ଅଭିବୃଦ୍ଧି ପଥରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗ

ନୂଆଦିଲ୍ଲୀ,୨୯ା୩: ବିଗତ କିଛି ବର୍ଷ ହେବ ଭାରତୀୟ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଏପରିକି ବିଗତ ୫ ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗକୁ ୩୨ ବିଲିୟନ ଡଲାରର ଅଧିକ ପରିମାଣର ଇକ୍ୱିଟି କ୍ୟାପିଟାଲ ମିଳିଥିବା ଜଣାପଡ଼ିଛି। ବିଶେଷକରି ରିଅଲ ଇଷ୍ଟେଟ୍‌ ଉଦ୍ୟୋଗରେ ବର୍ଷକୁ ବର୍ଷ ଉଭୟ ଚାହିଦା ଓ ନିବେଶ ପରିମାଣ ବୃଦ୍ଧି ପାଇଚାଲିଛି। ଫଳରେ ୨୦୨୨ ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗ ପ୍ରାୟ ୩୨% ବଜାର ଅଂଶଧନ ଅଭିବୃଦ୍ଧି ହାସଲ ସହ ପ୍ରାୟ ୮ (୭.୮) ବିଲିୟନ ଡଲାରର ଇକ୍ୱିଟି କ୍ୟାପିଟାଲ ହାସଲ କରିପାରିଛି। ସେହିଭଳି ଆସନ୍ତା ୨ ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗକୁ ପ୍ରାୟ ୧୩ ବିଲିୟନ ଡଲାର ନିବେଶ ଆସିବାର ଆକଳନ କରାଯାଉଛି ବୋଲି ରିଇଲ ଇଷ୍ଟେଟ୍‌ ପରାମର୍ଶ ଫାର୍ମ ସିବିଆର୍‌ଇ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, ସିବିଆର୍‌ଇର ନୂତନ ରିପୋର୍ଟରେ ଏ ନେଇ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଏପରିକି ଉକ୍ତ ରିର୍ପୋଟରେ ଉଲ୍ଲେଖ କରାଯାଇଛି, ୨୦୨୩ ଏବଂ ୨୦୨୪ ବର୍ଷରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗରେ ସର୍ବାଧିକ ନିବେଶ ଓ କାର୍ଯ୍ୟାଳୟ ସ୍ଥଳକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ମୋଟ ନିବେଶରେ କାର୍ଯ୍ୟାଳୟ ସ୍ଥଳ ପରେ ଶିଳ୍ପ ଏବଂ ଲଜିଷ୍ଟିକ୍‌ କ୍ଷେତ୍ର ଓ ଭୂମିକୁ ମିଳିପାରେ ବୋଲି ଆକଳନ କରାଯାଉଛି। ଏହାବ୍ୟତୀତ ଡାଟା କେନ୍ଦ୍ରକୁ ମଧ୍ୟ ବଡ଼ ନିବେଶ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଫଳରେ ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ଇକ୍ୱିଟି ପ୍ରବାହ ଆଗକୁ ବଢ଼ିବା ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି ଆସନ୍ତା ୨ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗରେ ପ୍ରାୟ ୧୨ରୁ ୧୩ ବିଲିୟନ ଡଲାର ନିବେଶ ଆସିବାର ଯଥେଷ୍ଟ ସମ୍ଭାବନା ଅଛି। ୨୦୨୪ ସୁଦ୍ଧା ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ବାର୍ଷିକ ହାରାହାରି ୬ ରୁ ୭ ବିଲିୟନ ଡଲାରର ଇକ୍ୱିଟି ନିବେଶର ଆକଳନ କରାଯାଉଛି। ଅପରପକ୍ଷରେ ସିବିଆର୍‌ଇର ରିପୋର୍ଟ ଅନୁସାରେ ଭାରତର ପ୍ରମୁଖ ସହର ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଲକାତାରେ ରିଅଲ ଇଷ୍ଟେଟ୍‌ କ୍ଷେତ୍ରର ଚାହିଦା ଅଧିକ ରହିଛି। ଏପରିକି ଉକ୍ତ କ୍ଷେତ୍ରରେ ଇକ୍ୱିଟି ନିବେଶ ୨୦୧୮ରେ ପ୍ରାୟ ୬ (୫.୯) ବିଲିୟନ ଡଲାର ରହିଥିଲା ବେଳେ ୨୦୧୯ରେ ତା’ର ପରିମାଣ ୬.୪ ବିଲିୟନ ଡଲାର ହୋଇଯାଇଥିଲା। ଏପରିକି ୨୦୨୦ରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗରେ ପ୍ରାୟ ୬ ବିଲିୟନ ଡଲାର ନିବେଶ ହୋଇଥିଲାବେଳେ ୨୦୨୧ରେ ମଧ୍ୟ ପ୍ରାୟ ୬ (୫.୯) ବିଲିୟନ ଡଲାର ଏବଂ ୨୦୨୨ ରେ ଏହାର ପରିମାଣ ପ୍ରାୟ ୮ (୭.୮) ବିଲିୟନ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri