ଅଭିବୃଦ୍ଧି ପଥରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗ

ନୂଆଦିଲ୍ଲୀ,୨୯ା୩: ବିଗତ କିଛି ବର୍ଷ ହେବ ଭାରତୀୟ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଏପରିକି ବିଗତ ୫ ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗକୁ ୩୨ ବିଲିୟନ ଡଲାରର ଅଧିକ ପରିମାଣର ଇକ୍ୱିଟି କ୍ୟାପିଟାଲ ମିଳିଥିବା ଜଣାପଡ଼ିଛି। ବିଶେଷକରି ରିଅଲ ଇଷ୍ଟେଟ୍‌ ଉଦ୍ୟୋଗରେ ବର୍ଷକୁ ବର୍ଷ ଉଭୟ ଚାହିଦା ଓ ନିବେଶ ପରିମାଣ ବୃଦ୍ଧି ପାଇଚାଲିଛି। ଫଳରେ ୨୦୨୨ ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗ ପ୍ରାୟ ୩୨% ବଜାର ଅଂଶଧନ ଅଭିବୃଦ୍ଧି ହାସଲ ସହ ପ୍ରାୟ ୮ (୭.୮) ବିଲିୟନ ଡଲାରର ଇକ୍ୱିଟି କ୍ୟାପିଟାଲ ହାସଲ କରିପାରିଛି। ସେହିଭଳି ଆସନ୍ତା ୨ ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗକୁ ପ୍ରାୟ ୧୩ ବିଲିୟନ ଡଲାର ନିବେଶ ଆସିବାର ଆକଳନ କରାଯାଉଛି ବୋଲି ରିଇଲ ଇଷ୍ଟେଟ୍‌ ପରାମର୍ଶ ଫାର୍ମ ସିବିଆର୍‌ଇ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, ସିବିଆର୍‌ଇର ନୂତନ ରିପୋର୍ଟରେ ଏ ନେଇ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଏପରିକି ଉକ୍ତ ରିର୍ପୋଟରେ ଉଲ୍ଲେଖ କରାଯାଇଛି, ୨୦୨୩ ଏବଂ ୨୦୨୪ ବର୍ଷରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗରେ ସର୍ବାଧିକ ନିବେଶ ଓ କାର୍ଯ୍ୟାଳୟ ସ୍ଥଳକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ମୋଟ ନିବେଶରେ କାର୍ଯ୍ୟାଳୟ ସ୍ଥଳ ପରେ ଶିଳ୍ପ ଏବଂ ଲଜିଷ୍ଟିକ୍‌ କ୍ଷେତ୍ର ଓ ଭୂମିକୁ ମିଳିପାରେ ବୋଲି ଆକଳନ କରାଯାଉଛି। ଏହାବ୍ୟତୀତ ଡାଟା କେନ୍ଦ୍ରକୁ ମଧ୍ୟ ବଡ଼ ନିବେଶ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଫଳରେ ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ଇକ୍ୱିଟି ପ୍ରବାହ ଆଗକୁ ବଢ଼ିବା ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି ଆସନ୍ତା ୨ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗରେ ପ୍ରାୟ ୧୨ରୁ ୧୩ ବିଲିୟନ ଡଲାର ନିବେଶ ଆସିବାର ଯଥେଷ୍ଟ ସମ୍ଭାବନା ଅଛି। ୨୦୨୪ ସୁଦ୍ଧା ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ବାର୍ଷିକ ହାରାହାରି ୬ ରୁ ୭ ବିଲିୟନ ଡଲାରର ଇକ୍ୱିଟି ନିବେଶର ଆକଳନ କରାଯାଉଛି। ଅପରପକ୍ଷରେ ସିବିଆର୍‌ଇର ରିପୋର୍ଟ ଅନୁସାରେ ଭାରତର ପ୍ରମୁଖ ସହର ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଲକାତାରେ ରିଅଲ ଇଷ୍ଟେଟ୍‌ କ୍ଷେତ୍ରର ଚାହିଦା ଅଧିକ ରହିଛି। ଏପରିକି ଉକ୍ତ କ୍ଷେତ୍ରରେ ଇକ୍ୱିଟି ନିବେଶ ୨୦୧୮ରେ ପ୍ରାୟ ୬ (୫.୯) ବିଲିୟନ ଡଲାର ରହିଥିଲା ବେଳେ ୨୦୧୯ରେ ତା’ର ପରିମାଣ ୬.୪ ବିଲିୟନ ଡଲାର ହୋଇଯାଇଥିଲା। ଏପରିକି ୨୦୨୦ରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗରେ ପ୍ରାୟ ୬ ବିଲିୟନ ଡଲାର ନିବେଶ ହୋଇଥିଲାବେଳେ ୨୦୨୧ରେ ମଧ୍ୟ ପ୍ରାୟ ୬ (୫.୯) ବିଲିୟନ ଡଲାର ଏବଂ ୨୦୨୨ ରେ ଏହାର ପରିମାଣ ପ୍ରାୟ ୮ (୭.୮) ବିଲିୟନ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?