ ଛକରେ ହୋଇଥିବା ବଡ଼ଲାଇଟ୍‌ ଗେଟ୍‌ ଧରାଶାୟୀ ହୋଇଛି। ନେତାଜୀ ଷ୍ଟାଡିୟମ ପଡ଼ିଆରେ ବସିଥିବା ଦୋକାନ ଟେଣ୍ଟଗୁଡ଼ିକ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ଜିନିଷ ମଧ୍ୟ ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଇଲେକ୍ଟ୍ରି ତାର ଛିଣ୍ଡିଯାଇଥିବାରୁ ସୋମବାର ରାତିଠାରୁ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ସମ୍ଭବ ହୋଇ ନ ଥିଲା। ବାଲିଆପାଳ, ବିଷ୍ଣୁପୁର, ମଧୁପୁରା, ଅସ୍ତି, ଘଣ୍ଟୁଆ, କୁମ୍ଭାରୀ ଆଦି ପଞ୍ଚାୟତରେ ଏହାର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଛି। ଏହି ସ୍ଥାନଗୁଡ଼ିକରେ ବଡ଼ ବଡ଼ ଗଛ ଓଲଟି ପଡ଼ିଛି। ରାସ୍ତାକଡ଼ରେ ଲାଗିଥିବା ବିଭିନ୍ନ ବିଜ୍ଞାପନ ପାଇଁ ହୋର୍ଡ଼ିଂ ସବୁ ଛିଣ୍ଡି ନିଶ୍ଚିହ୍ନ ହୋଇଯାଇଛି।
ଦକ୍ଷିଣ ବାଲିଆପାଳ ସମୁଦ୍ରକୂଳିଆ ଅଞ୍ଚଳ ଡଗରା, ଚଉମୁଖ, ବେତଗଡ଼ଆ, ଅଁଳାଡ଼ିହା, ନୂଆଗାଁ, ଜଗତିପୁର, ପ୍ରତାପପୁର, ଜମ୍ଭିରାଇ ଆଦି ବିଭିନ୍ନ ପଞ୍ଚାୟତର ବହୁ ସ୍ଥାନରେ ପାନବରଜ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ଓ କୁଆପଥର ମାଡ଼ରେ ପାନ ବରଜ ଭାଙ୍ଗିଯିବା ସହିତ ପାନ ଗଛଗୁଡ଼ିକ ଉପୁଡ଼ି ପଡ଼ିଛି। କୁଆପଥର ମାଡ଼ରେ ପନିପରିବା ବହୁ ପରିମାଣରେ କ୍ଷତି ହୋଇଛି। ଚଳିତ ମାସ ୧୯ ତାରିଖଠାରୁ ଝଡ଼ ବର୍ଷା ଲାଗି ରହିଛି। ଫଳରେ ବହୁ ଚାଳ ଛପର ଉଡ଼ିଯିବା ସହିତ ଲୋକଙ୍କ ବ୍ୟାପକ କ୍ଷତି ଘଟିଛି। ବାଲିଆପାଳ ଅଞ୍ଚଳର ଜନସାଧାରଣଙ୍କ ସହିତ ବାଲିଆପାଳ ଅଗ୍ନିଶମ ବିଭାଗ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ରାସ୍ତାଘାଟ ସ୍ବାଭାବିକ କରିଥିଲେ। ସରକାର କାଳବୈଶାଖୀର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri